ବ୍ରାଡମ୍ୟାନଙ୍କ ୮୯ ବର୍ଷର ରେକର୍ଡ ବରାବର କରିବେ ମୟଙ୍କ

କୋଲକାତା: ଭାରତୀୟ କ୍ରିକେଟ୍ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ୍ ଜବରଦସ୍ତ ଫର୍ମରେ ଅଛନ୍ତି। ନିଜର ପ୍ରଥମ ୮ ଟେଷ୍ଟରେ ମୟଙ୍କ କିଛି ବଡ଼ ରେକର୍ଡ ନିଜ ନାଁରେ କରିଛନ୍ତି। ତେଣୁ ଆସନ୍ତାକାଲିଠାରୁ ଇଡେନ୍ ଗାର୍ଡେନ୍ସରେ ଆରମ୍ଭ ହେବାକୁଥିବା ଐତିହାସିକ ଦିବାରାତ୍ର ଟେଷ୍ଟରେ ମୟଙ୍କ ଆଉ କିଛି କୀର୍ତ୍ତିମାନ ଅର୍ଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ମୟଙ୍କ ଅଷ୍ଟ୍ରେଲିଆର ମହାନ୍ ବ୍ୟାଟ୍ସମ୍ୟାନ୍ ଡନ୍ ବ୍ରାଡମ୍ୟାନଙ୍କ ୮୯ ବର୍ଷ ତଳର ରେକର୍ଡ ବରାବର କରିବା ନିକଟତର ହୋଇଛନ୍ତି। ବ୍ରାଡମ୍ୟାନ୍ ୧୯୩୦ରେ […]

agarwal

Ranjit Kumar Jena
  • Published: Thursday, 21 November 2019
  • , Updated: 21 November 2019, 08:13 PM IST

କୋଲକାତା: ଭାରତୀୟ କ୍ରିକେଟ୍ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ୍ ଜବରଦସ୍ତ ଫର୍ମରେ ଅଛନ୍ତି। ନିଜର ପ୍ରଥମ ୮ ଟେଷ୍ଟରେ ମୟଙ୍କ କିଛି ବଡ଼ ରେକର୍ଡ ନିଜ ନାଁରେ କରିଛନ୍ତି। ତେଣୁ ଆସନ୍ତାକାଲିଠାରୁ ଇଡେନ୍ ଗାର୍ଡେନ୍ସରେ ଆରମ୍ଭ ହେବାକୁଥିବା ଐତିହାସିକ ଦିବାରାତ୍ର ଟେଷ୍ଟରେ ମୟଙ୍କ ଆଉ କିଛି କୀର୍ତ୍ତିମାନ ଅର୍ଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ମୟଙ୍କ ଅଷ୍ଟ୍ରେଲିଆର ମହାନ୍ ବ୍ୟାଟ୍ସମ୍ୟାନ୍ ଡନ୍ ବ୍ରାଡମ୍ୟାନଙ୍କ ୮୯ ବର୍ଷ ତଳର ରେକର୍ଡ ବରାବର କରିବା ନିକଟତର ହୋଇଛନ୍ତି। ବ୍ରାଡମ୍ୟାନ୍ ୧୯୩୦ରେ ୧୩ ଇନିଂସରେ ୧୦୦୦ ରନ୍ କରିବାର କାରନାମା କରିଛନ୍ତି। ମୟଙ୍କ ଏପର୍ଯ୍ୟନ୍ତ ୮ ଟେଷ୍ଟରେ ୧୨ ଇନିଂସରେ ୮୫୮ ରନ୍ କରିସାରିଛନ୍ତି।

ଯଦି ସେ କୋଲକାତା ଟେଷ୍ଟର ପ୍ରଥମ ଇନିଂସରେ ୧୪୨ ରନ୍ କରିବାରେ ସଫଳ ହୁଅନ୍ତି, ତାହେଲେ ୧୩ ଇନିଂସରେ ୧୦୦୦ ଟେଷ୍ଟ ରନ୍ ପୂରଣ କରିବା ମାମଲାରେ ଅଷ୍ଟ୍ରେଲିଆର ବ୍ରାଡମ୍ୟାନଙ୍କ ସମକକ୍ଷ ହୋଇଯିବେ। ତେବେ ସବୁଠାରୁ କମ୍ ଇନିଂସରେ ୧୦୦୦ ଟେଷ୍ଟ ରନ୍ ପୂରଣ କରିବାର ରେକର୍ଡ ଇଂଲଣ୍ଡର ଏଚ୍ ସର୍ଟକ୍ଲିଫଙ୍କ ନାଁରେ ରହିଛି, ଯିଏ ୧୯୨୫ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୨ ଇନିଂସରେ ଏହି କାରନାମା କରିଥିଲେ।

Related story