କ୍ୟାପିଟାଲ୍ସକୁ ୧୬୯ ରନ୍‌ର ଟାର୍ଗେଟ ଦେଲା ଇଣ୍ଡିଆନ୍ସ

ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୧୫ ବଲ୍‌ରେ ବିସ୍ଫୋରକ ୩୨ ଓ କୃନାଲ ପାଣ୍ଡ୍ୟାଙ୍କ ୨୬ ବଲ୍‌ରେ ୩୭ ରନ୍‌ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରତିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୬ ୱିକେଟ୍‌ ହରାଇ ୧୬୮ ରନ୍‌ କରିଛି। ଫଳରେ କ୍ୟାପିଟାଲ୍ସକୁ ଏହି ମ୍ୟାଚ୍‌ଟିକୁ ଜିତିବା ପାଇଁ ୧୬୯ ରନ୍‌ର ଟାର୍ଗେଟ ମିଳିଛି। ଆଜି ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପ୍ଟେନ୍‌ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳର ଦୁଇ ଓପନର ରୋହିତ ଓ କ୍ୱିଣ୍ଟନ୍‌ […]

fe

Hemant Lenka
  • Published: Thursday, 18 April 2019
  • , Updated: 19 April 2019, 09:16 AM IST

ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୧୫ ବଲ୍‌ରେ ବିସ୍ଫୋରକ ୩୨ ଓ କୃନାଲ ପାଣ୍ଡ୍ୟାଙ୍କ ୨୬ ବଲ୍‌ରେ ୩୭ ରନ୍‌ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରତିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୬ ୱିକେଟ୍‌ ହରାଇ ୧୬୮ ରନ୍‌ କରିଛି। ଫଳରେ କ୍ୟାପିଟାଲ୍ସକୁ ଏହି ମ୍ୟାଚ୍‌ଟିକୁ ଜିତିବା ପାଇଁ ୧୬୯ ରନ୍‌ର ଟାର୍ଗେଟ ମିଳିଛି।

ଆଜି ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପ୍ଟେନ୍‌ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳର ଦୁଇ ଓପନର ରୋହିତ ଓ କ୍ୱିଣ୍ଟନ୍‌ ଡିକକ୍‌ ବିସ୍ଫୋରକ ଢଙ୍ଗରେ ଇନିଂସ୍‌ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ୍‌ ପାଇଁ ୬.୧ ଓଭର୍‌ରେ ୫୭ ରନ୍‌ ସଂଗ୍ରହ କରିଥିଲେ। ତେବେ ୨୨ଟି ବଲ୍‌ରେ ୩୦ ରନ୍‌ କରିଥିବା ରୋହିତ ଶର୍ମାଙ୍କୁ ରିଷ୍ଟ ସ୍ପିନର ଅମିତ ମିଶ୍ରା ବୋଲ୍ଡ କରି ରନ୍‌ ହାରରେ ବ୍ରେକ୍‌ ଲଗାଇଥିଲେ।

ଆଇପିଏଲ୍‌ରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ବେନ୍‌ କଟିଂ ଆଜି ୩ ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ ହେଁ ମାତ୍ର ୨ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ୍‌ ଅକ୍ସର ପଟେଲଙ୍କ ଖାତାକୁ ଯାଇଥିଲା। ଏହାର ମାତ୍ର କିଛି ସମୟ ପରେ ୩୫ ରନ୍‌ କରିଥିବା ଡିକକ୍‌ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ୍‌ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ।

୭୪ ରନ୍‌ରେ ୩ଟି ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିବା ମୁମ୍ବାଇକୁ କିଛି ସମୟ ପାଇଁ ସୂର୍ଯ୍ୟ କୁମାର ଯାଦବ ଓ କୃନାଲ ପାଣ୍ଡ୍ୟା ସମ୍ଭାଳିଥିଲେ। ଉଭୟ ମିଳିତ ଭାବେ ୧୫.୧ ଓଭରରେ ଦଳର ସ୍କୋରକୁ ୧୦୦ ପାର କରାଇଥିଲେ। ଦଳୀୟ ସ୍କୋର ୧୦୪ ଥିବା ବେଳେ ୨୬ ରନ୍‌ କରିଥିବା ସୂର୍ଯ୍ୟ କୁମାର ଦ୍ରୁତ ବୋଲର କାଗିସୋ ରବାଡାଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ।

ଏହି ଠାରୁ ଆରମ୍ଭ ହୋଇଥିଲା ପାଣ୍ଡ୍ୟାର ବ୍ରର୍ଦସଙ୍କ କମାଲା। ଉଭୟ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବା ସହ ୧୯.୩ ଓଭର୍‌ରେ ଦଳୀୟ ସ୍କୋରକୁ ୧୫୮ରେ ପହଞ୍ଚାଇ ଦେଇଥିଲେ। ବିଶେଷ କରି ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ଅନ୍ଦାଜରେ ବ୍ୟାଟିଂ କରିଥିଲେ। ସେ ମାତ୍ର ୧୫ଟି ବଲ୍‌ରେ ୩ଟି ଛକା ଓ ୨ଟି ଚୌକା ସହ ୩୨ ରନ୍‌ ହାସଲ କରିଥିଲା।

କୃନାଲ୍‌ ପାଣ୍ଡ୍ୟା ଶେଷ ଦୁଇ ବଲ୍‌ରେ ଗୋଟିଏ ଛକା ଓ ଗୋଟିଏ ଚୌକା ମାରି ଦଳୀୟ ସ୍କୋରକୁ ୧୬୮ ରନ୍‌ରେ ପହଞ୍ଚାଇଥିଲେ। କୃନାଲ ଶେଷ ପର୍ଯ୍ୟନ୍ତ ୩୭ ରନ୍‌ କରି ଅପରାଜିତ ରହିଥିଲେ। ଦିଲ୍ଲୀ ପକ୍ଷରୁ ରବାଡା ୨ଟି ୱିକେଟ୍‌ ନେଇଥିବା ବେଳେ ଅକ୍ସର ପଟେଲ ଓ ଅମିତ ମିଶ୍ରା ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି।

Related story