ସହିପାରିଲେନି ମାନସିକ ନିର୍ଯାତନା, କ୍ରିକେଟକୁ ଅଲବିଦା କହିଲେ ମହମ୍ମଦ ଆମୀର

ଇସଲାମାବାଦ: ପାକିସ୍ତାନ କ୍ରିକେଟ ବୋର୍ଡ କେମିତି ନିଜ ଦେଶର କ୍ରିକେଟରଙ୍କୁ ମାନସିକ ନିର୍ଯାତନ ଦେଉଛି, ତା’ର ଗୁମର ଖୋଲିଛନ୍ତି ଦ୍ରୁତ ବୋଲର ମହମ୍ମଦ ଆମୀର। ଖାଲି ସେତିକି ନୁହେଁ, ବୋର୍ଡ ଦେଉଥିବା ନିର୍ଯାତନାକୁ ସହି ନ ପାରି ସେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା ମଧ୍ୟ କହିଛନ୍ତି। ୨୮ ବର୍ଷୀୟ ଆମୀର କହିଛନ୍ତି, ବର୍ତ୍ତମାନ ପାକିସ୍ତାନ କ୍ରିକେଟ ବୋର୍ଡର ମ୍ୟାନେଜମେଣ୍ଟ ସହ ଚଳିବା ବେଶ କଷ୍ଟକର। ତେଣୁ ଏଠାରୁ ଚାଲିଯିବା ହିଁ ଶ୍ରେୟସ୍କର। ଖୁବଶୀଘ୍ର ସେ ନିଜର ଅବସର […]

y

Hemant Lenka
  • Published: Thursday, 17 December 2020
  • , Updated: 17 December 2020, 06:12 PM IST

ଇସଲାମାବାଦ: ପାକିସ୍ତାନ କ୍ରିକେଟ ବୋର୍ଡ କେମିତି ନିଜ ଦେଶର କ୍ରିକେଟରଙ୍କୁ ମାନସିକ ନିର୍ଯାତନ ଦେଉଛି, ତା’ର ଗୁମର ଖୋଲିଛନ୍ତି ଦ୍ରୁତ ବୋଲର ମହମ୍ମଦ ଆମୀର। ଖାଲି ସେତିକି ନୁହେଁ, ବୋର୍ଡ ଦେଉଥିବା ନିର୍ଯାତନାକୁ ସହି ନ ପାରି ସେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା ମଧ୍ୟ କହିଛନ୍ତି।

୨୮ ବର୍ଷୀୟ ଆମୀର କହିଛନ୍ତି, ବର୍ତ୍ତମାନ ପାକିସ୍ତାନ କ୍ରିକେଟ ବୋର୍ଡର ମ୍ୟାନେଜମେଣ୍ଟ ସହ ଚଳିବା ବେଶ କଷ୍ଟକର। ତେଣୁ ଏଠାରୁ ଚାଲିଯିବା ହିଁ ଶ୍ରେୟସ୍କର। ଖୁବଶୀଘ୍ର ସେ ନିଜର ଅବସର ସମ୍ପର୍କରେ ଗୋଟିଏ ବିବୃତି ଜାରି କରିବେ ବୋଲି କହିଛନ୍ତି।

ଆଜି ଆମୀର କହିଛନ୍ତି, ମୁଁ ଏଭଳି ମାନସିକତା ରଖିଥିବା ମ୍ୟାନେଜମେଣ୍ଟ ଅଧୀନରେ ଆଉ କ୍ରିକେଟ ଖେଳିପାରିବିନି। ବର୍ତ୍ତମାନ ମୁଁ କ୍ରିକେଟକୁ ଅଲବିଦା କହୁଛି। ମୋତେ ମାନସିକ ନିର୍ଯାତନା ଦିଆଯାଉଛି। ମୁଁ ଏହାକୁ ସହିପାରୁନି। ୨୦୧୦-୨୦୧୫ ଯାଏ ମୁଁ ବହୁତ ନିର୍ଯାତନା ଦେଖିଛି। ମୋତେ ଅନେକ ଲୋକ କହୁଛନ୍ତି ଯେ ପିସିବି ତୁମ ପାଇଁ ବହୁତ କିଛି କରିଛି। ବାରମ୍ବାର ଏକଥା ଶୁଣିବାକୁ ମିଳୁଛି।

