ଅଣ୍ଡର୍‌-୧୯ ବିଶ୍ୱକପ୍ ସେମିଫାଇନାଲ୍‌: ପାକିସ୍ତାନକୁ ୧୭୨ ରନରେ ରୋକିଲା ଭାରତ

ପୋଚେଫଷ୍ଟ୍ରୁମ୍‌: ଚଳିତ ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଏହି ମ୍ୟାଚରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରି ପାକିସ୍ତାନ ଟିମକୁ ମାତ୍ର ୧୭୨ ରନରେ ଅଲଆଉଟ୍ କରିଦେଇଛନ୍ତି। ପାକିସ୍ତାନର ଓପନିଂ ବ୍ୟାଟ୍ସମ୍ୟାନ୍ ହାଇଦର ଅଲୀ ଓ କ୍ୟାପଟେନ୍ ରୋହେଲ୍ ନାଜିରଙ୍କ ଅର୍ଦ୍ଧଶତକକୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି । ଯେଉଁ କାରଣରୁ ଟିମ୍ ୪୩.୧ ଓଭର ଖେଳି […]

u19

Ranjit Kumar Jena
  • Published: Tuesday, 04 February 2020
  • , Updated: 04 February 2020, 06:03 PM IST

ପୋଚେଫଷ୍ଟ୍ରୁମ୍‌: ଚଳିତ ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଏହି ମ୍ୟାଚରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରି ପାକିସ୍ତାନ ଟିମକୁ ମାତ୍ର ୧୭୨ ରନରେ ଅଲଆଉଟ୍ କରିଦେଇଛନ୍ତି। ପାକିସ୍ତାନର ଓପନିଂ ବ୍ୟାଟ୍ସମ୍ୟାନ୍ ହାଇଦର ଅଲୀ ଓ କ୍ୟାପଟେନ୍ ରୋହେଲ୍ ନାଜିରଙ୍କ ଅର୍ଦ୍ଧଶତକକୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି । ଯେଉଁ କାରଣରୁ ଟିମ୍ ୪୩.୧ ଓଭର ଖେଳି ତା'ର ସମସ୍ତ ୱିକେଟ୍ ହରାଇ ଦେଇଛି। ଫାଇନାଲରେ ପହଞ୍ଚିବାକୁ ହେଲେ ଭାରତକୁ ୧୭୩ ରନ୍ କରିବାକୁ ପଡ଼ିବ।

ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଏହି ନିଷ୍ପତ୍ତି ଦଳ ପାଇଁ ମହଙ୍ଗା ପଡ଼ିଥିଲା। ୩୪ ରନରେ ପାକିସ୍ତାନ ତା'ର ଦୁଇ ଶୀର୍ଷ ବ୍ୟାଟ୍ସମ୍ୟାନଙ୍କୁ ହରାଇ ବିପଦରେ ପଡିଥିଲା। ଓପ୍ନର ମହମ୍ମଦ ହୁରେରା ୪ ରନ୍ କରିଥିବା ବେଳେ ସୁଶାନ୍ତ ମିଶ୍ରଙ୍କ ଶିକାର ହୋଇଥିବା ବେଳେ ଫହାଦ୍ ମୁନିର ଖାତା ଖୋଲିବା ପୂର୍ବରୁ ରବି ବିଶ୍ନୋଇଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ହାଇଦର୍ ଓ ରୋହେଲ୍ ସ୍ଥିତି ସମ୍ଭାଳିଥିଲେ ହେଁ ତୃତୀୟ ୱିକେଟ୍ ପାଇଁ ୬୨ ରନ୍ ଯୋଡ଼ିଥିଲେ। ଏହି ସେଟ୍ ଯୋଡ଼ିକୁ ଯଶସ୍ୱୀ ଜୈସୱାଲ୍ ଭାଙ୍ଗିଥିଲେ।

ହାଇଦର ୭୭ ବଲରେ ୯ ଚୌକା ସହ ୫୬ ରନ୍ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କାସିମ୍ ଆକ୍ରାମ୍ ମାତ୍ର ୯ ରନ୍ କରି ରନଆଉଟ୍ ହୋଇଥିଲେ। ମହମ୍ମଦ ହାରିସ୍ ଆସିବା ମାତ୍ରକେ ଦ୍ରୁତ ରନ୍ କରିଥିଲେ। କିନ୍ତୁ ତାଙ୍କୁ କ୍ରିଜରେ ବେଶୀ ସମୟ ରହିବାକୁ ଦେଇନଥିଲେ ଅର୍ଥବ ଅଙ୍କୋଲେକର। ଅଙ୍କୋଲେକରଙ୍କ ବଲରେ କାସିମ୍ ଛକା ମାରିବାକୁ ପ୍ରୟାସ କରିଥିଲେ, କିନ୍ତୁ ବାଉଣ୍ଡ୍ରୀରେ ଦିବ୍ୟାଂଶ ସାକ୍ସେନା ଚମତ୍କାର କ୍ୟାଚ୍ ନେଇ ପାକିସ୍ତାନର ପଞ୍ଚମ ୱିକେଟର ପତନ ଘଟାଇଥିଲେ।

କାମିସ୍ ୧୫ ବଲରେ ୧ ଛକା ଓ ୧ ଚୌକା ସହ ୨୧ ରନ୍ କରିଥିଲେ। ଏହା ପରେ ପାକିସ୍ତାନ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୧୭୨ ରନରେ ଅଲଆଉଟ୍ ହୋଇଯାଇଥିଲା। ଦଳ ତା'ର ଶେଷ ୫ ୱିକେଟ୍ ମାତ୍ର ୨୬ ରନରେ ହରାଇଥିଲା । ରୋହେଲ୍ ସର୍ବାଧିକ ୬୨ (୧୦୨ ବଲ୍‌, ୬ ଚୌକା) ରନ୍ କରିଥିବା ବେଳେ ଇରଫାନ୍ ଖାନ୍ (୩), ଆବାସ ଆଫ୍ରିଦି (୨), ତାହିର୍ ହୁସେନ୍ (୨) ଓ ଆମୀର ଅଲୀ (୧) ଦୁଇଅଙ୍କ ଛୁଇଁପାରିନଥିଲେ। ଭାରତ ପକ୍ଷରୁ ସୁଶାନ୍ତ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ କାର୍ତ୍ତିକ ଓ ବିଶ୍ନୋଇ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ। ଅଙ୍କୋଲେକର ଓ ଯଶସ୍ୱୀ ଗୋଟିଏ ଲେଖାଏ ୱିକେଟ୍ ପାଇଥିଲେ।

Related story