ଧୋନିଙ୍କୁ ଏତିକି କହି ପ୍ରଶଂସା କଲେ ହେଡେନ୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ମାଥ୍ୟୁ ହେଡେନ୍ ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ତାଙ୍କ ମତରେ “ଧୋନି କେବଳ ଜଣେ ଖେଳାଳି ନୁହନ୍ତି, ବରଂ ସେ କ୍ରିକେଟ୍‌ର ଏକ ଯୁଗ ।” ସୂଚନାଯୋଗ୍ୟ, ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ଟିମ୍ ୧୦ ସଂସ୍କରଣ ମଧ୍ୟରୁ ୮ଥର ଫାଇନାଲରେ ପହଞ୍ଚିଛି। ଟିମ୍ ଏଥର ତା’ର ଚତୁର୍ଥ ଟାଇଟଲ୍ ଲକ୍ଷ୍ୟରେ ଅଛି। ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ହେଡେନଙ୍କୁ ଧୋନିଙ୍କ ବିଷୟରେ ପଚରା […]

dhoni and hayden

Hemant Lenka
  • Published: Sunday, 12 May 2019
  • , Updated: 12 May 2019, 05:17 PM IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ମାଥ୍ୟୁ ହେଡେନ୍ ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ତାଙ୍କ ମତରେ "ଧୋନି କେବଳ ଜଣେ ଖେଳାଳି ନୁହନ୍ତି, ବରଂ ସେ କ୍ରିକେଟ୍‌ର ଏକ ଯୁଗ ।" ସୂଚନାଯୋଗ୍ୟ, ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ଟିମ୍ ୧୦ ସଂସ୍କରଣ ମଧ୍ୟରୁ ୮ଥର ଫାଇନାଲରେ ପହଞ୍ଚିଛି। ଟିମ୍ ଏଥର ତା'ର ଚତୁର୍ଥ ଟାଇଟଲ୍ ଲକ୍ଷ୍ୟରେ ଅଛି।

ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ହେଡେନଙ୍କୁ ଧୋନିଙ୍କ ବିଷୟରେ ପଚରା ଯାଇଥିଲା। ଜବାବରେ ହେଡେନ୍ କହିଥିଲେ, ଧୋନି କେବଳ ଜଣେ ଖେଳାଳି ନୁହନ୍ତି, ସେ କ୍ରିକେଟ୍ ଜଗତର ଏକ ଯୁଗ। ଅଧିକାଂଶ ସମୟରେ ମୁଁ ଭାବେ ଧୋନି ଜଣେ ଗଲି କ୍ରିକେଟ୍ କ୍ୟାପଟେନ୍। ସେ ଆମମାନଙ୍କ ମଧ୍ୟରୁ ଜଣେ, ଯିଏ ଟିମ୍ ପାଇଁ କିଛି ବି କରିପାରିବେ।

ଧୋନି କେଉଁଭଳି ଭାବେ ଅଭ୍ୟାସ କରନ୍ତି, ତାହା ସମସ୍ତେ ଜାଣନ୍ତି। ଏହାଛଡ଼ା ଧୋନି ନିଜ ଲେଗ୍ ସ୍ପିନରଙ୍କୁ ଯେଉଁଭଳି ବ୍ୟବହାର କରନ୍ତି, ତାହା ପ୍ରଶଂସାଯୋଗ୍ୟ। ମ୍ୟାଚ୍ ସମୟରେ ସେ ସାଥୀ ଖେଳାଳିଙ୍କଠାରୁ ପରାମର୍ଶ ମଧ୍ୟ ନିଅନ୍ତି। ଏସବୁ ସତ୍ତ୍ୱେ ସେ ଗ୍ରାଉଣ୍ଡରେ ସର୍ବଦା ଶାନ୍ତ ରୁହନ୍ତି। ଧୋନିଙ୍କ ଭଳି ମଣିଷ ଯଦି ଆଖପାଖରେ ରହିବେ, ତାହେଲେ ଜଣେ ନିଜକୁ ବେଶ୍ ଆରାମଦାୟକ ଅନୁଭବ କରିବ ବୋଲି ହେଡେନ୍ କହିଛନ୍ତି।

ଅଷ୍ଟ୍ରେଲିଆର ଏହି ପୂର୍ବତନ ଖେଳାଳି ଧୋନିଙ୍କୁ "ଥାଲା" ବୋଲି ବିବେଚିତ କରନ୍ତି। କାରଣ ଧୋନି କେବଳ ଚେନ୍ନାଇ ସୁପର୍ କିଙ୍ଗସ୍ ନୁହେଁ, ପୂରା ଦେଶର ମଧ୍ୟ ଅଧିନାୟକ। ଚଳିତ ସଂସ୍କରଣରେ ଧୋନି ଚମତ୍କାର ବ୍ୟାଟିଂ କରି ୧୧ ମ୍ୟାଚରେ ୧୦୩.୫ ହାରରେ ୪୧୪ ରନ୍ କରିଛନ୍ତି।

Related story