ଧୋନିଙ୍କୁ ପୁରିଲା ୩୬: ଜନ୍ମଦିନରେ ଜାଣନ୍ତୁ କିଛି ଖାସ୍‌ କଥା

ଭାରତୀୟ କ୍ରିକେଟ ଟିମ୍‌ର  କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କୁ ଆଜି ପୁରିଛି ୩୬ ବର୍ଷ। ତାଙ୍କ ପାଇଁ ଦେଶର କୋଣ ଅନୁକୋଣରୁ ଛୁଟୁଛି ଶୁଭେଚ୍ଛାର ସୁଅ। ଏହି ଅବସରରେ ଧ୍ୱନିଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା କିଛି ଖାସ୍‌ କଥା। ୧-ଧୋନୀ ୭ ନମ୍ବରରେ ଖେଳି ଦ୍ୱିଶତକ କରିଛନ୍ତି। ତାଙ୍କ କ୍ୟାରିଅର ଶୁଭାରମ୍ଭ  ଉପରକ୍ରମ ବ୍ୟାଟିଂରୁ ଆରମ୍ଭ ହୋଇଥିଲା। ହେଲେ କ୍ୟାପଟେନ ହେବା ପରେ ସେ ଲାଷ୍ଟ ଡାଉନକୁ ଚାଲିଆସିଥିଲେ। ୨- ଏ ପର୍ଯ୍ୟନ୍ତ ଧୋନୀ ୩୨୨ ଟି […]

fffff

Rakesh Mallick
  • Published: Friday, 07 July 2017
  • , Updated: 07 July 2017, 01:10 PM IST

ଭାରତୀୟ କ୍ରିକେଟ ଟିମ୍‌ର  କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କୁ ଆଜି ପୁରିଛି ୩୬ ବର୍ଷ। ତାଙ୍କ ପାଇଁ ଦେଶର କୋଣ ଅନୁକୋଣରୁ ଛୁଟୁଛି ଶୁଭେଚ୍ଛାର ସୁଅ। ଏହି ଅବସରରେ ଧ୍ୱନିଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା କିଛି ଖାସ୍‌ କଥା।

୧-ଧୋନୀ ୭ ନମ୍ବରରେ ଖେଳି ଦ୍ୱିଶତକ କରିଛନ୍ତି। ତାଙ୍କ କ୍ୟାରିଅର ଶୁଭାରମ୍ଭ  ଉପରକ୍ରମ ବ୍ୟାଟିଂରୁ ଆରମ୍ଭ ହୋଇଥିଲା। ହେଲେ କ୍ୟାପଟେନ ହେବା ପରେ ସେ ଲାଷ୍ଟ ଡାଉନକୁ ଚାଲିଆସିଥିଲେ।

୨- ଏ ପର୍ଯ୍ୟନ୍ତ ଧୋନୀ ୩୨୨ ଟି ଛକା ମାରିଛନ୍ତି। ଏଥିରୁ ୨୦୮ଟି ଛକା ଦିନିକିଆ ମ୍ୟାଚରେ ରହିଛି। ଦିନିକିଆ ମ୍ୟାଚରେ ସବୁଠୁ ଅଧିକ ଛକା ମାରୁଥିବା ଖେଳାଳି ହେଉଛି ଧ୍ୱନୀ।

୩-ଅନ୍ତର୍ଜାତୀୟ  କ୍ରିକେଟରେ ସବୁଠୁ ଅଧିକ  ଷ୍ଟମ୍ପି କରି ଆଉଟ କରୁଥିବା ଖେଳାଳି ହେଉଛନ୍ତି ଧୋନି । ଅଦ୍ୟାବଧି ଧୋନୀ ଷ୍ଟମ୍ପି କରି ୭୩୨ଟି ଉଇକେଟ ନେଇଛନ୍ତି।

୪- ଧୋନିଙ୍କର ଅନ୍ୟ ଏକ ରେକର୍ଡ ହେଉଛି ସେ ଏପର୍ଯ୍ୟନ୍ତ ୭୬ ଟି-୨୦ ଖେଳିଛନ୍ତି। ଯେଉଁଥିରେ ସେ୧୨୦୦ରୁ ଅଧିକ ରନ କରିଛନ୍ତି।

୫- ଧୋନୀ ୭୨ ଟି-୨୦ରେ କ୍ୟାପଟେନ ରହି 41 ଟି ମ୍ୟାଚ ଜିତିଛନ୍ତି। ଧୋନୀଙ୍କ କ୍ୟାପ୍ଟେନ  ସମୟରେ ଭାରତ ସବୁଠୁ ଅଧିକ ଦିନିକିଆ ମ୍ୟାଚ ଜିତିଛି।

୬- ବୋଲିଂରେ ମଧ୍ୟ  ଧୋନି ରେକର୍ଡ଼ କରିଛନ୍ତି। ଏ ପର୍ଯ୍ୟନ୍ତ ସେ ୯ଟି ମ୍ୟାଚରେ ବୋଲିଂ କରିଛନ୍ତି।

Related story