ଶାମିଙ୍କୁ ବାଦ୍ ଦିଆଯିବା ନେଇ ପ୍ରଶଂସକ ନିରାଶ

ମ୍ୟାଞ୍ଚେଷ୍ଟର୍: ଟିମ୍ ଇଣ୍ଡିଆ ମଙ୍ଗଳବାର ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଆଇସିସି ବିଶ୍ୱକପ୍ ସେମିଫାଇନାଲରେ ପେସ୍ ବୋଲର ମହମ୍ମଦ ଶାମିଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରିନାହିଁ। ଶାମିଙ୍କୁ ବାହାରେ ରଖିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଶାମିଙ୍କୁ ବାଦ୍ ଦେବା ଭାରତୀୟ ଟିମର ଏହି ନିଷ୍ପତ୍ତକୁ କିଛି କ୍ରିକେଟ୍ ବିଶେଷଜ୍ଞ ଓ ପ୍ରଶଂସକକୁ ପସନ୍ଦ ଆସିନାହିଁ। ସୋଶାଲ ମିଡିଆରେ ଶାମିଙ୍କୁ ବାହାର ରଖିବାର ରାଗ ଦେଖିବାକୁ ମିଳିଛି। Okay with Chahal over Kuldeep. Not so much for […]

shami

Hemant Lenka
  • Published: Tuesday, 09 July 2019
  • , Updated: 09 July 2019, 08:51 PM IST

ମ୍ୟାଞ୍ଚେଷ୍ଟର୍: ଟିମ୍ ଇଣ୍ଡିଆ ମଙ୍ଗଳବାର ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଆଇସିସି ବିଶ୍ୱକପ୍ ସେମିଫାଇନାଲରେ ପେସ୍ ବୋଲର ମହମ୍ମଦ ଶାମିଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରିନାହିଁ। ଶାମିଙ୍କୁ ବାହାରେ ରଖିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଶାମିଙ୍କୁ ବାଦ୍ ଦେବା ଭାରତୀୟ ଟିମର ଏହି ନିଷ୍ପତ୍ତକୁ କିଛି କ୍ରିକେଟ୍ ବିଶେଷଜ୍ଞ ଓ ପ୍ରଶଂସକକୁ ପସନ୍ଦ ଆସିନାହିଁ। ସୋଶାଲ ମିଡିଆରେ ଶାମିଙ୍କୁ ବାହାର ରଖିବାର ରାଗ ଦେଖିବାକୁ ମିଳିଛି।

ପ୍ରଶଂସକ ସୋଶାଲ ମିଡିଆରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟର ନିଷ୍ପତ୍ତିକୁ କଡ଼ା ନିନ୍ଦା କରିଛନ୍ତି। ଶାମି ଚଳିତ ବିଶ୍ୱକପରେ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳି ୧୪ ୱିକେଟ୍ ନେଇଛନ୍ତି। ଶାମି ଆଫଗାନିସ୍ତାନ ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୪ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଇଂଲଣ୍ଡ ବିପକ୍ଷରେ ୫ଟି ୱିକେଟ୍ ହାସଲ କରିଥିଲେ। ସେ ବାଂଲାଦେଶ ବିପକ୍ଷରେ ଗୋଟିଏ ୱିକେଟ୍ ନେଇଥିଲେ।

ଟିମ୍ ଇଣ୍ଡିଆ ଲଗାତାର ଦ୍ୱିତୀୟ ମ୍ୟାଚରେ ଶାମିଙ୍କୁ ଅଣଦେଖା କରିଛି। ଏହା ପୂର୍ବରୁ ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ଏକାଦଶରେ ସାମିଲ୍ କରାଯାଇ ନଥିଲା। ଶାମି ଯେଉଁ ଲୟରେ ଅଛନ୍ତି, ସେ କୌଣସି ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇ ପାରନ୍ତି। ସ୍ଲଗ୍ ଓଭରରେ ଶାମିଙ୍କ ବୋଲିଂ ସାମାନ୍ୟ ଚିନ୍ତାର ବିଷୟ, କାରଣ ଏହି ଓଭର ଗୁଡ଼ିକରେ ତାଙ୍କ ଇକୋନମି ଭଲ ରହିନାହିଁ।

କ୍ରିକେଟ୍ କମେଣ୍ଟେଟର୍ ହର୍ଷା ଭୋଗଲେ ଟ୍ୱିଟ୍ କରି କହିଛନ୍ତି, ସୌରଭ ଗାଙ୍ଗୁଲିଙ୍କ ଭଳି ମୁଁ ବି ସ୍ୱୀକାର କରୁଛି ଯେ, ଶାମିଙ୍କୁ ବାଦ୍ ଦେବାର ନିଷ୍ପତ୍ତି ଉଚିତ୍ ହୋଇନାହିଁ। ସେହିପରି ଶାମିଙ୍କୁ ବାଦ୍ ଦେବା ନେଇ ଆକାଶ ଚୋପ୍ରା ମଧ୍ୟ ନିରାଶ ହୋଇଛନ୍ତି।

Related story