ପନ୍ତ-ହାର୍ଦ୍ଦିକଙ୍କ ଯୋଡ଼ିକୁ ଭାଙ୍ଗିଲେ ସାଣ୍ଟନର୍

ମ୍ୟାଞ୍ଚେଷ୍ଟର୍: ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ୍ ଦ୍ୱାରା ଧାର୍ଯ୍ୟ ୨୪୦ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଭାରତ ୨୪ ରନ୍ ଭିତରେ ତା’ର ଶୀର୍ଷ ଚାରିଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। କିନ୍ତୁ ଏହା ପରେ ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଥିତି ସମ୍ଭାଳି ନେଇଥିଲେ। କିନ୍ତୁ ସେଟ୍‌ ହୋଇଆସୁଥିବା ଏହି ଯୋଡ଼ିକୁ ମିଚେଲ୍ ସାଣ୍ଟନର ଭାଙ୍ଗିଛନ୍ତି। ପନ୍ତ (୩୨) ଖରାପ ଶଟ୍ କରି ଆଉଟ୍ ହୋଇଛନ୍ତି। ରିପୋର୍ଟ […]

henry

Hemant Lenka
  • Published: Wednesday, 10 July 2019
  • , Updated: 10 July 2019, 05:21 PM IST

ମ୍ୟାଞ୍ଚେଷ୍ଟର୍: ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ୍ ଦ୍ୱାରା ଧାର୍ଯ୍ୟ ୨୪୦ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।

ଭାରତ ୨୪ ରନ୍ ଭିତରେ ତା'ର ଶୀର୍ଷ ଚାରିଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। କିନ୍ତୁ ଏହା ପରେ ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଥିତି ସମ୍ଭାଳି ନେଇଥିଲେ। କିନ୍ତୁ ସେଟ୍‌ ହୋଇଆସୁଥିବା ଏହି ଯୋଡ଼ିକୁ ମିଚେଲ୍ ସାଣ୍ଟନର ଭାଙ୍ଗିଛନ୍ତି। ପନ୍ତ (୩୨) ଖରାପ ଶଟ୍ କରି ଆଉଟ୍ ହୋଇଛନ୍ତି।

ରିପୋର୍ଟ ଲେଖା ହେଲା ବେଳକୁ ଭାରତ  ୫ ୱିକେଟ୍ ହରାଇ ୭୧ ରନ୍ କରିଛି । ହାର୍ଦ୍ଦିକ ୨୨ ରନରେ ବ୍ୟାଟିଂ କରୁଛନ୍ତି ।

ଏହା ପୂର୍ବରୁ ଚଳିତ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ସ୍କୋରର ରୋହିତ୍ ଶର୍ମା ମାତ୍ର ୧ ରନ୍ କରି ମ୍ୟାଟ ହେନରୀଙ୍କ ବଲରେ ଆଉଟ୍ ହୋଇଥିବା ବେଳେ କ୍ୟାପଟେନ୍ ବିରାଟ କୋହଲି (୧)ଙ୍କୁ ଟ୍ରେଣ୍ଟ ବୋଲ୍ଟ ପ୍ୟାଭିଲିୟନ୍ ପଠାଇଥିଲେ । ଲୋକେଶ ରାହୁଲ୍ (୧) ଓ ଦିନେଶ କାର୍ତ୍ତିକ (୬)ଙ୍କୁ ହେନରୀ ଆଉଟ୍ କରି ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ ।

Related story