ଧୋନିଙ୍କ ଉପରେ ବର୍ଷିଲେ ସେହ୍ୱାଗ, କହିଲେ ଏମିତି କଥା

ନୂଆଦିଲ୍ଲୀ: ଚଳିତ ଆଇପିଏଲର ବୁଧବାର ଜୟପୁରରେ ଖେଳାଯାଇଥିବା ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସିଧା ଗ୍ରାଉଣ୍ଡ ଭିତରକୁ ପଶି ଅମ୍ପାୟାରଙ୍କ ସହ ଯୁକ୍ତି କରିଥିଲେ। ଏହି କାରଣରୁ ତାଙ୍କ ଉପରେ ୫୦ ପ୍ରତିଶତ ଜୋରିମାନା ଲଗାଯାଇଥିଲା। ତେବେ ଧୋନିଙ୍କୁ ଦିଆଯାଇଥିବା ଏହି ଦଣ୍ଡକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି। ଏହି ମାମଲାରେ ଏବେ ଭାରତର ପୂର୍ବତନ ଓପ୍ନର ବୀରେନ୍ଦ୍ର ସେହ୍ୱାଗ ମୁହଁ ଖୋଲିଛନ୍ତି। ସେହ୍ୱାଗ ସିଧାସଳଖ […]

seh

Ranjit Kumar Jena
  • Published: Saturday, 13 April 2019
  • , Updated: 13 April 2019, 10:12 PM IST

ନୂଆଦିଲ୍ଲୀ: ଚଳିତ ଆଇପିଏଲର ବୁଧବାର ଜୟପୁରରେ ଖେଳାଯାଇଥିବା ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସିଧା ଗ୍ରାଉଣ୍ଡ ଭିତରକୁ ପଶି ଅମ୍ପାୟାରଙ୍କ ସହ ଯୁକ୍ତି କରିଥିଲେ। ଏହି କାରଣରୁ ତାଙ୍କ ଉପରେ ୫୦ ପ୍ରତିଶତ ଜୋରିମାନା ଲଗାଯାଇଥିଲା।

ତେବେ ଧୋନିଙ୍କୁ ଦିଆଯାଇଥିବା ଏହି ଦଣ୍ଡକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି। ଏହି ମାମଲାରେ ଏବେ ଭାରତର ପୂର୍ବତନ ଓପ୍ନର ବୀରେନ୍ଦ୍ର ସେହ୍ୱାଗ ମୁହଁ ଖୋଲିଛନ୍ତି। ସେହ୍ୱାଗ ସିଧାସଳଖ ଧୋନିଙ୍କୁ ସମାଲୋଚନା କରିଛନ୍ତି। ଧୋନିଙ୍କୁ ଦିଆଯାଇଥିବା ଦଣ୍ଡକୁ କମ୍ କହିବା ସହ ତାଙ୍କ ଉପରେ ଦୁଇ-ତିନି ମ୍ୟାଚର ବ୍ୟାନ୍ ଲଗାଇବା ଆବଶ୍ୟକ ଥିଲା ବୋଲି ସେହ୍ୱାଗ କହିଛନ୍ତି।

ସେହ୍ୱାଗ କହିଛନ୍ତି, ଯଦି ଧୋନି ଭାରତୀୟ କ୍ରିକେଟ୍ ପାଇଁ ଏଭଳି ବ୍ୟବହାର କରିଥାନ୍ତେ, ତାହେଲେ ମୁଁ ଖୁସି ହୋଇଥାନ୍ତି। ମୁଁ ତାଙ୍କୁ ଭାରତୀୟ ଟିମ୍ ପାଇଁ ଏଭଳି ମଇଦାନରେ ରାଗ ଉପରେ ନିୟନ୍ତ୍ରଣ ହରାଇବାର କେବେ ଦେଖିନାହିଁ।

ମୁଁ ଭାବୁଛି ଧୋନି ଚେନ୍ନାଇ ଟିମ ପ୍ରତି ଅଧିକ ସମ୍ବେଦନଶୀଳ। କିନ୍ତୁ ମୋ ମତରେ ତାଙ୍କୁ ଏଭଳି ଗ୍ରାଉଣ୍ଡ ଭିତରକୁ ଯାଇ ଅମ୍ପାୟାରଙ୍କ ସହ ଯୁକ୍ତି କରିବାର ନଥିଲା, କାରଣ ଟିମର ବାକି ଦୁଇ ଖେଳାଳି ମଇଦାନରେ ଉପସ୍ଥିତ ଥିଲେ ଏବଂ ଅମ୍ପାୟାରଙ୍କ ସହ ନୋ' ବଲକୁ ନେଇ ଯୁକ୍ତି କରୁଥିଲେ।'

ସେହ୍ୱାଗ ଆହୁରି କହିଛନ୍ତି, ଧୋନିଙ୍କୁ ଏହି ମାମଲାରେ ସହଜରେ ଛାଡ଼ି ଦିଆଗଲା। ତାଙ୍କ ଉପରେ ଦୁଇ-ତିନି ମ୍ୟାଚର ବ୍ୟାନ୍ ଲଗାଯିବାର ଆବଶ୍ୟକ ଥିଲା। କାରଣ ସେ ଆଜି ଏଭଳି କରିଛନ୍ତି ଏବଂ ଆଗାମୀ ଦିନରେ ଅନ୍ୟ କୌଣସି ଅଧିନାୟକ ମଧ୍ୟ ଏଭଳି କରିପାରନ୍ତି।

ଏଭଳି ସ୍ଥିତିରେ ଫିଲ୍ଡିଂ ଅମ୍ପାୟାରଙ୍କ ଗୁରୁତ୍ୱ ଆଉ କ'ଣ ରହିବ। ଧୋନି ବାହାରେ ରହିକି ଚତୁର୍ଥ ଅମ୍ପାୟାରଙ୍କ ସହ ୱାକିଟକି ଦ୍ୱାରା ଫିଲ୍ଡ ଅମ୍ପାୟାରଙ୍କୁ ଏହି ମାମଲା ଉପରେ କହିପାରିଥାନ୍ତେ। କିନ୍ତୁ ଧୋନି ସିଧା ଫିଲ୍ଡ ଅମ୍ପାୟାରଙ୍କ ସହ ଯୁକ୍ତି କରିଥିଲେ, ଯାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେହ୍ୱାଗ କହିଛନ୍ତି।

Related story