ମୁମ୍ବାଇ ବିପକ୍ଷ ରଣଜୀ ମ୍ୟାଚ୍ ପାଇଁ ମୟଙ୍କଙ୍କୁ ବିଶ୍ରାମ

ବେଙ୍ଗାଲୁରୁ: ବିସିସିଆଇର ଅନୁରୋଧକ୍ରମେ କର୍ଣ୍ଣାଟକ ଟିମ୍ ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲଙ୍କୁ ମୁମ୍ବାଇ ବିପକ୍ଷ ରଣଜୀ ମ୍ୟାଚ୍ ପାଇଁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି। ମୁମ୍ବାଇ ଓ କର୍ଣ୍ଣାଟକ ମଧ୍ୟରେ ରଣଜୀ ମ୍ୟାଚ୍ ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ। ମୟଙ୍କଙ୍କୁ ୧୫ଜଣିଆ ଟିମରେ ସାମିଲ୍ କରାଯାଇନାହିଁ। ଅନ୍ୟପକ୍ଷରେ ମୁମ୍ବାଇ ଏହି ମୁକାବିଲା ପାଇଁ ଭାରତୀୟ ଟେଷ୍ଟ ଟିମ୍ ଭାଇସ୍‌-କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ ଓ ପୃଥ୍ୱୀ ଶ’ଙ୍କୁ ନିଜ ଟିମରେ ସାମିଲ୍ କରିଛି। ଜାନୁଆରୀ ୧୭ ତାରିଖରୁ […]

MAYANKA

Ranjit Kumar Jena
  • Published: Tuesday, 31 December 2019
  • , Updated: 31 December 2019, 09:09 PM IST

ବେଙ୍ଗାଲୁରୁ: ବିସିସିଆଇର ଅନୁରୋଧକ୍ରମେ କର୍ଣ୍ଣାଟକ ଟିମ୍ ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲଙ୍କୁ ମୁମ୍ବାଇ ବିପକ୍ଷ ରଣଜୀ ମ୍ୟାଚ୍ ପାଇଁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି। ମୁମ୍ବାଇ ଓ କର୍ଣ୍ଣାଟକ ମଧ୍ୟରେ ରଣଜୀ ମ୍ୟାଚ୍ ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ। ମୟଙ୍କଙ୍କୁ ୧୫ଜଣିଆ ଟିମରେ ସାମିଲ୍ କରାଯାଇନାହିଁ। ଅନ୍ୟପକ୍ଷରେ ମୁମ୍ବାଇ ଏହି ମୁକାବିଲା ପାଇଁ ଭାରତୀୟ ଟେଷ୍ଟ ଟିମ୍ ଭାଇସ୍‌-କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ ଓ ପୃଥ୍ୱୀ ଶ'ଙ୍କୁ ନିଜ ଟିମରେ ସାମିଲ୍ କରିଛି।

ଜାନୁଆରୀ ୧୭ ତାରିଖରୁ ଆରମ୍ଭ ହେଉଥିବା ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ମୟଙ୍କଙ୍କୁ ଭାରତ-ଏ'ର ସବୁ ଫର୍ମାଟର ଟିମରେ ସାମିଲ୍ କରାଯାଇଛି। ଟିମ୍ ଜାନୁଆରୀ ୧୦ ତାରିଖରେ ଅକଲ୍ୟାଣ୍ଡ୍ ଅଭିମୁଖେ ଗସ୍ତ କରି ଏବଂ ଟେଷ୍ଟ ଟିମର ନିୟମିତ ସଦସ୍ୟ ମୟଙ୍କଙ୍କ ଉପରେ ଅତିରିକ୍ତ ବୋଝକୁ ଦୃଷ୍ଟିରେ ରଖି ତାଙ୍କୁ ବିଶ୍ରାମ ଦେବାକୁ ଅନୁରୋଧ କରାଯାଇଥିଲା। ରାହାଣେଙ୍କ ଭାରତ-ଏ ଟିମରେ ସ୍ଥାନ ମିଳିଛି, କିନ୍ତୁ ସେ ଫେବୃଆରୀରେ ହେବାକୁଥିବା ଦ୍ୱିତୀୟ ଚାରିଦିନିଆ ମ୍ୟାଚରେ ଖେଳିପାରନ୍ତି।

ପୃଥ୍ୱୀଙ୍କୁ ସବୁ ଫର୍ମାଟ୍ ପାଇଁ ଭାରତ-ଏ ଟିମରେ ସାମିଲ୍ କରାଯାଇଛି। ଭାରତୀୟ ସିନିୟର୍ ଟିମ୍ ଜାନୁଆରୀ ୨୪ ତାରିଖରୁ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ସୀମିତ ଓଭର୍ ସିରିଜ୍ ଏବଂ ପରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଅଗ୍ରୱାଲଙ୍କ ଅନୁପସ୍ଥିତି ଦ୍ୱାର ଆର୍ ସମର୍ଥ କର୍ଣ୍ଣାଟକ ଟିମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ହିମାଚଳ ପ୍ରଦେଶ ବିପକ୍ଷ ମୁକାବିଲାରେ ଯଥାକ୍ରମେ ୪ ଏବଂ ୦ ରନ୍ କରିବା ପରେ ସମର୍ଥଙ୍କୁ ଟିମରୁ ବାହାର କରିଦିଆଯାଇଥିଲା।

କର୍ଣ୍ଣାଟକ ଟିମ୍‌: କରୁନ୍ ନାୟର୍ (କ୍ୟାପଟେନ୍‌), ଦେବଦତ୍ତ ପାଡିକଲ, ନିଶ୍ଚଲ ଡି, ଆର୍ ସମର୍ଥ, ଅଭିଷେକ ରେଡ୍ଡି, ବିଆର୍ ଶରତ, ରୋହନ୍ କଦମ, ଶ୍ରେୟସ ଗୋପାଳ, ଜଗଦୀଶ ସୁଚିତ୍‌, ଅଭିମନ୍ୟୁ ଈଶ୍ୱରନ୍‌, ବି. କୌଶିକ୍‌, ପ୍ରତୀକ ଜୈନ୍‌, ରୋନିତ୍ ମୋରେ, ଶରତ ଶ୍ରୀନିବାସନ୍ ଓ ପ୍ରବୀଣ ଦୁବେ।

Related story