ନୂଆ ରୂପରେ ପଡ଼ିଆକୁ ଓହ୍ଲାଇବେ ଡେଲ ଷ୍ଟେନ୍‌

ମେଲବର୍ଣ୍ଣ: ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିବା ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡେଲ ଷ୍ଟେନ୍‌ ନୂଆ ରୂପରେ ମଇଦାନକୁ ଓହ୍ଲାଇବେ। ତାଙ୍କୁ ବିଗ ବାଶ ଲିଗ(ବିବିଏଲ୍‌)ରେ ଦେଖିବାକୁ ମିଳିବ। କାରଣ ମେଲବର୍ଣ୍ଣ ଷ୍ଟାରସ୍‌ ସହ ବିବିଏଲର ୬ଷ୍ଠ ସଂସ୍କରଣ ପାଇଁ ଷ୍ଟେନ୍‌ ଚୁକ୍ତି କରିଛନ୍ତି। ପୂର୍ବରୁ ବିବିଏଲରେ ଏବି ଡିଭିଲିୟର୍ସ ଓ କ୍ରିସ୍‌ ମୋରିସ ରହିଥିଲେ। ଏବେ ତୃତୀୟ ଦକ୍ଷିଣ ଆଫ୍ରିକା ଖେଳାଳି ଭାବେ ଷ୍ଟେନ ଏଥିରେ ସାମିଲ ହୋଇଛନ୍ତି। ଡିଭିଲିୟର୍ସ ବ୍ରିସବେନ୍‌ ହିଟ୍‌ ପକ୍ଷରୁ […]

y

Hemant Lenka
  • Published: Wednesday, 09 October 2019
  • , Updated: 09 October 2019, 06:38 PM IST

ମେଲବର୍ଣ୍ଣ: ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିବା ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡେଲ ଷ୍ଟେନ୍‌ ନୂଆ ରୂପରେ ମଇଦାନକୁ ଓହ୍ଲାଇବେ। ତାଙ୍କୁ ବିଗ ବାଶ ଲିଗ(ବିବିଏଲ୍‌)ରେ ଦେଖିବାକୁ ମିଳିବ।

କାରଣ ମେଲବର୍ଣ୍ଣ ଷ୍ଟାରସ୍‌ ସହ ବିବିଏଲର ୬ଷ୍ଠ ସଂସ୍କରଣ ପାଇଁ ଷ୍ଟେନ୍‌ ଚୁକ୍ତି କରିଛନ୍ତି। ପୂର୍ବରୁ ବିବିଏଲରେ ଏବି ଡିଭିଲିୟର୍ସ ଓ କ୍ରିସ୍‌ ମୋରିସ ରହିଥିଲେ। ଏବେ ତୃତୀୟ ଦକ୍ଷିଣ ଆଫ୍ରିକା ଖେଳାଳି ଭାବେ ଷ୍ଟେନ ଏଥିରେ ସାମିଲ ହୋଇଛନ୍ତି।

ଡିଭିଲିୟର୍ସ ବ୍ରିସବେନ୍‌ ହିଟ୍‌ ପକ୍ଷରୁ ଖେଳୁଥିବା ବେଳେ ମୋରିସ ସିଡନୀ ଥଣ୍ଡର ପକ୍ଷରୁ ଖେଳୁଛନ୍ତି। ଅଗଷ୍ଟ ୫ରେ ୩୬ ବର୍ଷୀୟ ଷ୍ଟେନ ଟେଷ୍ଟ କ୍ରିକେଟକୁ ଅଲବିଦା କହିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ୧୨୫ଟି ଦିନିକିଆ ଖେଳିଥିବା ଷ୍ଟେନ ୧୯୬ଟି ୱିକେଟ ଦଖଲ କରିଛନ୍ତି।

Related story