ସମାଧାନ ବଦଳରେ ବଢ଼ିଲା ବିଶ୍ୱକପ୍ ସମସ୍ୟା

ନୂଆଦିଲ୍ଲୀ: ଦିଲ୍ଲୀରେ ଖେଳାଯାଇଥିବା ଅନ୍ତିମ ଦିନିକିଆରେ ଟସ୍ ପଡ଼ିବା ବେଳେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି କହିଥିଲେ ଯେ, ବିଶ୍ୱକପ୍ ପାଇଁ ଆମର ଟିମ୍ ଚୟନ ପ୍ରାୟତଃ ଶେଷ ହୋଇସାରିଛି। କିନ୍ତୁ ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଆୟୋଜକ ଟିମ ୩୫ ରନରେ ହାରିବା ପରେ ଏବେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। ଅଷ୍ଟ୍ରେଲିଆ ଏହା ପୂର୍ବରୁ ୨୦୦୯ରେ ଭାରତରେ ଦ୍ୱିପାକ୍ଷିକ ସିରିଜ୍ ଜିତିଥିଲା। କେବଳ ଏତିକି ନୁହେଁ, ଭ୍ରମଣକାରୀ ଟିମ୍ ୦-୨ରେ ପଛୁଆ ରହିବା […]

india wc

india wc

Ranjit Kumar Jena
  • Published: Thursday, 14 March 2019
  • Updated: 14 March 2019, 06:02 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ଖେଳାଯାଇଥିବା ଅନ୍ତିମ ଦିନିକିଆରେ ଟସ୍ ପଡ଼ିବା ବେଳେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି କହିଥିଲେ ଯେ, ବିଶ୍ୱକପ୍ ପାଇଁ ଆମର ଟିମ୍ ଚୟନ ପ୍ରାୟତଃ ଶେଷ ହୋଇସାରିଛି। କିନ୍ତୁ ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଆୟୋଜକ ଟିମ ୩୫ ରନରେ ହାରିବା ପରେ ଏବେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। ଅଷ୍ଟ୍ରେଲିଆ ଏହା ପୂର୍ବରୁ ୨୦୦୯ରେ ଭାରତରେ ଦ୍ୱିପାକ୍ଷିକ ସିରିଜ୍ ଜିତିଥିଲା। କେବଳ ଏତିକି ନୁହେଁ, ଭ୍ରମଣକାରୀ ଟିମ୍ ୦-୨ରେ ପଛୁଆ ରହିବା ପରେ ଆଜି ପର୍ଯ୍ୟନ୍ତ କେବେବି ଦିନିକିଆ ସିରିଜ୍ ଜିତିନଥିଲା, କିନ୍ତୁ ଦିଲ୍ଲୀ ଦିନିକିଆ ଜିତି ସେମାନେ ଇତିହାସ ରଚିବାରେ ସଫଳ ହୋଇଥିଲେ।

ବିଶ୍ୱକପ୍ ପୂର୍ବରୁ ଭାରତ ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଏହା ଅନ୍ତିମ ଦିନିକିଆ ସିରିଜ୍ ଥିଲା। ଏହି ସିରିଜ୍ ପରେ ବର୍ତ୍ତମାନ ଭାରତୀୟ ଖେଳାଳିମାନେ ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବାକୁଥିବା ଆଇପିଏଲରେ ବ୍ୟସ୍ତ ହୋଇଯିବେ। ଆଇପିଏଲ୍ ସରିବାର କିଛି ଦିନ ପରେ ଇଂଲଣ୍ଡରେ ଆରମ୍ଭ ହେବ କ୍ରିକେଟ୍ ମହାକୁମ୍ଭ। ଆଇପିଏଲ୍ ମଝିରେ ଅର୍ଥାତ୍ ଏପ୍ରିଲ ଶେଷଭାଗରେ ବିଶ୍ୱକପ୍ ପାଇଁ ଟିମ୍ ଚୟନ ହେବ। ତେବେ ଅଷ୍ଟ୍ରେଲିଆ ବିପକ୍ଷ ଖରାପ ପ୍ରଦର୍ଶନ ପରେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ବିଶ୍ୱକପରେ ଭାରତ କେଉଁ ଚୂଡ଼ାନ୍ତ ଏକାଦଶକୁ ନେଇ ଖେଳିବ।

