ସିଡନୀ ଟେଷ୍ଟ: ଲାୟନ୍ ପଞ୍ଝାରେ ଫସିଲା ନ୍ୟୁଜିଲ୍ୟାଣ୍ଡ୍‌

ସିଡନୀ: ସ୍ପିନର୍ ନେଥନ୍ ଲାୟନଙ୍କ ଯାଦୁକରୀ ସ୍ପିନ୍ ଆଗରେ ଆତ୍ମସମର୍ପଣ କରିଛି ନ୍ୟୁଜିଲ୍ୟାଣ୍ଡ୍ ଏବଂ ଘରୋଇ ଅଷ୍ଟ୍ରେଲିଆ ଟିମ୍ ସିରିଜ୍ କ୍ଲିନସୁଇପ୍ ଅଭିମୁଖେ ଅଗ୍ରସର ହୋଇଛି। ଅଷ୍ଟ୍ରେଲିଆର ୪୫୪ ରନ୍ ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମ ଇନିଂସରେ ୨୫୧ ରନ୍ କରି ଅଲଆଉଟ୍ କରିଛି। ଫଳରେ କଙ୍ଗାରୁ ଟିମ୍ ପ୍ରଥମ ଇନିଂସରେ ୨୦୩ ରନର ବଡ଼ ଅଗ୍ରଣୀ ସତ୍ତ୍ୱେ ଭ୍ରମଣକାରୀ ଦଳକୁ ଫଲୋଅନ୍ ନଦେଇ ପୁନର୍ବାର ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଟେଷ୍ଟରେ ଆଉ ଦୁଇଦିନ ବାକି ରହିଛି […]

aus

Ranjit Kumar Jena
  • Published: Sunday, 05 January 2020
  • , Updated: 05 January 2020, 06:19 PM IST

ସିଡନୀ: ସ୍ପିନର୍ ନେଥନ୍ ଲାୟନଙ୍କ ଯାଦୁକରୀ ସ୍ପିନ୍ ଆଗରେ ଆତ୍ମସମର୍ପଣ କରିଛି ନ୍ୟୁଜିଲ୍ୟାଣ୍ଡ୍ ଏବଂ ଘରୋଇ ଅଷ୍ଟ୍ରେଲିଆ ଟିମ୍ ସିରିଜ୍ କ୍ଲିନସୁଇପ୍ ଅଭିମୁଖେ ଅଗ୍ରସର ହୋଇଛି। ଅଷ୍ଟ୍ରେଲିଆର ୪୫୪ ରନ୍ ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମ ଇନିଂସରେ ୨୫୧ ରନ୍ କରି ଅଲଆଉଟ୍ କରିଛି। ଫଳରେ କଙ୍ଗାରୁ ଟିମ୍ ପ୍ରଥମ ଇନିଂସରେ ୨୦୩ ରନର ବଡ଼ ଅଗ୍ରଣୀ ସତ୍ତ୍ୱେ ଭ୍ରମଣକାରୀ ଦଳକୁ ଫଲୋଅନ୍ ନଦେଇ ପୁନର୍ବାର ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଟେଷ୍ଟରେ ଆଉ ଦୁଇଦିନ ବାକି ରହିଛି ଏବଂ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ବିନା ୱିକେଟ୍ ହରାଇ ୪୦ ରନ୍ କରିଛି। ଡେଭିଡ୍ ୱାର୍ଣ୍ଣର୍ ୨୩ ଓ ଜୋ ବର୍ନସ୍ ୧୬ ରନରେ ବ୍ୟାଟିଂ କରୁଥିଲେ। ଚତୁର୍ଥ ଦିବସରେ ଅଷ୍ଟ୍ରେଲିଆ କିଛି ସମୟ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡକୁ ବଡ଼ ଟାର୍ଗେଟ୍ ଦେବାକୁ ଚାହିଁବ।

ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର ସଫଳ ବୋଲର ଭାବେ ଲାୟନ୍ ୬୮ ରନ୍ ଦେଇ ୫ଟି ୱିକେଟ୍ ନେଇଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ଡେବ୍ୟୁ କରିଥିବା ଗ୍ଲେନ୍ ଫିଲିପ୍ସ ସର୍ବାଧିକ ୫୨ ରନର ଇନିଂସ୍ ଖେଳିଥିଲେ। ଅନ୍ତିମକ୍ଷଣରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିବା ଫିଲିପ୍ସ ଦୁଇଥର ଜୀବନଦାନ ପାଇଥିଲେ। ଫିଲିପ୍ସ ବ୍ୟକ୍ତିଗତ ୨ ଏବଂ ୧୭ ରନ୍ କରିଥିବା ବେଳେ ତାଙ୍କ କ୍ୟାଚ୍ ହାତଛଡ଼ା ହୋଇଥିଲେ। ସେହିପରି ସେ ୨୮ ରନରେ ବ୍ୟାଟିଂ କରୁଥିବା ବେଳେ ଡିପ୍ ମିଡୱିକେଟରେ ଟ୍ରାଭିସ୍ ହେଡ୍ ତାଙ୍କ କ୍ୟାଚ୍ ଧରିଥିଲେ, କିନ୍ତୁ ଜେମ୍ସ ପ୍ୟାଟିନସନଙ୍କ ଏହି ବଲଟି ନୋ' ବଲ୍ ଥିବା ରିପ୍ଲେ'ରେ ଜଣାପଡ଼ିଥିଲା। ତେବେ ଅର୍ଦ୍ଧଶତକ ମାରିବା ପରେ ଫିଲିପ୍ସଙ୍କୁ ପ୍ୟାଟ୍ କମିନ୍ସ କ୍ଲିନ୍ ବୋଲ୍ଡ କରିଥିଲେ।

ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ୍ ବିନା ୱିକେଟରେ ୬୩ ରନ୍ କରି ଭଲ ସ୍ଥିତିରେ ଥିଲା। କିନ୍ତୁ ରବିବାର ସକାଳୁ ଅଷ୍ଟ୍ରେଲୀୟ ସ୍ପିନର୍ ଲାୟନ୍ କିୱି ଦଳର ଓପନିଂ ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଥିଲେ। ଟମ୍ ବ୍ଲଣ୍ଡଲେ ବ୍ୟକ୍ତିଗତ ୩୪ ରନ୍ କରି ଲାୟନଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଜିତ୍ ରାଭାଲ୍ (୩୧)ଙ୍କୁ ମଧ୍ୟ ଲାୟନ୍ ନିଜର ଶିକାର ବନାଇଥିଲେ।

କ୍ୟାପଟେନ୍ ଟମ୍ ଲାଥାମ୍ ୪୯ ରନ୍ କରିଥିବା ବେଳେ କମିନ୍ସଙ୍କ ବଲରେ ଆଉଟ୍ ହୋଇଥିଲେ। ମଧ୍ୟକ୍ରମରେ ଅଭିଜ୍ଞ ରସ୍ ଟେଲର(୨୨)ଙ୍କ ଠାରୁ ଟିମ୍ ବହୁତ କିଛି ଆଶା କରିଥିଲା, କିନ୍ତୁ ସେ ମଧ୍ୟ ବଡ଼ ସ୍କୋର କରିବାରେ ସଫଳ ହୋଇନଥିଲେ। ୱିକେଟକିପର ବ୍ୟାଟ୍ସମ୍ୟାନ୍ ବିଜେ ୱାଟଲିଙ୍ଗ୍ (୯), କଲିନ୍ ଡି'ଗ୍ରାଣ୍ଡହୋମ୍ (୨୦), ୱିଲିୟମ୍ ସମରଭିଲ୍ଲେ (୦), ନିଲ୍ ୱାଗନର୍ (୦) ଓ ମ୍ୟାଟ୍ ହେନରୀ (୩) ନିରାଶ କରିଥିଲେ। ଟଡ୍ ଆଷ୍ଟଲ୍ ୨୫ ରନ୍ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଲାୟନ୍ସଙ୍କ ବ୍ୟତୀତ କମିନ୍ସ ୩ଟି ଓ ଷ୍ଟାର୍କ ଗୋଟିଏ ୱିକେଟ୍ ନେଇଥିଲେ।

Related story