ମାକ୍‌ଗ୍ରାଥ୍‌ଙ୍କ ଟେଷ୍ଟ ଟିମ୍‌ ଅଫ୍‌ ଦି ଇୟର’ର ଅଧିନାୟକ କୋହଲି

ସିଡନୀ: ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଗ୍ଲେନ ମାକ୍‌ଗ୍ରାଥ୍‌ ତାଙ୍କ ‘ଟେଷ୍ଟ ଟିମ୍‌ ଅଫ୍‌ ଦି ଇୟର’ର ଅଧିନାୟକ ଦାୟିତ୍ୱ ବିରାଟ୍‌ କୋହଲି ନିଅନ୍ତୁ ବୋଲି କହିଛନ୍ତି। ମାକ୍‌ଗ୍ରାଥ୍‌ଙ୍କ ୧୨ ଜଣିଆ ଟିମ୍‌ରେ ଅନ୍ୟତମ ଭାରତୀୟ ଭାବେ ରବିଚନ୍ଦ୍ରନ ଅଶ୍ୱିନ ସ୍ଥାନ ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ୩ ଜଣ ଡେଭିଡ ୱାର୍ନର, ଏସ୍‌. ସ୍ମିଥ, ଏବଂ ଏମ୍‌. ଷ୍ଟାର୍କ, ଦକ୍ଷିଣ ଆଫ୍ରିକାର କେ. ରାବାଡ, ଇଂଲଣ୍ଡର ଜେ. ବଟଲର, ବି.ଷ୍ଟ୍ରୋକ୍ସ, ଏସ୍‌. ବ୍ରୋଡ ଓ ଜେ. […]

virat-kohli

Rakesh Mallick
  • Published: Thursday, 29 December 2016
  • , Updated: 29 December 2016, 07:01 PM IST

ସିଡନୀ: ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଗ୍ଲେନ ମାକ୍‌ଗ୍ରାଥ୍‌ ତାଙ୍କ ‘ଟେଷ୍ଟ ଟିମ୍‌ ଅଫ୍‌ ଦି ଇୟର’ର ଅଧିନାୟକ ଦାୟିତ୍ୱ ବିରାଟ୍‌ କୋହଲି ନିଅନ୍ତୁ ବୋଲି କହିଛନ୍ତି। ମାକ୍‌ଗ୍ରାଥ୍‌ଙ୍କ ୧୨ ଜଣିଆ ଟିମ୍‌ରେ ଅନ୍ୟତମ ଭାରତୀୟ ଭାବେ ରବିଚନ୍ଦ୍ରନ ଅଶ୍ୱିନ ସ୍ଥାନ ପାଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ୩ ଜଣ ଡେଭିଡ ୱାର୍ନର, ଏସ୍‌. ସ୍ମିଥ, ଏବଂ ଏମ୍‌. ଷ୍ଟାର୍କ, ଦକ୍ଷିଣ ଆଫ୍ରିକାର କେ. ରାବାଡ, ଇଂଲଣ୍ଡର ଜେ. ବଟଲର, ବି.ଷ୍ଟ୍ରୋକ୍ସ, ଏସ୍‌. ବ୍ରୋଡ ଓ ଜେ. ବେୟାରଷ୍ଟୋ, ନ୍ୟୁଜିଲାଣ୍ଡର କେ. ୱିଲିମସନ, ପାକିସ୍ତାନର ୱାଇ ଶାହା ସ୍ଥାନ ପାଇଛନ୍ତି।

କିଛିଦିନ ତଳେ କୋହଲିଙ୍କୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ତା’ର ‘ଦିନିକିଆ ଟିମ୍‌ ଅଫ୍‌ ଦି ଇୟର’ ଟିମ୍‌ର ଅଧିନାୟକ ଘୋଷଣା କରିଥିଲା।

Related story