ଟି-୨୦ରେ ଗେଲଙ୍କ ଏହି ରେକର୍ଡ ନିକଟତର ହେଲେ କ୍ଲିଙ୍ଗର୍

ଲଣ୍ଡନ: ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ମାଇକେଲ୍ କ୍ଲିଙ୍ଗର୍ ଟି-୨୦ରେ ସର୍ବାଧିକ ଶତକ ମାରିବା ମାମଲାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଲଣ୍ଡନରେ ଚାଲିଥିବା ଟି-୨୦ ବ୍ଲାଷ୍ଟ ଟୁର୍ଣ୍ଣାମେଣ୍ଟରେ କ୍ଲିଙ୍ଗର ଏହି ଉପଲବ୍ଧି ହାସଲ କରିଛନ୍ତି। ଗ୍ଲସେଷ୍ଟରଶାୟର ପକ୍ଷରୁ ଖେଳୁଥିବା ୩୯ ବର୍ଷୀୟ କ୍ଲିଙ୍ଗର୍ କେଣ୍ଟ ବିପକ୍ଷ ମୁକାବିଲାରେ ୬୫ ବଲରେ ଅପରାଜିତ ୧୦୨ ରନର ଇନିଂସ୍ ଖେଳିଥିଲେ। ଏହି ଓପନିଂ ବ୍ୟାଟ୍ସମ୍ୟାନ୍ ଜଣକ ଚଳିତ ଟୁର୍ଣ୍ଣାମେଣ୍ଟ ପରେ ନିଜର ୨୧ ବର୍ଷର କ୍ୟାରିୟରକୁ ଅଲବିଦା କହିଦେବେ। ଏହା ତାଙ୍କ କ୍ୟାରିୟରର […]

klinger

Ranjit Kumar Jena
  • Published: Saturday, 31 August 2019
  • , Updated: 31 August 2019, 05:48 PM IST

ଲଣ୍ଡନ: ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ମାଇକେଲ୍ କ୍ଲିଙ୍ଗର୍ ଟି-୨୦ରେ ସର୍ବାଧିକ ଶତକ ମାରିବା ମାମଲାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଲଣ୍ଡନରେ ଚାଲିଥିବା ଟି-୨୦ ବ୍ଲାଷ୍ଟ ଟୁର୍ଣ୍ଣାମେଣ୍ଟରେ କ୍ଲିଙ୍ଗର ଏହି ଉପଲବ୍ଧି ହାସଲ କରିଛନ୍ତି। ଗ୍ଲସେଷ୍ଟରଶାୟର ପକ୍ଷରୁ ଖେଳୁଥିବା ୩୯ ବର୍ଷୀୟ କ୍ଲିଙ୍ଗର୍ କେଣ୍ଟ ବିପକ୍ଷ ମୁକାବିଲାରେ ୬୫ ବଲରେ ଅପରାଜିତ ୧୦୨ ରନର ଇନିଂସ୍ ଖେଳିଥିଲେ।

ଏହି ଓପନିଂ ବ୍ୟାଟ୍ସମ୍ୟାନ୍ ଜଣକ ଚଳିତ ଟୁର୍ଣ୍ଣାମେଣ୍ଟ ପରେ ନିଜର ୨୧ ବର୍ଷର କ୍ୟାରିୟରକୁ ଅଲବିଦା କହିଦେବେ। ଏହା ତାଙ୍କ କ୍ୟାରିୟରର ଅଷ୍ଟମ ଶତକ। ଏହି ମାମଲାରେ ସେ ଟି-୨୦ କ୍ରିକେଟରେ ସର୍ବାଧିକ ଶତକ ମାମଲାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଯାଇଛନ୍ତି। ଟି-୨୦ରେ ସର୍ବାଧିକ ଶତକର ରେକର୍ଡ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲଙ୍କ ନାମରେ ଅଛି। ଗେଲ୍ ଟି-୨୦ରେ ୨୧ ଶତକ ମାରିଛନ୍ତି।

କ୍ଲିଙ୍ଗରଙ୍କ ପରେ ଆରୋନ୍ ଫିଞ୍ଚ୍ ଓ ଡେଭିଡ୍ ୱାର୍ଣ୍ଣରଙ୍କ ନମ୍ବର ଆସିବ, ଯିଏ ଟି-୨୦ରେ ୭ଟି ଲେଖାଏ ଶତକ ହାସଲ କରିଛନ୍ତି। ସେହିପରି ବ୍ରେଣ୍ଡନ୍ ମ୍ୟାକକୁଲମ୍, ଲ୍ୟୁକ୍ ରାଇଟ୍, ଶେନ୍ ୱାଟସନ୍ ଓ ଆଡାମ ଗିଲଖ୍ରୀଷ୍ଟ ୬ଟି ଲେଖାଏ ଶତକ ମାରିଛନ୍ତି। ଉକ୍ତ ମ୍ୟାଚରେ ଗ୍ଲସେଷ୍ଟରଶାୟର ୨୦ ଓଭରରେ ୩ ୱିକେଟ୍ ହରାଇ ୧୮୦ ରନ୍ କରିଥିବା ବେଳେ ଜବାବରେ କେଣ୍ଟ ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ ୧୭୫ ରନ୍ କରିବାକୁ ସକ୍ଷମ ହୋଇଥିଲା।

Related story