ୟୁଏସ୍ ଓପନ୍: ଫେଡେରରଙ୍କ ଠାରୁ ହାରି ହୃଦୟ ଜିଣିଲେ ସୁମିତ୍

ନ୍ୟୁୟର୍କ: ଭାରତର ଉଦୀୟମାନ ଟେନିସ୍ ଖେଳାଳି ସୁମିତ୍ ନାଗଲଙ୍କୁ ନିଜର ପଦାର୍ପଣ ଗ୍ରାଣ୍ଡସ୍ଲାମ ୟୁଏସ୍ ଓପନର ପ୍ରଥମ ରାଉଣ୍ଡରେ ପୂର୍ବତନ ଏକ ନମ୍ବର ଖେଳାଳି ରୋଜର ଫେଡରରଙ୍କ ନିକଟରୁ ପରାଜୟର ସାମ୍ନା କରିବାକୁ ପଡ଼ିଛି, କିନ୍ତୁ ଚାରି ସେଟ୍ ପର୍ଯ୍ୟନ୍ତ ଚାଲିଥିବା ଏହି ମୁକାବିଲାର ପ୍ରଥମ ସେଟ୍ ଜିତି ସୁମିତ୍ ଖେଳପ୍ରେମୀଙ୍କ ହୃଦୟ ଜିତିଛନ୍ତି। ସ୍ୱିଜରଲ୍ୟାଣ୍ଡର କିମ୍ବଦନ୍ତୀ ଖେଳାଳି ଫେଡେରର ମଧ୍ୟ ସୁମିତଙ୍କ ପ୍ରଦର୍ଶନରେ ଖୁବ୍ ପ୍ରଭାବିତ ହୋଇଛନ୍ତି। ମ୍ୟାଚ୍ ପରେ ଫେଡେରର ୨୨ ବର୍ଷୀୟ ଭାରତୀୟ […]

nagal

Ranjit Kumar Jena
  • Published: Tuesday, 27 August 2019
  • , Updated: 27 August 2019, 06:24 PM IST

ନ୍ୟୁୟର୍କ: ଭାରତର ଉଦୀୟମାନ ଟେନିସ୍ ଖେଳାଳି ସୁମିତ୍ ନାଗଲଙ୍କୁ ନିଜର ପଦାର୍ପଣ ଗ୍ରାଣ୍ଡସ୍ଲାମ ୟୁଏସ୍ ଓପନର ପ୍ରଥମ ରାଉଣ୍ଡରେ ପୂର୍ବତନ ଏକ ନମ୍ବର ଖେଳାଳି ରୋଜର ଫେଡରରଙ୍କ ନିକଟରୁ ପରାଜୟର ସାମ୍ନା କରିବାକୁ ପଡ଼ିଛି, କିନ୍ତୁ ଚାରି ସେଟ୍ ପର୍ଯ୍ୟନ୍ତ ଚାଲିଥିବା ଏହି ମୁକାବିଲାର ପ୍ରଥମ ସେଟ୍ ଜିତି ସୁମିତ୍ ଖେଳପ୍ରେମୀଙ୍କ ହୃଦୟ ଜିତିଛନ୍ତି।

ସ୍ୱିଜରଲ୍ୟାଣ୍ଡର କିମ୍ବଦନ୍ତୀ ଖେଳାଳି ଫେଡେରର ମଧ୍ୟ ସୁମିତଙ୍କ ପ୍ରଦର୍ଶନରେ ଖୁବ୍ ପ୍ରଭାବିତ ହୋଇଛନ୍ତି। ମ୍ୟାଚ୍ ପରେ ଫେଡେରର ୨୨ ବର୍ଷୀୟ ଭାରତୀୟ ତାରକାଙ୍କୁ ଜୋରଦାର ପ୍ରଶଂସା କରିଥିଲେ। ଟେନିସର ସର୍ବକାଳୀନ ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ପରିଚିତ ଫେଡେରର ନାଗଲଙ୍କୁ ୪-୬, ୬-୧, ୬-୨, ୬-୪ ସେଟରେ ପରାସ୍ତ କରିଥିଲେ। ହରିୟାଣାର ସୁମିତ୍ ସୋମବାର ଫେଡେରରଙ୍କ ବିପକ୍ଷ ପ୍ରଥମ ସେଟକୁ ୬-୪ରେ ଜିତି ନେଇଥିଲେ, ତେବେ ପରବର୍ତ୍ତୀ ତିନୋଟି ସେଟରେ ସେ ବିଶ୍ୱର ତିନି ନମ୍ବର ଖେଳାଳିଙ୍କଠାରୁ ହାରିଯାଇଥିଲେ।

୨୦୦୩ ପରେ ନାଗଲ୍ ପ୍ରଥମ ଟେନିସ୍ ଖେଳାଳି ଯିଏ ୟୁଏସ୍ ଓପନର ପ୍ରଥମ ସେଟରେ ଫେଡେରରଙ୍କ ବିପକ୍ଷରେ ବିଜୟ ହାସଲ କରିଛନ୍ତି। ଫେଡେରର୍ ମ୍ୟାଚ୍ ପରେ ସୁମିତଙ୍କୁ ପ୍ରଶଂସା କରି କହିଥିଲେ, କୋର୍ଟକୁ ଓହ୍ଲାଇ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବା ସହଜ ହୋଇନଥାଏ। ମୋ ପାଇଁ ପ୍ରଥମ ସେଟ୍ ବହୁତ କଠିନ ଥିଲା। ସୁମିତ୍ ବହୁତ ଭଲ ପ୍ରଦର୍ଶନ କଲେ। ଆଜି ସୁମିତ୍ ଯେଉଁଭଳି ପ୍ରଦର୍ଶନ କଲେ, ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ।

Related story