ଏହି ପାକିସ୍ତାନୀ ବ୍ୟାଟ୍ସମ୍ୟାନଙ୍କୁ ୧୭ମାସର ଜେଲ୍ ଦଣ୍ଡାଦେଶ

କରାଚି: ପାକିସ୍ତାନର ପୂର୍ବତନ ବ୍ୟାଟ୍ସମ୍ୟାନ୍ ନାସିର୍ ଜାମଶେଦଙ୍କୁ ପାକିସ୍ତାନ ସୁପର୍ ଲିଗ୍ (ପିଏସଏଲ)ରେ ସ୍ପଟ୍ ଫିକ୍ସିଂରେ ଲିପ୍ତ ହେବା ଅଭିଯୋଗରେ ୧୭ମାସର ଜେଲ୍ ଦଣ୍ଡାଦେଶ ମିଳିଛି। ଜାମଶେଦଙ୍କୁ ବ୍ରିଟିଶ୍ ନାଗରିକ ୟୁସୁଫ୍ ଅନୱର୍ ଓ ମହମ୍ମଦ ଏଜାଜଙ୍କ ସହ ଗିରଫ୍ କରାଯାଇଥିଲା। ସେ ଆରମ୍ଭରୁ ନିଜ ଉପରେ ଲାଗିଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ। ତାଙ୍କ ଉପରେ ୨୦୧୮ରେ ପିଏସଏଲରେ ଇସଲାମାବାଦ ୟୁନାଇଟେଡ୍ ଓ ପେଶାୱର ଜାଲମୀ ମଧ୍ୟରେ ଦୁବାଇରେ ଖେଳାଯାଇଥିବା ମ୍ୟାଚରେ ଖେଳାଳିଙ୍କୁ ଜାଣିଶୁଣି ଖରାପ […]

nasir

Ranjit Kumar Jena
  • Published: Saturday, 08 February 2020
  • , Updated: 08 February 2020, 06:07 PM IST

କରାଚି: ପାକିସ୍ତାନର ପୂର୍ବତନ ବ୍ୟାଟ୍ସମ୍ୟାନ୍ ନାସିର୍ ଜାମଶେଦଙ୍କୁ ପାକିସ୍ତାନ ସୁପର୍ ଲିଗ୍ (ପିଏସଏଲ)ରେ ସ୍ପଟ୍ ଫିକ୍ସିଂରେ ଲିପ୍ତ ହେବା ଅଭିଯୋଗରେ ୧୭ମାସର ଜେଲ୍ ଦଣ୍ଡାଦେଶ ମିଳିଛି। ଜାମଶେଦଙ୍କୁ ବ୍ରିଟିଶ୍ ନାଗରିକ ୟୁସୁଫ୍ ଅନୱର୍ ଓ ମହମ୍ମଦ ଏଜାଜଙ୍କ ସହ ଗିରଫ୍ କରାଯାଇଥିଲା।

ସେ ଆରମ୍ଭରୁ ନିଜ ଉପରେ ଲାଗିଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ। ତାଙ୍କ ଉପରେ ୨୦୧୮ରେ ପିଏସଏଲରେ ଇସଲାମାବାଦ ୟୁନାଇଟେଡ୍ ଓ ପେଶାୱର ଜାଲମୀ ମଧ୍ୟରେ ଦୁବାଇରେ ଖେଳାଯାଇଥିବା ମ୍ୟାଚରେ ଖେଳାଳିଙ୍କୁ ଜାଣିଶୁଣି ଖରାପ ଖେଳିବାକୁ ଉସକାଇଥିବାର ଅଭିଯୋଗ ହୋଇଥିଲା।

ଗତବର୍ଷ ଡିସେମ୍ବରରେ ହୋଇଥିବା ଶୁଣାଣିରେ ଜାମଶେଦଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ପିସିବି ତାଙ୍କ ଉପରେ ଅଗଷ୍ଟ, ୨୦୧୮ରୁ ୧୦ ବର୍ଷ ପର୍ଯ୍ୟନ୍ତ ବାସନ୍ଦ କରିଥିଲା। ସେହିପରି ୱେଷ୍ଟ ଲଣ୍ଡନର ଅନୱରଙ୍କୁ ୪୦ମାସ ଏବଂ ନର୍ଦର୍ନ ଇଂଲଣ୍ଡର ଏଜାଜଙ୍କୁ ୩୦ମାସର ଜେଲ୍ ଦଣ୍ଡାଦେଶ ଦିଆଯାଇଛି।

Related story