ଅଷ୍ଟ୍ରେଲିଆ ଓପନ ଜିତିଲେ ନାଓମି ଓସାକା

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଓପନରେ ବାଜିମାତ କରିଛନ୍ତି ନାଓମି ଓସାକା। ସେ ଫାଇନାଲ୍‌ରେ ଜେପିଫର ବ୍ରାଡୀଙ୍କୁ ସିଧାସଳଖ ୨-୦ରେ ସେଟ୍‌ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ଏଥିସହ ସେ ନିଜ ବ୍ୟାଡମିଣ୍ଟନ କ୍ୟାରିୟର୍‌ରେ ୪ର୍ଥ ଗ୍ରାଣ୍ଡ ସ୍ଲାମ ମଧ୍ୟ ଜିତିଛନ୍ତି। ରୋଡ ଲାଭେର ଆରେନା କୋଟ୍‌ରେ ଆଜି ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଆଜି ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। ଜେନିଫର ଓ ନାଓମି ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ପ୍ରଥମ ସେଟ୍‌କୁ ଶେଷରେ ନାଓମି ୬-୪ ଓ ଦ୍ୱିତୀୟ […]

osaka

Hemant Lenka
  • Published: Saturday, 20 February 2021
  • , Updated: 20 February 2021, 06:51 PM IST

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଓପନରେ ବାଜିମାତ କରିଛନ୍ତି ନାଓମି ଓସାକା। ସେ ଫାଇନାଲ୍‌ରେ ଜେପିଫର ବ୍ରାଡୀଙ୍କୁ ସିଧାସଳଖ ୨-୦ରେ ସେଟ୍‌ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ଏଥିସହ ସେ ନିଜ ବ୍ୟାଡମିଣ୍ଟନ କ୍ୟାରିୟର୍‌ରେ ୪ର୍ଥ ଗ୍ରାଣ୍ଡ ସ୍ଲାମ ମଧ୍ୟ ଜିତିଛନ୍ତି।

ରୋଡ ଲାଭେର ଆରେନା କୋଟ୍‌ରେ ଆଜି ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଆଜି ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। ଜେନିଫର ଓ ନାଓମି ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ପ୍ରଥମ ସେଟ୍‌କୁ ଶେଷରେ ନାଓମି ୬-୪ ଓ ଦ୍ୱିତୀୟ ସେଟ୍‌ରେ ୬-୩ରେ ଜିତି ନେଇଥିଲେ। ୭୭ ମିନିଟ୍‌ ଧରି ଉଭୟ ଆଥଲେଟଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା।

୨୩ ବର୍ଷୀୟ ନାଓମି ତୃତୀୟ ଖେଳାଳି ଭାବେ ନିଜର ୪ଟି ବଡ଼ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଛନ୍ତି। ଏହାପୂର୍ବରୁ ମୋନିକା ସେଲେସ ଓ ରୋଜର ଫେଡରର୍‌ ଏଭଳି କୀର୍ତ୍ତିମାନ ସ୍ଥାପନ କରିଥିଲେ। ଏହି ବିଜୟ ସହ ଓସାକା ବିଶ୍ୱ ବ୍ୟାଡମିଣ୍ଟନ ରାଙ୍କିଙ୍ଗର ୨ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଅନ୍ୟପକ୍ଷରେ ପରାଜୟ ସତ୍ତ୍ୱେ ବ୍ରାଡୀ ରାଙ୍କିଙ୍ଗର ୧୩ନଂରେ ପହଞ୍ଚି ଯାଇଛନ୍ତି।

Related story