ଏହି ସିରିଜରେ ଭାରତ ଅନେକ କ୍ଷେତ୍ରରେ ଦୁର୍ବଳ ପ୍ରଦର୍ଶନ କରିଛି। ବିଶେଷକରି ବ୍ୟାଟିଂ ମୁଖ୍ୟ ସମସ୍ୟା ହୋଇପଡ଼ିଛି । ଓପନିଂକୁ ଛାଡ଼ିଦେଲେ ଭାରତର ଚତୁର୍ଥ ସ୍ଥାନ ଏପର୍ଯ୍ୟନ୍ତ ସ୍ଥିର ହୋଇପାରିଲା ନାହିଁ। ଏହାଛଡ଼ା ଋଷଭ ପନ୍ତ ନିଜ ସୁଯୋଗର ଫାଇଦା ଉଠାଇବାରେ ସଫଳ ହୋଇପାରିଲେ ନାହିଁ। ଚାପରେ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଖରାପ ପ୍ରଦର୍ଶନ ଏବଂ ବିଜୟ ଶଙ୍କର ଉପଯୁକ୍ତ ଅଲରାଉଣ୍ଡର ପାଇଁ ଯୋଗ୍ୟ କି ନୁହେଁ, ତାହା ଏବେ ସମସ୍ତଙ୍କ ମନରେ ସନ୍ଦେହ ଭରି ଦେଇଛି। ତେଣୁ ବିଶ୍ୱକପ୍ ଟିମ୍ ବାଛିବା ପୂର୍ବରୁ ଚୟନକର୍ତ୍ତାଙ୍କୁ କେଉଁ କେଉଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ, ଏହା ଉପରେ ନଜର ପକାଇବା।

ପନ୍ତ ଫିଟ୍ କି?: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଋଷଭ ପନ୍ତଙ୍କୁ ଦୁଇଟି ମ୍ୟାଚ୍ ଖେଳିବାର ସୁଯୋଗ ମିଳିଥିଲା। ମହେନ୍ଦ୍ର ସିଂହ ଧୋନିଙ୍କ ସ୍ଥାନରେ ଖେଳିଥିବା ପନ୍ତ ମୋହାଲିରେ ଖେଳାଯାଇଥିବା ଚତୁର୍ଥ ମ୍ୟାଚରେ ୨୪ ବଲରେ ୩୬ ରନ୍ କରିଥିଲେ। କିନ୍ତୁ ସେ ନିଜର ୱିକେଟକିପିଙ୍ଗ ଭୂମିକାକୁ ସଠିକ୍ ଭାବେ ତୁଲାଇପାରି ନଥିଲେ। ଏହି ମ୍ୟାଚରେ ସେ କିଛି ଷ୍ଟମ୍ପିଂ ଛାଡ଼ିଥିଲେ, ଯାହା ମ୍ୟାଚର ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା। ଅନ୍ତିମ ଦିନିକିଆରେ ସେ ମାତ୍ର ୧୬ ରନ୍ କରିବାକୁ ସକ୍ଷମ ହୋଇଥିଲେ । ତେଣୁ ଏହି ପ୍ରଦର୍ଶନ ଆଧାରରେ ପନ୍ତ ଭାରତୀୟ ୱିକେଟକିପର ଭାବେ ଫିଟ୍ କି ନୁହେଁ, ତାହା ସମୟ କହିବ। ବର୍ତ୍ତମାନ ବଡ଼ ପ୍ରଶ୍ନ ଉଠୁଛି, ପନ୍ତଙ୍କୁ ଦିଆଯାଇଥିବା ସୁଯୋଗ ଯଥେଷ୍ଟ କି?

