ଦିବାରାତ୍ର ଟେଷ୍ଟରେ ଭାଷ୍ୟକାର ସାଜିବେନି ଧୋନି!

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ଆସନ୍ତା ୨୨ ତାରିଖରେ ପ୍ରଥମଥର ଦିବାରାତ୍ର ଟେଷ୍ଟ ଖେଳିବାକୁ ଥିବା ବେଳେ ଏହି ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନି ଭାଷ୍ୟକାର ସାଜିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଷ୍ଟାର ସ୍ପୋଟର୍ସ ପକ୍ଷରୁ ଟିମ୍‌ ଇଣ୍ଡିଆର ସମସ୍ତ ପୂର୍ବତନ ଟେଷ୍ଟ ଅଧିନାୟକଙ୍କୁ ସେଦିନ ନିମନ୍ତ୍ରଣ କରିବାର କାର୍ଯ୍ୟକ୍ରମ ରହିଥିଲା। ଏଥିସହ ପୂର୍ବତନ ଅଧିନାୟକମାନେ ମ୍ୟାଚ୍‌ ବେଳେ ଅତିଥି ଭାଷ୍ୟକାର ଭୂମିକାରେ ମଧ୍ୟ ନଜର ଆସିବାର ଥିଲା। ହେଲେ ମହେନ୍ଦ୍ର ସିଂହ […]

scza

Hemant Lenka
  • Published: Wednesday, 06 November 2019
  • , Updated: 06 November 2019, 06:09 PM IST

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ଆସନ୍ତା ୨୨ ତାରିଖରେ ପ୍ରଥମଥର ଦିବାରାତ୍ର ଟେଷ୍ଟ ଖେଳିବାକୁ ଥିବା ବେଳେ ଏହି ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନି ଭାଷ୍ୟକାର ସାଜିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ଷ୍ଟାର ସ୍ପୋଟର୍ସ ପକ୍ଷରୁ ଟିମ୍‌ ଇଣ୍ଡିଆର ସମସ୍ତ ପୂର୍ବତନ ଟେଷ୍ଟ ଅଧିନାୟକଙ୍କୁ ସେଦିନ ନିମନ୍ତ୍ରଣ କରିବାର କାର୍ଯ୍ୟକ୍ରମ ରହିଥିଲା। ଏଥିସହ ପୂର୍ବତନ ଅଧିନାୟକମାନେ ମ୍ୟାଚ୍‌ ବେଳେ ଅତିଥି ଭାଷ୍ୟକାର ଭୂମିକାରେ ମଧ୍ୟ ନଜର ଆସିବାର ଥିଲା।

ହେଲେ ମହେନ୍ଦ୍ର ସିଂହ ଧୋନି କୌଣସି ପ୍ରକାରର ଭାଷ୍ୟକାର ସାଜିବେନାହିଁ ବୋଲି ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି।

ଷ୍ଟାର ପକ୍ଷରୁ ଏ ସଂକ୍ରାନ୍ତରେ ବିସିସିଆଇକୁ ଅବଗତ କରାଯାଇଥିଲା। ହେଲେ ଏଯାଏ ବିସିସିଆଇ ଏହାର ଉତ୍ତର ଦେଇନାହିଁ। ସେହିପରି ୨୦୧୯ ବିଶ୍ୱକପ ଠାରୁ କ୍ରିକେଟ ପଡ଼ିଆରୁ ଦୂରେଇ ରହିଥିବା ଧୋନି ଏବେ ବି ବିସିସିଆଇର ଖେଳାଳି କଣ୍ଟ୍ରାକ୍ଟ ତାଲିକାରେ ରହିଛନ୍ତି। ତେଣୁ ସେ କୌଣସି ପ୍ରକାରରେ ଭାଷ୍ୟକାର ସାଜି ପାରିବେ ନାହିଁ ବୋଲି ଜଣାପଡ଼ିଛି।

Related story