ମୟଙ୍କ ଆଗରେ, ପଛରେ ପଡ଼ିଲେ ବ୍ରାଡମ୍ୟାନ୍
ଇନ୍ଦୋର: ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ୍ ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ନିଜର ଦ୍ୱିତୀୟ ଦ୍ୱିଶତକ ମାରି ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସାର୍ ଡନ୍ ବ୍ରାଡମ୍ୟାନଙ୍କୁ ପଛରେ ପକାଇଛନ୍ତି। ମୟଙ୍କ ନିଜର ୨ୟ ଦ୍ୱିଶତକ ପାଇଁ ମାତ୍ର ୧୨ ଇନିଂସର ସହାୟତା ନେଇଛନ୍ତି। ସେହିପରି ବ୍ରାଡମ୍ୟାନ୍ ୧୩ ଇନିଂସରେ ନିଜର ୨ୟ ଦ୍ୱିଶତକ ମାରିଥିଲେ। ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ବିନୋଦ କାମ୍ବଲୀ ଏହି ରେକର୍ଡ ପାଇଁ ମାତ୍ର ପାଞ୍ଚ ଇନିଂସର ସହାୟତା ନେଇଥିଲେ। ଏହାସହ […]
ଇନ୍ଦୋର: ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ୍ ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ନିଜର ଦ୍ୱିତୀୟ ଦ୍ୱିଶତକ ମାରି ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସାର୍ ଡନ୍ ବ୍ରାଡମ୍ୟାନଙ୍କୁ ପଛରେ ପକାଇଛନ୍ତି। ମୟଙ୍କ ନିଜର ୨ୟ ଦ୍ୱିଶତକ ପାଇଁ ମାତ୍ର ୧୨ ଇନିଂସର ସହାୟତା ନେଇଛନ୍ତି।
ସେହିପରି ବ୍ରାଡମ୍ୟାନ୍ ୧୩ ଇନିଂସରେ ନିଜର ୨ୟ ଦ୍ୱିଶତକ ମାରିଥିଲେ। ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ବିନୋଦ କାମ୍ବଲୀ ଏହି ରେକର୍ଡ ପାଇଁ ମାତ୍ର ପାଞ୍ଚ ଇନିଂସର ସହାୟତା ନେଇଥିଲେ। ଏହାସହ ମୟଙ୍କ ଭାରତର ୨ୟ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ଗୋଟିଏ ସିଜନରେ ଦୁଇଟି ଡବଲ୍ ସେଞ୍ଚୁରୀ ମାରିବାର ରେକର୍ଡ କରିଛନ୍ତି। ଏହା ପୂର୍ବରୁ ୧୯୫୫-୫୬ରେ ଭିନୁ ମାଙ୍କଡ୍ ଏହି କୀର୍ତ୍ତିମାନ କରିଥିଲେ। ଗତ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶାଖାପଟ୍ଟନମ ଟେଷ୍ଟ ମୟଙ୍କ ନିଜର ପ୍ରଥମ ଦ୍ୱିଶତକ ମାରିଥିଲେ।
ମୟଙ୍କ ମଧ୍ୟ ୨ୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଗୋଟିଏ ଦିନରେ ୨୦୦ରୁ ଅଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ମୟଙ୍କ ପ୍ରଥମ ଦିବସରେ ୪୩ ରନ୍ କରି ଅପରାଜିତ ଥିଲେ। ୨ୟ ଦିବସରେ ସେ ଆଉ ୨୦୦ ରନ୍ କରିଛନ୍ତି। ତାଙ୍କ ପୂର୍ବରୁ ବୀରେନ୍ଦ୍ର ସେହ୍ବାଗ ତିନିଥର ଏହି କାରନାମା କରିଛନ୍ତି।