ଜୋକଭିଚ୍‌ଙ୍କୁ ହରାଇ ଫେଡରରଙ୍କ ସମକକ୍ଷ ହେଲେ ନାଡାଲ

ପ୍ୟାରିସ: ସ୍ପେନ୍ ତଥା ବିଶ୍ୱର ଷ୍ଟାର ଟେନିସ ତାରକା ରାଫେଲ ନାଡାଲ ଇତିହାସ ରଚିଛନ୍ତି। ସେ ରବିବାର ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ନୋଭାକ ଜୋକଭିଚ୍‌କୁ ପରାସ୍ତ କରି ଫ୍ରେଞ୍ଚ ଓପନ୍ ଟ୍ରଫି ଜିତିଛନ୍ତି। ଏହି ବିଜୟ ସହ ସର୍ବାଧିକ ପୁରୁଷ ଏକକ ଗ୍ରାଣ୍ଡ ସ୍ଲାମ୍ ଜିତିବାରେ ସେ ସ୍ୱିଜରଲ୍ୟାଣ୍ଡ ତାରକା ରୋଜର ଫେଡେରରଙ୍କ ସମକକ୍ଷ ହୋଇଛନ୍ତି। ଫେଡରର ଏଯାଏ ୨୦ଟି ଏକକ ପୁରୁଷ ଗ୍ରାଣ୍ଡସ୍ଲାମ ଜିତିଥିବା ବେଳେ ରବିବାର ନାଡାଲ ତାଙ୍କ କ୍ୟାରିୟରର ୨୦ତମ […]

n

Hemant Lenka
  • Published: Monday, 12 October 2020
  • , Updated: 12 October 2020, 09:58 AM IST

ପ୍ୟାରିସ: ସ୍ପେନ୍ ତଥା ବିଶ୍ୱର ଷ୍ଟାର ଟେନିସ ତାରକା ରାଫେଲ ନାଡାଲ ଇତିହାସ ରଚିଛନ୍ତି। ସେ ରବିବାର ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ନୋଭାକ ଜୋକଭିଚ୍‌କୁ ପରାସ୍ତ କରି ଫ୍ରେଞ୍ଚ ଓପନ୍ ଟ୍ରଫି ଜିତିଛନ୍ତି। ଏହି ବିଜୟ ସହ ସର୍ବାଧିକ ପୁରୁଷ ଏକକ ଗ୍ରାଣ୍ଡ ସ୍ଲାମ୍ ଜିତିବାରେ ସେ ସ୍ୱିଜରଲ୍ୟାଣ୍ଡ ତାରକା ରୋଜର ଫେଡେରରଙ୍କ ସମକକ୍ଷ ହୋଇଛନ୍ତି। ଫେଡରର ଏଯାଏ ୨୦ଟି ଏକକ ପୁରୁଷ ଗ୍ରାଣ୍ଡସ୍ଲାମ ଜିତିଥିବା ବେଳେ ରବିବାର ନାଡାଲ ତାଙ୍କ କ୍ୟାରିୟରର ୨୦ତମ ଟ୍ରଫି କରାୟତ୍ତ କରିଛନ୍ତି। ଏହି ଦୁଇ ଖେଳାଳିଙ୍କ ପଛକୁ ଜୋକଭିଚ୍‌ ୧୭ଟି ଟ୍ରଫି ସହ ତୃତୀୟ ସ୍ଥାନରେ ରହିଛନ୍ତି।

ରବିବାର ଖେଳାଯାଇଥିବା ଫାଇନାଲରେ ନାଡାଲ ୬-୦, ୬-୨, ୭-୫ ସିଧାସଳଖ ସେଟରେ ସର୍ବିୟାର ଜୋକୋଭିଚଙ୍କୁ ହରାଇଥିଲେ। ଲାଗାତାର ୪ର୍ଥ ଥର ପାଇଁ ନାଡାଲ ପ୍ରେଞ୍ଚ ଓପନ ଜିତିବାର ରେକର୍ଡ ମଧ୍ୟ କରିଛନ୍ତି। ଏଥିସହ ୩୪ ବର୍ଷୀୟ ନାଡାଲ ରୋଲାଁ ଗ୍ୟାରୋସ ଫାଇନାଲରେ ଅପରାଜେୟ ରହିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଏଠାରେ ୧୩ ଥର ଫାଇନାଲ୍ ପହଞ୍ଚି ସବୁଥର ଟ୍ରଫି ହାତେଇବାରେ ସଫଳ ହୋଇଛନ୍ତି।

ପ୍ୟାରିସରେ ଜୋକୋଭିଚଙ୍କ ବିପକ୍ଷରେ ନାଡାଲ ଖେଳିଥିବା ସମସ୍ତ ୩ ଫାଇନାଲ୍ (୨୦୧୨, ୨୦୧୪, ୨୦୨୦) ଜିତି ହ୍ୟାଟ୍ରିକ ମଧ୍ୟ ଅର୍ଜନ କରିଛନ୍ତି। ଏଥରକୁ ମିଶାଇ ଉଭୟ ୮ଥର ଗ୍ରାଣ୍ଡ ସ୍ଲାମ୍ ଫାଇନାଲରେ ମୁହଁମୁହିଁ ହୋଇଛନ୍ତି।

Related story