ମାଉଣ୍ଟ ଏଲବୃସ ବେସ୍ କ୍ୟାମ୍ପରେ ବରଗଡ଼ର ଲିପିକା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲାର ପର୍ବତାରୋହୀ ଲିପିକା ସେଟ୍ ମଙ୍ଗଳବାର ୟୁରୋପ ମହାଦେଶର ସର୍ବୋଚ୍ଚ ଶୃଙ୍ଗ ତଥା ରୁଷ୍ ଦେଶର ମାଉଣ୍ଟ ଏଲବୃସର ବେସ୍ କ୍ୟାମ୍ପରେ ସାଥୀ ପର୍ବତାରୋହୀଙ୍କ ସହ ପହଞ୍ଚିଛନ୍ତି। ଜଣେ ଯୁବ ଉଦୀୟମାନ ପର୍ବତାରୋହୀ ଭାବେ ଲିପିକା ପୂର୍ବରୁ ଆଫ୍ରିକା ମହାଦେଶର ସର୍ବୋଚ୍ଚ ଶୃଙ୍ଗ କିଲିମଞ୍ଜାରୋ (ପାଖାପାଖି ୫୮୯୫ ମିଟର୍)କୁ ସଫଳତାର ସହ ଆରୋହଣ କରିସାରିଛନ୍ତି। ଲିପିକାଙ୍କର ଏହି ଏଲବୃସ୍ ଅଭିଯାନ ଦୀର୍ଘ ୧୦ଦିନ ଧରି ଚାଲିବ। ଗତକାଲି ଲିପିକା ସାଥୀ ପର୍ବତାରୋହୀଙ୍କ […]

lipika2

Ranjit Kumar Jena
  • Published: Tuesday, 01 October 2019
  • , Updated: 01 October 2019, 09:47 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲାର ପର୍ବତାରୋହୀ ଲିପିକା ସେଟ୍ ମଙ୍ଗଳବାର ୟୁରୋପ ମହାଦେଶର ସର୍ବୋଚ୍ଚ ଶୃଙ୍ଗ ତଥା ରୁଷ୍ ଦେଶର ମାଉଣ୍ଟ ଏଲବୃସର ବେସ୍ କ୍ୟାମ୍ପରେ ସାଥୀ ପର୍ବତାରୋହୀଙ୍କ ସହ ପହଞ୍ଚିଛନ୍ତି। ଜଣେ ଯୁବ ଉଦୀୟମାନ ପର୍ବତାରୋହୀ ଭାବେ ଲିପିକା ପୂର୍ବରୁ ଆଫ୍ରିକା ମହାଦେଶର ସର୍ବୋଚ୍ଚ ଶୃଙ୍ଗ କିଲିମଞ୍ଜାରୋ (ପାଖାପାଖି ୫୮୯୫ ମିଟର୍)କୁ ସଫଳତାର ସହ ଆରୋହଣ କରିସାରିଛନ୍ତି।

ଲିପିକାଙ୍କର ଏହି ଏଲବୃସ୍ ଅଭିଯାନ ଦୀର୍ଘ ୧୦ଦିନ ଧରି ଚାଲିବ। ଗତକାଲି ଲିପିକା ସାଥୀ ପର୍ବତାରୋହୀଙ୍କ ସହ ନିଜର ଔପଚାରିକ ସାଧନ ସମ୍ପନ୍ନ କରି ଆଜି ବେସ୍ କ୍ୟାମ୍ପରେ ପହଞ୍ଚିଛନ୍ତି। ଏହି ଅଭିଯାନ ପାଇଁ ବରଗଡ଼ ଜିଲ୍ଲାର ବିକାଶ ଇନଷ୍ଟିଚ୍ୟୁଟ୍ ତାଙ୍କୁ ୫୦ହଜାର ଟଙ୍କାର ସହାୟତା କରିଥିବା ବେଳେ ଏସିଆ ପାସିଫିକ୍ ହ୍ୟାବିଟାଟ୍ ସୋସାଇଟି (ଏପିଏଚଏସ୍)ର ସେକ୍ରେଟାରୀ ଜେନେରାଲ୍ ଡ. ୱିଲିୟମ୍ ହେନେଜ୍ ଅଭିଯାନର ଅନ୍ୟ ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି।

ଏ ନେଇ ଲିପିକାଙ୍କ ଗାଇଡ୍ କହିଛନ୍ତି, ବର୍ତ୍ତମାନ ପାଗ ଭଲ ରହିଥିବା ବେଳେ ଟିମ୍ ୩ କିମ୍ବା ୪ ତାରିଖ ମଧ୍ୟରାତ୍ରିରେ ନିଜର ଅନ୍ତିମ ଅଭିଯାନ ତଥା ଏଲବୃସ୍ ଆରୋହଣ ଅଭିମୁଖେ ବାହାରିବ।

Related story