ମୁମ୍ବାଇ ଟେଷ୍ଟ: ଇଂଲଣ୍ଡ ୨୮୮/୫, ଅଶ୍ୱିନଙ୍କୁ ୪ ୱିକେଟ୍‌

ମୁମ୍ବାଇ: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଭାରତ ବିପକ୍ଷ ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ଇଂଲଣ୍ଡ ୫ ୱିକେଟ୍‌ ହରାଇ ୨୮୮ ରନ୍‌ ସଂଗ୍ରହ କରିଛି। ଇଂଲଣ୍ଡ ପକ୍ଷରୁ କେ. ଜେନିଂଗ୍ସ ୧୧୨ (୧୩ ଚୌକା), ଏ.କୁକ୍‌ ୪୬ (୫ ଚୌକା) ଏବଂ ଏମ୍‌. ଅଲ୍ଲୀ ୫୦ (୪ ଚୌକା), ଯୋ ରୁଟ୍‌ ୨୧ ଏବଂ ଜେ. ବେୟାରଷ୍ଟୋ ୧୪ ରନ୍‌ କରି ଆଉଟ ହୋଇଛନ୍ତି। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ୪ଟି ଓ ରବିନ୍ଦ୍ର […]

Ravichandran Ashwin

Rakesh Mallick
  • Published: Thursday, 08 December 2016
  • , Updated: 08 December 2016, 06:09 PM IST

ମୁମ୍ବାଇ: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଭାରତ ବିପକ୍ଷ ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ଇଂଲଣ୍ଡ ୫ ୱିକେଟ୍‌ ହରାଇ ୨୮୮ ରନ୍‌ ସଂଗ୍ରହ କରିଛି। ଇଂଲଣ୍ଡ ପକ୍ଷରୁ କେ. ଜେନିଂଗ୍ସ ୧୧୨ (୧୩ ଚୌକା), ଏ.କୁକ୍‌ ୪୬ (୫ ଚୌକା) ଏବଂ ଏମ୍‌. ଅଲ୍ଲୀ ୫୦ (୪ ଚୌକା), ଯୋ ରୁଟ୍‌ ୨୧ ଏବଂ ଜେ. ବେୟାରଷ୍ଟୋ ୧୪ ରନ୍‌ କରି ଆଉଟ ହୋଇଛନ୍ତି। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ୪ଟି ଓ ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି।

ଆଜି ଟସ୍ ଜିତିବା ପରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଏହି ମ୍ୟାଚ୍‌ରେ ଭାରତୀୟ ଟିମ୍‌ରେ ଦୁଇଟି ପରିବର୍ତ୍ତନ ହୋଇଛି। ଆଜିଙ୍କ୍ୟା ରାହାଣେଙ୍କ ସ୍ଥାନରେ ମନୀଷ ପାଣ୍ଡେ ଏବଂ ମହମ୍ମଦ ସାମିଙ୍କ ସ୍ଥାନରେ ଭୁବନେୱର କୁମାର ସ୍ଥାନ ପାଇଛନ୍ତି।

୫ଟି ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ୍ ସିରିଜ୍‌ରେ ଭାରତ ୨-୦ରେ ଆଗୁଆ ରହିଛି। ପ୍ରଥମ ମ୍ୟାଚ୍ ଡ୍ର’ ହୋଇଥିବା ବେଳେ ଦ୍ୱିତୀୟ ଓ ତୃତୀୟ ଟେଷ୍ଟରେ ଭାରତ ବାଜି ମାରି ନେଇଥିଲା।

Related story