ରାହୁଲ ତୃତୀୟ ଓପ୍ନର କି?: ଅଷ୍ଟ୍ରେଲିଆ ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଦମଦାର ବ୍ୟାଟିଂ କରିବା ପରେ ଲୋକେଶ ରାହୁଲ ଦିନିକିଆରେ ମଧ୍ୟ ଭଲ ପ୍ରଦର୍ଶନ ଦ୍ୱାରା ଟିମ୍ ଇଣ୍ଡିଆର ତୃତୀୟ ଓପ୍ନର ଭାବେ ସ୍ଥାନ ପକ୍କା କରିବେ ବୋଲି ଆଶା ବାନ୍ଧିଥିଲେ। କିନ୍ତୁ ଦିନିକିଆ ସିରିଜର ପ୍ରଥମ ତିନୋଟି ମ୍ୟାଚରେ ବାହାରେ ବସିବା ପରେ ଚତୁର୍ଥ ମ୍ୟାଚରେ ତାଙ୍କୁ ସୁଯୋଗ ମିଳିଥିଲା। ମୋହାଲିରେ ସେ ବିରାଟ କୋହଲିଙ୍କ ବଦଳରେ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ। କିନ୍ତୁ ଏହି ମ୍ୟାଚର ସେ ମାତ୍ର ୨୬ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଏହା ପରେ ତାଙ୍କୁ ପଞ୍ଚମ ମ୍ୟାଚରେ ଖେଳିବାକୁ ସୁଯୋଗ ମିଳିଲା ନାହିଁ। ରାହୁଲଙ୍କୁ କେହି ଭାରତର ତୃତୀୟ ଓପ୍ନର କହୁଥିବା ବେଳେ କେହି ତାଙ୍କୁ ଚତୁର୍ଥ ସ୍ଥାନ ପାଇଁ ଉପଯୁକ୍ତ ବୋଲି କହିଛନ୍ତି। କିନ୍ତୁ ଟିମରେ ତାଙ୍କ ଭୂମିକା କ’ଣ, ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ।

ଚାପରେ ଚହଲ୍ ଫେଲ୍: ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାରେ ଭାରତର ଦିନିକିଆ ସିରିଜ୍ ବିଜୟରେ ପ୍ରମୁଖ ଭୂମିକା ବହନ କରିଥିବା ୟୁଜବେନ୍ଦ୍ର ଚହଲ ଘରୋଇ ସିରିଜ ପାଇଁ ପ୍ରଥମ ପସନ୍ଦ ଥିଲେ। କିନ୍ତୁ ବେଙ୍ଗାଲୁରୁରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ରେ ଗ୍ଲେନ୍ ମ୍ୟାକ୍ସୱେଲ ତାଙ୍କୁ ଯେଉଁଭଳି ଆକ୍ରମଣ କଲେ, ସେଥିରେ ଚହଲ ଚାପରେ ପଡ଼ିଯାଇଥିଲେ। ଫଳସ୍ୱରୂପ ଏହି ମ୍ୟାଚରେ ସେ ୪ ଓଭରରେ ୪୭ ରନ୍ ଦେଇଥିଲେ। ମୋହାଲି ଦିନିକିଆରେ ତାଙ୍କୁ ସୁଯୋଗ ମିଳିଥିଲେ ହେଁ, ଏହାର ଫାଇଦା ଉଠାଇପାରି ନଥିଲେ। ଏହି ମୁକାବିଲାରେ ସେ ୧୦ ଓଭରରେ ୮୦ ରନ୍ ବ୍ୟୟ କରିଥିଲେ। ଅନ୍ୟପକ୍ଷରେ ଚାଇନାମ୍ୟାନ୍ କୁଲଦୀପ ଯାଦବ ନିୟମିତ ୱିକେଟ୍ ନେବାରେ ସଫଳ ହେଉଛନ୍ତି ଏବଂ ରବୀନ୍ଦ୍ର ଜାଡେଜା ଉଭୟ ବୋଲିଂ ଓ ଫିଲ୍ଡିଂରେ କମାଲ କରୁଛନ୍ତି। ତେଣୁ ଏଭଳି ସ୍ଥିତିରେ ଚହଲଙ୍କ ସ୍ପିନ୍ ଇଂଲଣ୍ଡରେ କାମ ଦେବ କି ନାହିଁ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଚତୁର୍ଥ ସ୍ଥାନ ଏବେବି ସମସ୍ୟା: ନ୍ୟୁଜିଲ୍ୟାଣ୍ଡରେ ସଫଳ ପ୍ରଦର୍ଶନ କରିବା ପରେ ଅମ୍ବାତି ରାୟୁଡୁ ହିଁ ଭାରତର ଚତୁର୍ଥ ସ୍ଥାନ ପାଇଁ ଫିଟ୍ ବୋଲି ସମସ୍ତେ ଭାବି ନେଇଥିଲେ। କିନ୍ତୁ ଏହି ୩୩ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ଜଣକ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ତିନୋଟି ମ୍ୟାଚରେ ମାତ୍ର ୩୩ (୧୩, ୧୮ ଓ ୨) ରନ୍ କରିବା ପରେ ଏବେ ପୁଣିଥରେ ଚତୁର୍ଥ ସ୍ଥାନକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଏଭଳି ସ୍ଥିତିରେ ରାୟୁଡୁଙ୍କ ସ୍ଥାନରେ ବିଜୟ ଶଙ୍କରଙ୍କୁ ବିଶ୍ୱକପରେ ଚତୁର୍ଥ ସ୍ଥାନରେ ସୁଯୋଗ ମିଳିବା ନେଇ ଅନେକ ଦାବି କରିଛନ୍ତି। କିନ୍ତୁ ଦିନିକିଆରେ ରାୟୁଡୁଙ୍କ ଆଭରେଜ୍ (୫୫ ମ୍ୟାଚ୍, ୪୭.୦୫ ଆଜରେଜ୍)କୁ ଅଣଦେଖା କରିହେବ ନାହିଁ। ତେଣୁ ଚତୁର୍ଥ ସ୍ଥାନ ବର୍ତ୍ତମାନ ଚୟନକର୍ତ୍ତାଙ୍କ ପାଇଁ ମୁଖ୍ୟ ସମସ୍ୟା ହୋଇଯାଇଛି।

