ଦଳଗତ ଖେଳ ଯୋଗୁଁ ନୁହେଁ, ଏ ମାଉସୀଙ୍କ ଯୋଗୁଁ ଚାମ୍ପିଅନ୍ ହେଲା ମୁମ୍ବାଇ ଇଣ୍ଡିଆନ୍ସ! କେମିତି ଜାଣନ୍ତୁ...

ନୂଆଦିଲ୍ଲୀ: ଗତକାଲି ଖେଳା ଯାଇଥିବା ଆଇପିଏଲ୍‌ ୧୦ର ଫାଇନାଲ୍ ମ୍ୟାଚ୍‌ ବହୁଦିନ ପର୍ଯ୍ୟନ୍ତ ମନେ ରହିବ। ବିଶେଷ କରି ଶେଷ ଓଭରରେ ମ୍ୟାଚ୍ ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚି ଯାଇଥିଲା। ତେବେ ଯାହା ହେଉନା କାହିଁକି ବାଜି ମାରି ନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ। ମାତ୍ର ୧ ରନ୍‌ରେ ଦଳ ହୋଇଥିଲା ଚାମ୍ପିଅନ୍। ଏହା ସହିତ ତୃତୀୟ ଥର ପାଇଁ ଏହି ଟିମ୍ ଆଇପିଏଲ୍ ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଛି। ତେବେ ମୁମ୍ବାଇ ଚାମ୍ପିଅନ୍ ହେବା ପରେ […]

aunty

Rakesh Mallick
  • Published: Monday, 22 May 2017
  • , Updated: 22 May 2017, 11:56 AM IST

ନୂଆଦିଲ୍ଲୀ: ଗତକାଲି ଖେଳା ଯାଇଥିବା ଆଇପିଏଲ୍‌ ୧୦ର ଫାଇନାଲ୍ ମ୍ୟାଚ୍‌ ବହୁଦିନ ପର୍ଯ୍ୟନ୍ତ ମନେ ରହିବ। ବିଶେଷ କରି ଶେଷ ଓଭରରେ ମ୍ୟାଚ୍ ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚି ଯାଇଥିଲା। ତେବେ ଯାହା ହେଉନା କାହିଁକି ବାଜି ମାରି ନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ। ମାତ୍ର ୧ ରନ୍‌ରେ ଦଳ ହୋଇଥିଲା ଚାମ୍ପିଅନ୍। ଏହା ସହିତ ତୃତୀୟ ଥର ପାଇଁ ଏହି ଟିମ୍ ଆଇପିଏଲ୍ ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଛି।

ତେବେ ମୁମ୍ବାଇ ଚାମ୍ପିଅନ୍ ହେବା ପରେ ସୋସିଆଲ୍ ମିଡିଆରେ ଜଣେ ମହିଳାଙ୍କ ଫଟୋ ଭାଇରାଲ୍ ହୋଇଯାଇଛି। କୁହାଯାଉଛି- ଦଳ ଗତ ଖେଳ ଯୋଗୁଁ ନୁହେଁ, ଏହି ମାଉସୀଙ୍କ ପ୍ରାର୍ଥନା ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍ ଜିତି ଚାମ୍ପିଅନ୍ ହୋଇଛି।

କଥାଟା ହେଉଛି ଏମିତି। ଖେଳ ଶେଷ ଓଭରରେ ରୋମାଞ୍ଚକର ସ୍ଥିତିରେ ପହଞ୍ଚି ଯାଇଥିଲା। ଜିତିବା ପାଇଁ ଦୁଇ ଟିମ୍ ପାଖରେ ଥିଲା ସୁଯୋଗ। ଏଥିପାଇଁ ଦୁଇ ଟିମ୍‌ର ସମର୍ଥକ ନର୍ଭସ ହୋଇଯାଇଥିଲେ ଓ ପ୍ରାର୍ଥନା ବି କରୁଥିଲେ। ସେତିକି ବେଳେ ଷ୍ଟାଡିୟମ୍ ପରିସରରେ ଲାଗିଥିବା ସ୍କ୍ରିନ୍‌ରେ ଜଣେ ମହିଳାଙ୍କୁ ଦେଖିବାକୁ ମିଳିଲା। ସେ ମୁମ୍ବାଇ ଇଣ୍ଡିଆନ୍ସର ବିଜୟୀ ପାଇଁ ହାତ ଯୋଡ଼ି ପ୍ରାର୍ଥନା କରୁଥିଲେ। ଆଉ ଶେଷରେ ମୁମ୍ବାଇ ଇଣ୍ଡିଆନର ହିଁ ବିଜୟୀ ହେଲା। ମୁମ୍ବାଇ ମ୍ୟାଚ୍ ଜିତିବା ପରେ ସୋସିଆଲ୍ ମିଡିଆରେ ଉକ୍ତ ମହିଳାଙ୍କ ଫଟୋ ଭାଇରାଲ୍ ହୋଇଗଲା ଓ କୁହାଗଲା ତାଙ୍କର ପ୍ରାର୍ଥନା ଯୋଗୁଁ ଜିତିଗଲା ମୁମ୍ବାଇ।

Related story