ହକି କିମ୍ବଦନ୍ତୀ ସାହିଦଙ୍କ ପରଲୋକ

ନୂଆଦିଲ୍ଲୀ: ଗୁଡଗାୱଁସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭାରତୀୟ ହକି କିମ୍ବଦନ୍ତୀ ମହମ୍ମଦ ସାହିଦଙ୍କର ଆଜି ପରଲୋକ ହୋଇଛି। ମୃତବେଳକୁ ଭାରତୀୟ ହକି ୱିଜାର୍ଡ ଭାବେ ପରିଚିତ ସ୍ୱର୍ଗତ ସାହିଦଙ୍କୁ ୫୬ ବର୍ଷ ହୋଇଥିଲା। ଦୀର୍ଘ ଦିନ ହେବ ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିଲେ। ଗତମାସରେ ସେ ଜଣ୍ଡିସ୍‌ ଓ ଡେଙ୍ଗୁରେ ଗୁରୁତରଭାବେ ଆକ୍ରାନ୍ତ ହୋଇ ‘ମେଦାନ୍ତ ଦି ମେଡିସିଟି’ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କର ବହୁ ଅଙ୍ଗ ଅଚଳ ହେବାରୁ ସେ ଇହଲୀଳା ସମ୍ବରଣ କରିଛନ୍ତି। […]

Mohammad-Shahid

Rakesh Mallick
  • Published: Wednesday, 20 July 2016
  • , Updated: 20 July 2016, 05:17 PM IST

ନୂଆଦିଲ୍ଲୀ: ଗୁଡଗାୱଁସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭାରତୀୟ ହକି କିମ୍ବଦନ୍ତୀ ମହମ୍ମଦ ସାହିଦଙ୍କର ଆଜି ପରଲୋକ ହୋଇଛି। ମୃତବେଳକୁ ଭାରତୀୟ ହକି ୱିଜାର୍ଡ ଭାବେ ପରିଚିତ ସ୍ୱର୍ଗତ ସାହିଦଙ୍କୁ ୫୬ ବର୍ଷ ହୋଇଥିଲା। ଦୀର୍ଘ ଦିନ ହେବ ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିଲେ। ଗତମାସରେ ସେ ଜଣ୍ଡିସ୍‌ ଓ ଡେଙ୍ଗୁରେ ଗୁରୁତରଭାବେ ଆକ୍ରାନ୍ତ ହୋଇ ‘ମେଦାନ୍ତ ଦି ମେଡିସିଟି’ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କର ବହୁ ଅଙ୍ଗ ଅଚଳ ହେବାରୁ ସେ ଇହଲୀଳା ସମ୍ବରଣ କରିଛନ୍ତି।

ସାହିଦଙ୍କ ପୁଅ ମହମ୍ମଦ ସୈଫ କହିଛନ୍ତି,“ଆଜି ସକାଳ ୧୦ଟା ୪୫ରେ ବାପା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବହୁ ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହୋଇପଡିବାରୁ ତାଙ୍କୁର ପ୍ରାଣବାୟୁ ଉଡିଯାଇଥିଲା। ଆସନ୍ତାକାଲି ବାରଣସୀରେ ତାଙ୍କ ଶେଷଦର୍ଶନ ପରେ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ।”

ଚମତ୍କାର ଡ୍ରିବ୍ଲିଂ ସ୍କିଲ ପାଇଁ ପରିଚିତ ଏହି ହକି ଖେଳାଳିଙ୍କର ଭାରତୀୟ ହକି ପାଇଁ ଅବଦାନ ଅତୁଳନୀୟ। ୧୯୮୦ ମସ୍କୋ ଅଲିମ୍ପିକ୍‌ରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ଦଳରେ ସେ ସଦସ୍ୟ ଥିଲେ। ସେ ଦିଲ୍ଲୀ ଏସିଆନ୍‌ ଗେମ୍ସରେ ଦଳର ଜଣେ ସଦସ୍ୟ ଭାବେ ସ୍ୱର୍ଣ୍ଣ ଓ ୧୯୮୬ ସିଓଲ୍‌ ଏସିଆଡ୍‌ରେ ବ୍ରୋଞ୍ଜ ପଦକ ଜିତିଥିଲେ।

ସାହିଦଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ତାଙ୍କ ଟ୍ୱିଟର ପେଜ୍‌ରେ କହିଛନ୍ତି,“ଆମେ ମହମ୍ମଦ ସାହିଦଙ୍କୁ ବଞ୍ଚାଇବାକୁ ପ୍ରାୟସ କରିଥିଲୁ। ଭାରତ ଆଜି ଆଉ ଜଣେ କ୍ରୀଡାବିତ୍‌ଙ୍କୁ ହରାଇଲା। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ।”

ତାଙ୍କ ବିୟୋଗରେ ହକି ଜଗତରେ ଶୋକର ଛାୟା ଖେଳିଯାଇଛି।

Related story