ଶଙ୍କର ଉପଯୁକ୍ତ ଅଲରାଉଣ୍ଡର କି?: ବ୍ୟାଟରେ ବିଜୟ ଶଙ୍କର ଭଲ ପ୍ରଦର୍ଶନ କରୁଛନ୍ତି ସତ, କିନ୍ତୁ ଠିକଣା ସମୟରେ ସେ ଖରାପ ଶଟ୍ ଖେଳି ଆଉଟ୍ ହେଉଛନ୍ତି। ଦିଲ୍ଲୀ ମ୍ୟାଚରୋ ଛକା ମାରିବାର ପରବର୍ତ୍ତୀ ବଲରେ ସେ ଭୁଲ ଶଟ୍ ଖେଳି ଆଉଟ୍ ହୋଇଥିଲେ। ନାଗୁପରରେ ଖେଳାଯାଇଥିବା ଦିନିକିଆରେ ସେ ଅନ୍ତିମ ଓଭରରେ ଚମତ୍କାର ବୋଲିଂ କରି ଭାରତକୁ ଜିତାଇବା ସତ୍ତ୍ବେ ତାଙ୍କ ବୋଲିଂ ଦକ୍ଷତାକୁ ନେଇ ସନ୍ଦେହ ରହିଛି। ମୋହାଲିରେ ସେ ୫ ଓଭରରେ ୨୯ ରନ୍ ଦେଇ କୌଣସି ୱିକେଟ୍ ପାଇନଥିବା ବେଳେ ଦିଲ୍ଲୀରେ ତାଙ୍କୁ ବୋଲିଂ କରିବାକୁ ସୁଯୋଗ ମିଳିନଥିଲା। କିନ୍ତୁ ଇଂଲଣ୍ଡର ସୁଇଙ୍ଗ ଓ ସିମିଂ ପିଚରେ ଶଙ୍କର ଭାରତ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରନ୍ତି ବୋଲି ଅନେକେ ମତ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story