ହେଲେ ମୁଁ ଏଠି କହିବାକୁ ଚାହେଁ ଯେ ପିସିବିର ଦୁଇ ଜଣ ମୋତେ ବହୁତ ସମର୍ଥନ କରିଛନ୍ତି। ନିଜାମ ସେଠୀ ଓ ଶାହିଦ ଆଫ୍ରିଦି ମୋତେ ସମର୍ଥନ କରିଥିଲେ। ବ୍ୟାନ୍‌ ପରେ ମୋତେ ଆଫ୍ରିଦି କମବ୍ୟାକ କରିବାକୁ ସୁଯୋଗ ଦେଇଥିଲେ। ସମସ୍ତେ ନିଜ ଦେଶ ପାଇଁ ଖେଳିବାକୁ ଭଲ ପାଆନ୍ତି। ମୁଁ ମୋ ନିଜ ଇଚ୍ଛାରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲି।

ହେଲେ ଏହାକୁ ଭୁଲ ଭାବେ ପ୍ରଦର୍ଶନ କରାଗଲା। ଅନ୍ୟ କ୍ରିକେଟ ଲିଗ୍‌ ଖେଳିବା ପାଇଁ ମୁଁ ଏଭଳି ପଦକ୍ଷେପ ନେଇଥିବା ପ୍ରଚାର କରାଯାଉଛି। ମୁଁ ବିପିଏଲ ଖେଳି ଜାତୀୟ ଟିମକୁ ଆସିଥିଲି। ଯଦି ମୁଁ ଘରୋଇ ଲିଗ୍‌ ମ୍ୟାଚ୍‌ ଖେଳିବାକୁ ଏତେ ଆଗ୍ରହୀ ଥିଲି, ତା’ହେଲେ ପାକିସ୍ତାନ ପାଇଁ ଆଦୌ ଖେଳିବି ନାହିଁ ବୋଲି କହିଥାଆନ୍ତି।

ପ୍ରତି ମୁହୂର୍ତ୍ତରେ କୁହାଯାଉଛି ଯେ ଆମୀର ଆମକୁ ଧୋକା ଦେଲା। ଆଉ ଏକଥା ସହି ହେଉନାହିଁ। ଦୁଇ ଦିନ ଭିତରେ ମୁଁ ପାକିସ୍ତାନରେ ପହଞ୍ଚିବି ଓ ଗୋଟିଏ ବିବୃତି ଜାରି କରିବି ବୋଲି ଆମୀର କରିଛନ୍ତି।

ପାକିସ୍ତାନ ପାଇଁ ୩୬ଟି ଟେଷ୍ଟ, ୬୧ଟି ଦିନିକିଆ ଓ ୫୦ଟି ଟି-୨୦ ଖେଳିଥିବା ଆମୀର ମୋଟ ଉପରେ ୨୬୯ଟି ୱିକେଟ ନେଇଛନ୍ତି। ୨୦୦୯ ମସିହା ଟି-୨୦ ବିଶ୍ୱକପ ବେଳେ ଆମୀର ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ସେ ବିଶ୍ୱକପ ଜିତିଥିବା ପାକିସ୍ତାନ ଟିମ୍‌ର ସଦସ୍ୟ ମଧ୍ୟ ରହିଥିଲେ। ସେହିବର୍ଷ ସେ ଦିନିକିଆ ଓ ଟେଷ୍ଟରେ ମଧ୍ୟ ଡେବ୍ୟୁ କରିଥିଲେ।


ତେବେ ୨୦୧୦ ମସିହାରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ସ୍ପଷ୍ଟ ଫିକ୍ସିଂ କରି ଆମୀର ଗିରଫ ହୋଇଥିଲେ। ଏଥିପାଇଁ ତାଙ୍କୁ ୫ ବର୍ଷ ବ୍ୟାନ କରାଯାଇଥିଲା। ୨୦୧୫ରେ ଆମୀର ଘରୋଇ କ୍ରିକେଟ ଖେଳିବାକୁ ଯୋଗ୍ୟତା ପାଇଥିଲା। ୨୦୧୬ରେ ସେ ନ୍ୟୁଜିଲ୍ୟାଣ୍ଡରେ ଅନ୍ତର୍ଜାତୀୟ କ୍ରିକେଟକୁ କମବ୍ୟାକ କରିଥିଲେ।

ଗତବର୍ଷ ସେ ସୀମିତ ଓଭର କ୍ରିକେଟ ଖେଳିବା ପାଇଁ ଟେଷ୍ଟ କ୍ରିକେଟକୁ ଅଲବିଦା କହିଥିଲେ। ଚଳିତବର୍ଷ ନଭେମ୍ବରରେ ପାକିସ୍ତାନ ଟି-୨୦ ଖେଳିବାକୁ ନ୍ୟୁଜିଲ୍ୟାଣ୍ଡ ଯାଇଥିଲେ ହେଁ ଆମୀରକୁ ସ୍କ୍ୱାଡ୍‌ରେ ସାମିଲ କରାଯାଇ ନଥିଲା। ସେବେଠାରୁ ପିସିବି ଓ ଆମୀରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା।

Related story