ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍‌ ହେଲେ ଜୟବର୍ଦ୍ଧନେ

ନୂଆଦିଲ୍ଲୀ: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମହେଲା ଜୟବର୍ଦ୍ଧନେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଫ୍ରାଞ୍ଚାଇଜ୍‌ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ରିକି ପଣ୍ଟିଂଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଅଫିସିଆଲ ଟ୍ୱିଟରରେ ଉଲ୍ଲେଖ କରାଯାଇଛି,“ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍‌ ଭାବେ ଆଧୁନିକ କ୍ରିକେଟ୍‌ର ଅନ୍ୟତମ ଲିଜେଣ୍ଟ ମହେଲା ଜୟବର୍ଦ୍ଧନେଙ୍କୁ ଆମେ ସ୍ୱାଗତ କରୁଛୁ।” ପଣ୍ଟିଂ ୪ଟି ସିଜିନ ହେବ ମୁମ୍ବାଇ ଇଣ୍ଡିଆନ୍ସ ସହ ରହିଥିଲେ। ଶେଷ ଦୁଇଟି ସିଜିନ୍‌ରେ […]

mahela-jayawardene

Rakesh Mallick
  • Published: Friday, 18 November 2016
  • , Updated: 18 November 2016, 10:36 PM IST

ନୂଆଦିଲ୍ଲୀ: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମହେଲା ଜୟବର୍ଦ୍ଧନେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଫ୍ରାଞ୍ଚାଇଜ୍‌ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ରିକି ପଣ୍ଟିଂଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଛି।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଅଫିସିଆଲ ଟ୍ୱିଟରରେ ଉଲ୍ଲେଖ କରାଯାଇଛି,“ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍‌ ଭାବେ ଆଧୁନିକ କ୍ରିକେଟ୍‌ର ଅନ୍ୟତମ ଲିଜେଣ୍ଟ ମହେଲା ଜୟବର୍ଦ୍ଧନେଙ୍କୁ ଆମେ ସ୍ୱାଗତ କରୁଛୁ।”

ପଣ୍ଟିଂ ୪ଟି ସିଜିନ ହେବ ମୁମ୍ବାଇ ଇଣ୍ଡିଆନ୍ସ ସହ ରହିଥିଲେ। ଶେଷ ଦୁଇଟି ସିଜିନ୍‌ରେ ସେ ଦଳର ପୂର୍ଣ୍ଣକାଳୀନ ମୁଖ୍ୟ କୋଚ୍‌ ଥିଲେ।

ମୁଖ୍ୟ କୋଚ୍‌ ନିଯୁକ୍ତି ପରେ ଜୟବର୍ଦ୍ଧନେ କହିଛନ୍ତି,“ଏହି ନିଯୁକ୍ତି ପାଇଁ ମୁଁ ମୁମ୍ବାଇ ଇଣ୍ଡିଆନ୍ସ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଉଛି। ମୁମ୍ବାଇ ଇଣ୍ଡିଆନ୍ସର ପ୍ରତିଭାବାନ ଖେଳାଳି, ସହଯୋଗୀ କର୍ମଚାରୀ ଏବଂ କର୍ତ୍ତୃପକ୍ଷଙ୍କ ସହ ମୋତେ ଏବେ କାମ କରିବାକୁ ସୁଯୋଗ ମିଳିବ। ଏଥିପାଇଁ ମୁଁ ନିଜକୁ ଧନ୍ୟ ମନେ କରୁଛି।”

Related story