ଏଟିପି ରାଙ୍କିଙ୍ଗ୍‌: ଶୀର୍ଷ ସ୍ଥାନକୁ ଫେରିଲେ ନାଡାଲ

ପ୍ୟାରିସ୍‌: ସ୍ପେନୀୟ ଟେନିସ୍ ତାରକା ରାଫେଲ୍ ନାଡାଲ୍ ସୋମବାର ସଦ୍ୟ ପ୍ରକାଶିତ ଏଟିପି ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ସେ ନିଜ କ୍ୟାରିୟରରେ ଅଷ୍ଟମଥର ପାଇଁ ଏଟିପି ରାଙ୍କିଙ୍ଗର ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସେହିପରି ସର୍ବିୟାର ନୋଭାକ୍ ଜୋକୋଭିଚଙ୍କୁ ରବିବାର ପ୍ୟାରିସ୍ ମାଷ୍ଟର୍ସ ଟାଇଟଲ୍ ଜିତିବା ସତ୍ତ୍ୱେ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ଫାଇନାଲରେ ଜୋକୋଭିଚ୍ କ୍ୟାନାଡାର ଡେନିସ୍ ଶାପୋଭାଲଭଙ୍କୁ ସିଧାସଳଖ ୬-୩, ୬-୪ ସେଟରେ ପରାସ୍ତ କରିଥିଲେ। ଶେଷଥର ପାଇଁ ଗତବର୍ଷ […]

nadal

Ranjit Kumar Jena
  • Published: Monday, 04 November 2019
  • , Updated: 04 November 2019, 08:21 PM IST

ପ୍ୟାରିସ୍‌: ସ୍ପେନୀୟ ଟେନିସ୍ ତାରକା ରାଫେଲ୍ ନାଡାଲ୍ ସୋମବାର ସଦ୍ୟ ପ୍ରକାଶିତ ଏଟିପି ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ସେ ନିଜ କ୍ୟାରିୟରରେ ଅଷ୍ଟମଥର ପାଇଁ ଏଟିପି ରାଙ୍କିଙ୍ଗର ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସେହିପରି ସର୍ବିୟାର ନୋଭାକ୍ ଜୋକୋଭିଚଙ୍କୁ ରବିବାର ପ୍ୟାରିସ୍ ମାଷ୍ଟର୍ସ ଟାଇଟଲ୍ ଜିତିବା ସତ୍ତ୍ୱେ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି।

ଫାଇନାଲରେ ଜୋକୋଭିଚ୍ କ୍ୟାନାଡାର ଡେନିସ୍ ଶାପୋଭାଲଭଙ୍କୁ ସିଧାସଳଖ ୬-୩, ୬-୪ ସେଟରେ ପରାସ୍ତ କରିଥିଲେ। ଶେଷଥର ପାଇଁ ଗତବର୍ଷ ନଭେମ୍ବର ୪ ତାରିଖରେ ଶୀର୍ଷ ସ୍ଥାନରେ ରହିଥିବା ନାଡାଲ୍ ଆହତ କାରଣରୁ ଶାପୋଭାଲଭଙ୍କ ବିପକ୍ଷରେ ପ୍ୟାରିସ୍ ମାଷ୍ଟର୍ସ ସେମିଫାଇନାଲରୁ ଓହରିଯାଇଥିଲେ।

ସେହିପରି ସ୍ୱିଜରଲ୍ୟାଣ୍ଡର କିମ୍ବଦନ୍ତୀ ଖେଳାଳି ରୋଜର ଫେଡେରର୍ ତୃତୀୟ ସ୍ଥାନରେ ରହିଥିବା ବେଳେ ରୁଷର ଡାନିଏଲ୍ ମେଡଭେଡେଭ୍ ଚତୁର୍ଥ, ଅଷ୍ଟ୍ରିଆର ଡୋମିନିକ୍ ଥିଏମ୍ ପଞ୍ଚମ, ଗ୍ରୀସର ଷ୍ଟିଫାନସ୍ ସିଟସିପାସ୍ ଷଷ୍ଠ, ଜର୍ମାନୀର ଆଲେକଜାଣ୍ଡାର ଜ୍ୱେରେଭ୍ ସପ୍ତମ, ଇଟାଲୀର ମାଟିଉ ବେରେଟ୍ଟିନୀ ଅଷ୍ଟମ, ସ୍ପେନର ରବର୍ଟୋ ବାତିସ୍ତା ନବମ ଏବଂ ଫ୍ରାନ୍ସର ଗାଇଲ ମୋନଫିଲ୍ସ ଦଶମ ସ୍ଥାନରେ ପହଞ୍ଚିଛନ୍ତି।

Related story