ନରସିଂହ-ସୁଶୀଲ ବିବାଦ: କ୍ରୀଡ଼ା ମନ୍ତ୍ରଣାଳୟର ହସ୍ତକ୍ଷେପ ଲୋଡିଲା ଡବ୍ଲ୍ୟୁଏଫ୍‌ଆଇ

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍‌ରେ ପୁରୁଷ ବର୍ଗର ୭୪ କେଜି ଇଭେଣ୍ଟ ଭାରତ ପକ୍ଷରୁ ନରସିଂହ ଯାଦବ ଓ ସୁଶୀଲ କୁମାରଙ୍କ ମଧ୍ୟରୁ କିଏ ପ୍ରତିନିଧିତ୍ୱ କରିବ ସେନେଇ ଜଟିଳତା ଦିନକୁ ଦିନ ବଢିବାରେ ଲାଗିଛି। ଏନେଇ ଆଜି ରେସଲିଂ ଫେଡେରେସନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) କ୍ରୀଡ଼ା ମନ୍ତ୍ରଣାଳୟର ହସ୍ତକ୍ଷେପ ଲୋଡିଛି। ଏହାସହ ଏହି ଜଟିଳତାକୁ ଏଡେଇବାକୁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଡବ୍ଲ୍ୟୁଏଫ୍‌ଆଇ ପକ୍ଷରୁ କୁହାଯାଇଛି। ଗତ ସେପ୍ଟେମ୍ବର ମାସରେ ଲାସ୍‌ ଭେଗାସ୍‌ରେ ଅନୁଷ୍ଠିତ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ […]

sushil-kumar-narashing-yadav

Rakesh Mallick
  • Published: Saturday, 14 May 2016
  • , Updated: 14 May 2016, 12:15 PM IST

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍‌ରେ ପୁରୁଷ ବର୍ଗର ୭୪ କେଜି ଇଭେଣ୍ଟ ଭାରତ ପକ୍ଷରୁ ନରସିଂହ ଯାଦବ ଓ ସୁଶୀଲ କୁମାରଙ୍କ ମଧ୍ୟରୁ କିଏ ପ୍ରତିନିଧିତ୍ୱ କରିବ ସେନେଇ ଜଟିଳତା ଦିନକୁ ଦିନ ବଢିବାରେ ଲାଗିଛି। ଏନେଇ ଆଜି ରେସଲିଂ ଫେଡେରେସନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) କ୍ରୀଡ଼ା ମନ୍ତ୍ରଣାଳୟର ହସ୍ତକ୍ଷେପ ଲୋଡିଛି। ଏହାସହ ଏହି ଜଟିଳତାକୁ ଏଡେଇବାକୁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଡବ୍ଲ୍ୟୁଏଫ୍‌ଆଇ ପକ୍ଷରୁ କୁହାଯାଇଛି।

ଗତ ସେପ୍ଟେମ୍ବର ମାସରେ ଲାସ୍‌ ଭେଗାସ୍‌ରେ ଅନୁଷ୍ଠିତ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ନରସିଂହ ପୁରୁଷ ବର୍ଗର ୭୪ କେଜି ଫ୍ରି ଷ୍ଟାଇଲ୍‌ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ୨୦୧୬ ରିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ସୁଶୀଲ ୬୬ କେଜି ବର୍ଗରୁ ୭୪କେଜି ବର୍ଗକୁ ଉତ୍ତୀର୍ଣ୍ଣ ହୋଇ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ତେଣୁ ଏନେଇ ଏକ ଟ୍ରାଏଲ୍‌ କରିଯିବା ନେଇ ଚର୍ଚ୍ଚା ଜୋର ଧରିଛି।

ଏନେଇ ଆସନ୍ତା ସପ୍ତାହରେ ଚୂଡାନ୍ତ ନିଷ୍ପତ୍ତି ନେବ ରେସଲିଂ ଫେଡେରେସନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ।

ଯେଉଁ କୁସ୍ତିଯୋଦ୍ଧା ରିଓ ପାଇଁ ଯୋଗ୍ୟତା ଅର୍ଜନ କରିଥିବେ ସେ ହିଁ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ ବୋଲି ପୂର୍ବରୁ ଡବ୍ଲ୍ୟୁଏଫ୍‌ଆଇ ସଭାପତି ବ୍ରିଜ୍‌ ଭୂଷଣ ଶରଣ ସିଂହ କହିଥିଲେ।

ଶୁକ୍ରବାର କ୍ରୀଡ଼ାମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କୁ ଏକ କୁସ୍ତି ଟ୍ରାଏଲ୍‌ କରାଯିବା ନେଇ ସୁଶୀଲ ଚିଠି ଲେଖିଛନ୍ତି।

ଅନ୍ୟପକ୍ଷରେ ଗତ ଗୁରବାର ଦିନ ନରସିଂହ ଓ ସୁଶୀଲ ମାମଲାରେ ସରକାର ହସ୍ତକ୍ଷେପ କରିବେ ନାହିଁ ବୋଲି ରୋକଠୋକ କହିଥିଲେ ସୋନୋୱାଲ।

Related story