୨୮ରେ ତେନ୍ଦୁଲକର, ୨୮ରେ ମେସି: ଏକ ଅପୂର୍ବ ସଂଯୋଗ

ନୂଆଦିଲ୍ଲୀ: ଫୁଟବଲ୍ ସୁପର୍ ଷ୍ଟାର୍ ଲିଓନେଲ୍ ମେସି ଆର୍ଜେଣ୍ଟିନା ୨୮ ବର୍ଷ ପରେ କୋପା ଆମେରିକାର ଟାଇଟଲ୍ ଜିତାଇଛନ୍ତି। ମେସିଙ୍କର ଏହାର ପ୍ରଥମ ଅନ୍ତର୍ଜାତୀୟ ଟାଇଟଲ୍। ଏହି ବିଜୟ ପରେ ଭାରତୀୟ ଫ୍ୟାନଙ୍କୁ ସଚିନ୍ ତେନ୍ଦୁଲକର ଓ ମହେନ୍ଦ୍ର ସିଂ ଧୋନିଙ୍କ ସହ ଏକ ବଡ଼ ସଂଯୋଗ ମଧ୍ୟ ମିଳିଯାଇଛି। ଆର୍ଜେଣ୍ଟିନାର ଏହି ଐତିହାସିକ ବିଜୟ ସହ ଭାରତୀୟ ଫ୍ୟାନଙ୍କର ଏକ ବଡ଼ ସ୍ମୃତି ତାଜା ହୋଇଛି। ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଭାରତ ୨୦୧୧ରେ ୨୮ […]

messi-and-tendulkar.jpg1

Ranjit Kumar Jena
  • Published: Sunday, 11 July 2021
  • , Updated: 11 July 2021, 07:16 PM IST

ନୂଆଦିଲ୍ଲୀ: ଫୁଟବଲ୍ ସୁପର୍ ଷ୍ଟାର୍ ଲିଓନେଲ୍ ମେସି ଆର୍ଜେଣ୍ଟିନା ୨୮ ବର୍ଷ ପରେ କୋପା ଆମେରିକାର ଟାଇଟଲ୍ ଜିତାଇଛନ୍ତି। ମେସିଙ୍କର ଏହାର ପ୍ରଥମ ଅନ୍ତର୍ଜାତୀୟ ଟାଇଟଲ୍। ଏହି ବିଜୟ ପରେ ଭାରତୀୟ ଫ୍ୟାନଙ୍କୁ ସଚିନ୍ ତେନ୍ଦୁଲକର ଓ ମହେନ୍ଦ୍ର ସିଂ ଧୋନିଙ୍କ ସହ ଏକ ବଡ଼ ସଂଯୋଗ ମଧ୍ୟ ମିଳିଯାଇଛି।

ଆର୍ଜେଣ୍ଟିନାର ଏହି ଐତିହାସିକ ବିଜୟ ସହ ଭାରତୀୟ ଫ୍ୟାନଙ୍କର ଏକ ବଡ଼ ସ୍ମୃତି ତାଜା ହୋଇଛି। ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଭାରତ ୨୦୧୧ରେ ୨୮ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ବିଶ୍ୱ କପ୍ ଜିତିଥିଲା। ୧୯୮୩ରେ କପିଲ୍ ଦେବଙ୍କ ନେତୃତ୍ୱରେ ଭାରତ ପ୍ରଥମଥର ବିଶ୍ୱକପ୍ ଜିତିଥିଲା। ଆର୍ଜେଣ୍ଟିନା ତା'ର ଶେଷ ଅନ୍ତର୍ଜାତୀୟ ଟାଇଟଲ୍ ୧୯୯୩ରେ ଜିତିଥିଲା ଏବଂ ତାହା ମଧ୍ୟ କୋପା ଆମେରିକା ଥିଲା।

୨୦୧୧ ବିଶ୍ୱକପ୍ ମହାନ୍ କ୍ରିକେଟର୍ ସଚିନ୍ ତେନ୍ଦୁଲକରଙ୍କର ଶେଷ ବିଶ୍ୱକପ୍ ଥିଲା ଏବଂ ଏବେ ଲାଗୁଛି ୩୪ ବର୍ଷୀୟ ମେସିଙ୍କର ମଧ୍ୟ ଏହା ହୁଏତ ଶେଷ କୋପା ଆମେରିକା ଟୁର୍ଣ୍ଣାମେଣ୍ଟ। ଯେଉଁଠାରେ ଦୁଇ ଦେଶର ୨୮ ବର୍ଷର ସ୍ୱପ୍ନ ପୂରଣ ହୋଇଛି।

ଅନ୍ୟପକ୍ଷରେ ଫ୍ୟାନ୍ ମେସି ଓ ତେନ୍ଦୁଲକର ମଧ୍ୟରେ ଆଉ ଏକ ସମାନତା ଖୋଜି ବାହାର କରିଛନ୍ତି ଏବଂ ତାହା ହେଉଛି ସମସ୍ତଙ୍କର ପ୍ରିୟ ଜର୍ସି ନମ୍ବର ୧୦। ଦୁହିଁଙ୍କର ଜର୍ସି ନମ୍ବର ୧୦। ମେସିଙ୍କୁ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଟ୍ରଫି ଜିତିବାରେ ୧୬ ବର୍ଷ ଲାଗିଲା। ଅନ୍ୟପକ୍ଷରେ ସଚିନଙ୍କୁ ପ୍ରଥମ ବିଶ୍ୱକପ୍ ଜିତିବାରେ ୨୩ ବର୍ଷ ଲାଗିଥିଲା।

ଭାରତୀୟ ସମୟାନୁସାରେ ରବିବାର ସକାଳେ ଖେଳାଯାଇଥିବା କୋପା ଆମେରିକା ଫାଇନାଲରେ ଆର୍ଜେଣ୍ଟିନା ୧-୦ ଗୋଲରେ ବ୍ରାଜିଲକୁ ହରାଇଥିଲା। ଫାଇନାଲରେ ଆଞ୍ଜେଲ୍ ଡି' ମାରିଆ ଏକମାତ୍ର ଗୋଲ୍ ଦେଇଥିଲେ। ଏଥିସହ ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ୨୮ ବର୍ଷ ପରେ କୋପା ଆମେରିକା କପରେ ବିଜେତା ହୋଇଛି।

ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଲଗାତର ତିନୋଟି ଫାଇନାଲ୍ (୨୦୧୪ ବିଶ୍ୱକପ୍ ଫାଇନାଲ୍, ୨୦୧୫ ଓ ୨୦୧୬ କୋପା ଆମେରିକା ଫାଇନାଲ୍)ରେ ପରାସ୍ତ ହୋଇଥିଲା। ଏଥିରେ ନିରାଶ ହୋଇ ମେସି ୨୦୧୬ରେ ସନ୍ନ୍ୟାସ ନେଇଥିଲେ। କିନ୍ତୁ ଦେଶର ରାଷ୍ଟ୍ରପତି ମନାଇବା ପରେ ମେସି ପୁଣିଥରେ କମବ୍ୟାକ୍ କରିଥିଲେ ଏବଂ ଆର୍ଜେଣ୍ଟିନାର ୨୮ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଛନ୍ତି।

Related story