ବଲ୍ ଗ୍ରାଉଣ୍ଡରେ ଟଚ୍ କରିବା ସତ୍ତ୍ୱେ ଧୋନି କଲେ ଅପିଲ୍, ଦେଖନ୍ତୁ ଭିଡିଓ

ହାଇଦ୍ରାବାଦ: ନିଜର ସଠିକ୍ ନିଷ୍ପତ୍ତି ପାଇଁ ପରିଚିତ ୱିକେଟକିପର ମହେନ୍ଦ୍ର ସିଂହ ଧୋନିଙ୍କ ଦ୍ୱାରା ଏଭଳି ଏକ ଭୁଲ୍ ହୋଇଛି, ଯାହାକୁ ସହଜରେ ବିଶ୍ୱାସ କରିହେବ ନାହିଁ । ଶନିବାର ହାଇଦ୍ରାବାଦରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଧୋନିଙ୍କ ଦ୍ୱାରା କରାଯାଇଥିବା ଏକ ଭୁଲ୍ ଅପିଲର ଭିଡିଓ ଭାଇରାଲ୍ ହୋଇଛି । ୧୯ତମ ଓଭରରେ କେଦାର ଯାଦବଙ୍କ ବଲରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ମାର୍କସ ଷ୍ଟୋଇନିସ୍ ଷ୍ଟ୍ରେଟ୍ ଭ୍ରାଇଭ୍ ଖେଳିଥିଲେ । ଏହାକୁ ମଧ୍ୟ ଯାଦବ ସହଜରେ […]

d

Hemant Lenka
  • Published: Saturday, 02 March 2019
  • , Updated: 02 March 2019, 08:22 PM IST

ହାଇଦ୍ରାବାଦ: ନିଜର ସଠିକ୍ ନିଷ୍ପତ୍ତି ପାଇଁ ପରିଚିତ ୱିକେଟକିପର ମହେନ୍ଦ୍ର ସିଂହ ଧୋନିଙ୍କ ଦ୍ୱାରା ଏଭଳି ଏକ ଭୁଲ୍ ହୋଇଛି, ଯାହାକୁ ସହଜରେ ବିଶ୍ୱାସ କରିହେବ ନାହିଁ । ଶନିବାର ହାଇଦ୍ରାବାଦରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଧୋନିଙ୍କ ଦ୍ୱାରା କରାଯାଇଥିବା ଏକ ଭୁଲ୍ ଅପିଲର ଭିଡିଓ ଭାଇରାଲ୍ ହୋଇଛି ।

୧୯ତମ ଓଭରରେ କେଦାର ଯାଦବଙ୍କ ବଲରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ମାର୍କସ ଷ୍ଟୋଇନିସ୍ ଷ୍ଟ୍ରେଟ୍ ଭ୍ରାଇଭ୍ ଖେଳିଥିଲେ । ଏହାକୁ ମଧ୍ୟ ଯାଦବ ସହଜରେ କ୍ୟାଚ୍ କରିନେଇଥିଲେ । ଯାଦବ କ୍ୟାଚ୍ ଧରିବା ମାତ୍ରକେ ୱିକେଟ୍ ପଛରେ କିପିଙ୍ଗ୍ କରୁଥିବା ଧୋନି ଅପିଲ୍ କରିବା ଆରମ୍ଭ କରିଦେଇଥିଲେ। ଧୋନିଙ୍କୁ ଦେଖି ଯାଦବ ମଧ୍ୟ ଅପିଲ୍ କରିବାରେ ଲାଗିଲେ । ଏହା ପରେ ଅମ୍ପାୟାର ସାମାନ୍ୟ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ ।

ମୁଖ୍ୟ ଅମ୍ପାୟାର ଲେଗ୍ ଅମ୍ପାୟାରଙ୍କ ନିକଟକୁ ଯାଇ ଆଲୋଚନା କରିଥିଲେ ଏବଂ ଏହାକୁ ଥାର୍ଡ ଅମ୍ପାୟାରଙ୍କ ନିକଟକୁ ପଠାଇଥିଲେ । ରିପ୍ଲେରେ ଦେଖିବାକୁ ମିଳିଥିଲା ଯେ ବଲ୍ ଷ୍ଟୋଇନିସଙ୍କ ବ୍ୟାଟରେ ଲାଗିବା ପରେ ସିଧା ଗ୍ରାଉଣ୍ଡକୁ ଟଚ୍ କରି ଯାଦବଙ୍କୁ ହାତକୁ ଯାଇଥିଲା । ଫଳରେ ଥାର୍ଡ ଅମ୍ପାୟାର ଏହାକୁ ନଟ୍ଆଉଟ୍ ଘୋଷିତ କରିଥିଲେ ।

ତେବେ ଧୋନିଙ୍କ ଦ୍ୱାରା ଏଭଳି ଭୁଲ୍ ଅପିଲକୁ ନେଇ ପ୍ରଶଂସକମାନେ ସୋଶାଲ ମିଡିଆରେ ପ୍ରତିକ୍ରିୟା ଦେଇଛନ୍ତି । ଧୋନିଙ୍କ ଦ୍ୱାରା ଏଭଳି ଭୁଲ ଅପିଲକୁ ଜଣେ ଟ୍ୱିଟର ହ୍ୟାଣ୍ଡଲରେ ପୋଷ୍ଟ କରିଛନ୍ତି।

ଦେଖନ୍ତୁ ଭିଡିଓ

Related story