ଟେଷ୍ଟ ଟିମ୍‌ ଚୟନର ଏକ ଘଣ୍ଟା ପରେ, ମହମ୍ମଦ ସାମିଙ୍କ ପାଇଁ ଆସିଲା ଖରାପ ଖବର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଂଲଣ୍ଡ ବିପକ୍ଷ ପ୍ରଥମ ୩ଟି ଟେଷ୍ଟ ପାଇଁ ବୁଧବାର ଭାରତୀୟ କ୍ରିକେଟ୍‌ ଟିମ୍‌ ଘୋଷଣା ହୋଇଛି। ଏହି ୧୮ ଜଣିଆ ଟେଷ୍ଟ୍‌ ସ୍କ୍ୱାଡ୍‌ରେ ଫାଷ୍ଟ୍‌ ବୋଲର୍‌ ମହମ୍ମଦ ସାମିଙ୍କୁ ଦଳରେ ସ୍ଥାନ ମିଳିଛି। କିନ୍ତୁ ଟିମ୍‌ ଚୟନର ଏକ ଘଣ୍ଟା ପରେ ତାଙ୍କ ପାଇଁ ଖରାପ ଖବର ଆସି ପହଞ୍ଚିଛି। ଯାହା ତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ମହମ୍ମଦ ସାମି ଓ ତାଙ୍କ ପତ୍ନୀ ହସିନ ଜହାନ୍‌ଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ […]

257086-shami

Rakesh Mallick
  • Published: Wednesday, 18 July 2018
  • , Updated: 18 July 2018, 10:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଂଲଣ୍ଡ ବିପକ୍ଷ ପ୍ରଥମ ୩ଟି ଟେଷ୍ଟ ପାଇଁ ବୁଧବାର ଭାରତୀୟ କ୍ରିକେଟ୍‌ ଟିମ୍‌ ଘୋଷଣା ହୋଇଛି। ଏହି ୧୮ ଜଣିଆ ଟେଷ୍ଟ୍‌ ସ୍କ୍ୱାଡ୍‌ରେ ଫାଷ୍ଟ୍‌ ବୋଲର୍‌ ମହମ୍ମଦ ସାମିଙ୍କୁ ଦଳରେ ସ୍ଥାନ ମିଳିଛି। କିନ୍ତୁ ଟିମ୍‌ ଚୟନର ଏକ ଘଣ୍ଟା ପରେ ତାଙ୍କ ପାଇଁ ଖରାପ ଖବର ଆସି ପହଞ୍ଚିଛି। ଯାହା ତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ମହମ୍ମଦ ସାମି ଓ ତାଙ୍କ ପତ୍ନୀ ହସିନ ଜହାନ୍‌ଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ରହିଛି। ଏହି ବିବାଦ ଗତ ମାର୍ଚ୍ଚ ମାସରୁ ଆରମ୍ଭ ହୋଇ ଧୀରେ ଧୀରେ ବଢ଼ି ବଢ଼ି ଚାଲିଛି। ତେବେ ଏହା ଆଜି ଆଉ ଏକ ମୋଡ଼ ନେଇଛି। ସାମି ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇବାର ୧ ଘଣ୍ଟା ପରେ କୋଲକାତାର ଆଲିପୁର କୋର୍ଟ ତାଙ୍କୁ ଏକ ସମନ ଜାରି କରିଛନ୍ତି। ଏହି ସମନ ଚେକ୍‌ ବାଉନ୍ସ୍‌ ହେବା ଅଭିଯୋଗରେ ଜାରି କରାଯାଇଛି। ପତ୍ନୀ ହସିନ ଜହାନ୍‌ଙ୍କ ଅଭିଯୋଗ ଅନୁସାରେ ମାମଲା ରୁଜୁ ହୋଇଥିଲା। ହସିନ ଅଭିଯୋଗ କରିଛନ୍ତି, ସାମି ଭରଣ ପୋଷଣ ପାଇଁ ତାଙ୍କୁ ୧ ଲକ୍ଷ ଟଙ୍କାର ଚେକ୍‌ ଦେଇଥିଲେ। ହେଲେ ବ୍ୟାଙ୍କରେ ଟଙ୍କା ନଥିବାରୁ ଚେକ୍‌ ବାଉନ୍ସ ହୋଇଯାଇଥିଲା।

ପୂର୍ବରୁ ହସିନ୍‌, ସାମିଙ୍କ ଉପରେ ଅନେକ ସଙ୍ଗୀନ ଅଭିଯୋଗ ଲଗାଇଥିଲେ। ସାମି ବିବାହିତ ହୋଇଥିଲେ ମଧ୍ୟ ଅନେକ ମହିଳାଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ରହିଛି। କେବଳ ଏତିକି ନୁହେଁ ସାମି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ମ୍ୟାଚ୍‌ ଫିକ୍ସିଂରେ ମଧ୍ୟ ସାମିଲ ଅଛନ୍ତି ବୋଲି ହସିନ ଅଭିଯୋଗ କରିଥିଲେ।

Related story