ଆଫଗାନିସ୍ତାନର କ୍ରମାଗତ ଦ୍ୱିତୀୟ ବିଜୟ

ଢ଼ାକା: ମହମ୍ମଦ ନବିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଆଫଗାନିସ୍ତାନ ଚଳିତ ଟି-୨୦ ଟ୍ରାଇ-ସିରିଜର ତୃତୀୟ ମ୍ୟାଚରେ ଆୟୋଜକ ବାଂଲାଦେଶକୁ ୨୫ ରନରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଏହା ପୂର୍ବରୁ ଶନିବାର ଆଫଗାନିସ୍ତାନ ଜିମ୍ବାୱେକୁ ପରାସ୍ତ କରିଛି। ଉକ୍ତ ମ୍ୟାଚରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୪ ରନ୍ କରିଥିଲା। ଆଫଗାନିସ୍ତାନ ଏକ ସମୟରେ ୪୦ ରନରେ ୪ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା […]

nabi

nabi

Ranjit Kumar Jena
  • Published: Sunday, 15 September 2019
  • Updated: 15 September 2019, 10:09 PM IST

ଢ଼ାକା: ମହମ୍ମଦ ନବିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଆଫଗାନିସ୍ତାନ ଚଳିତ ଟି-୨୦ ଟ୍ରାଇ-ସିରିଜର ତୃତୀୟ ମ୍ୟାଚରେ ଆୟୋଜକ ବାଂଲାଦେଶକୁ ୨୫ ରନରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଏହା ପୂର୍ବରୁ ଶନିବାର ଆଫଗାନିସ୍ତାନ ଜିମ୍ବାୱେକୁ ପରାସ୍ତ କରିଛି।

ଉକ୍ତ ମ୍ୟାଚରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୪ ରନ୍ କରିଥିଲା। ଆଫଗାନିସ୍ତାନ ଏକ ସମୟରେ ୪୦ ରନରେ ୪ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା ବେଳେ ଅସଗର ଆଫଗାନ୍ ଓ ନବି ପଞ୍ଚମ ୱିକେଟ୍ ପାଇଁ ୭୯ ରନର ଭାଗୀଦାରୀ କରି ଭ୍ରମଣକାରୀ ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ।

ନବି ୫୪ ବଲରେ ୩ ଚୌକା ଓ ୭ ଛକା ସହ ଅପରାଜିତ ୮୪ ଏବଂ ଆଫଗାନ୍ ୩୭ ବଲରେ ୩ ଚୌକା ଓ ୨ ଛକା ସହ ୪୦ ରନ୍ କରି ଆଉଟ୍ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନବୀଜ ତରାକାଇ ୧୧, ନାଜିବୁଲ୍ଲା ଜର୍ଦ୍ଦାନ୍ ୫ ଓ ହଜରତୁଲ୍ଲା ଜାଜାଇ ୧ ରନ୍ କରିଥିଲେ। ବାଂଲାଦେଶ ପକ୍ଷରୁ ମହମ୍ମଦ ସୈଫୁଦ୍ଦିନ ୪ଟି ଓ ସାକିବ୍ ଅଲ୍ ହାସନ୍ ୨ଟି ୱିକେଟ୍ ନେଇଥିଲେ।

୧୬୫ ରନର ବିଜୟଲକ୍ଷ୍ୟର ପିଛା କରି ବାଂଲାଦେଶ ୧୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୯ ରନ୍ କରି ପରାସ୍ତ ହୋଇଥିଲା। ବାଂଲାଦେଶ ପକ୍ଷରୁ ମହମ୍ମଦୁଲ୍ଲା ସର୍ବାଧିକ ୪୪ ରନ୍ କରିଥିବା ବେଳେ ସବିର ରେହମାନ୍ ୨୪, ଆଫିଫ୍ ହୋସେନ୍ ୧୬, ସାକିବ୍ ୧୫, ମୁସ୍ତାଫିଜୁର୍ ରେହମାନ୍ ୧୫ ଓ ମୋସାଡିକ୍ ହୋସେନ୍ ୧୨ ରନ୍ କରିଥିଲେ। ଆଫଗାନିସ୍ତାନ ପକ୍ଷରୁ ମୁଜୀବ-ଉର୍-ରେହମାନ୍ ୪ଟି, ଫରୀଦ ଅହମ୍ମଦ, ରଶିଦ୍ ଖାନ୍ ଓ ଗୁଲବଦିନ୍ ନାଏବ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ। ଦମଦାର ଇନିଂସ୍ ପାଇଁ ନବିଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos