ବିଶ୍ୱକପ୍‌: ଟସ୍‌ ଜିତି ବାଂଲାଦେଶର ବୋଲିଂ ନିଷ୍ପତ୍ତି

କ୍ୟାଡ୍ରିଫ୍‌: ବିଶ୍ୱକପ୍‌ର ଆଜିର ମୁକାବିଲାରେ ଘରୋଇ ଇଂଲଣ୍ଡ ଚ୍ୟାଲେଞ୍ଜିଂ ବାଂଲାଦେଶରକୁ ଭେଟୁଛି। ଏହି ମ୍ୟାଚ୍‌ରେ ବାଂଲାଦେଶ ଅଧିନାୟକ ମର୍ଶଫେ ମୋର୍ତାଜା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ବାଂଲାଦେଶ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ତେବେ ଇଂଲଣ୍ଡ ମୋଇନ୍‌ ଅଲୀଙ୍କ ବଦଳରେ ଲିଆମ ପ୍ଲଙ୍କେଟ୍‌ଙ୍କୁ ଚୂଡ଼ାନ୍ତ ଏକାଦାଶରେ ସାମିଲ କରିଛି। ଇଂଲଣ୍ଡ ତା’ର ଗତ ମ୍ୟାଚ୍‌ରେ ପାକିସ୍ତାନ ଠାରୁ ପରାସ୍ତ ହୋଇଥିଲା। ସେହିପରି ବାଂଲାଦେଶ ଶକ୍ତିଶାଳୀ ନ୍ୟୁଜିଲ୍ୟାଣ୍ଡ ସହ ଲଢ଼େଇ କରିଥିଲେ ହେଁ […]

y

Hemant Lenka
  • Published: Saturday, 08 June 2019
  • , Updated: 08 June 2019, 04:06 PM IST

କ୍ୟାଡ୍ରିଫ୍‌: ବିଶ୍ୱକପ୍‌ର ଆଜିର ମୁକାବିଲାରେ ଘରୋଇ ଇଂଲଣ୍ଡ ଚ୍ୟାଲେଞ୍ଜିଂ ବାଂଲାଦେଶରକୁ ଭେଟୁଛି। ଏହି ମ୍ୟାଚ୍‌ରେ ବାଂଲାଦେଶ ଅଧିନାୟକ ମର୍ଶଫେ ମୋର୍ତାଜା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ବାଂଲାଦେଶ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ତେବେ ଇଂଲଣ୍ଡ ମୋଇନ୍‌ ଅଲୀଙ୍କ ବଦଳରେ ଲିଆମ ପ୍ଲଙ୍କେଟ୍‌ଙ୍କୁ ଚୂଡ଼ାନ୍ତ ଏକାଦାଶରେ ସାମିଲ କରିଛି।

ଇଂଲଣ୍ଡ ତା’ର ଗତ ମ୍ୟାଚ୍‌ରେ ପାକିସ୍ତାନ ଠାରୁ ପରାସ୍ତ ହୋଇଥିଲା। ସେହିପରି ବାଂଲାଦେଶ ଶକ୍ତିଶାଳୀ ନ୍ୟୁଜିଲ୍ୟାଣ୍ଡ ସହ ଲଢ଼େଇ କରିଥିଲେ ହେଁ ପରାଜୟର ସମ୍ମୁଖୀନ ହୋଇଥିଲା। ଉଭୟ ଦଳ ସେମାନଙ୍କର ୨ଟି ଲେଖାଏ ମ୍ୟାଚ୍‌ରୁ ଗୋଟିଏ ଲେଖାଏ ଜିତିଛନ୍ତି। ତେଣୁ ଆଜି ଉଭୟ ଦଳ ୱିନିଂ ଟ୍ରାକ୍‌କୁ ଫେରିବାକୁ ଲକ୍ଷ୍ୟ ରଖିବେ।

Related story