ବିଶ୍ୱକପ ଜିତିବା ସ୍ୱପ୍ନ ଭାଙ୍ଗିବା ପରେ କ’ଣ କହିଲେ ହରମନପ୍ରୀତ

ମେଲବର୍ଣ୍ଣ: ଚଳିତ ଟି-୨୦ ବିଶ୍ୱକପରେ ଗୋଟିଏ ହେଲେ ମ୍ୟାଚ୍‌ ହାରି ନଥିବା ଭାରତୀୟ ମହିଳା ଦଳ ଫାଇନାଲରେ ପରାସ୍ତ ହୋଇଛି। ପ୍ରଥମଥର ପାଇଁ ଟି-୨୦ ଫାଇନାଲ ଖେଳୁଥିବା ଟିମ୍‌ ଇଣ୍ଡିଆ ୧୦୦ ରନ୍‌ ମଧ୍ୟ କରି ନପାରି ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପରାଜୟ ପରେ ଦୁଃଖରେ ଭାଙ୍ଗି ପଡ଼ିଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ହରମନପ୍ରୀତ କୌର ନିଜର ବୟାନ ରଖିଛନ୍ତି। ସେ କହିଛନ୍ତି, “ଦଳ ଠିକ୍ ଦିଗରେ ଚାଲିଛି। କିନ୍ତୁ ବଡ଼ ମ୍ୟାଚ୍‌ ପାଇଁ କେମିତି […]

ui

Hemant Lenka
  • Published: Sunday, 08 March 2020
  • , Updated: 08 March 2020, 08:04 PM IST

ମେଲବର୍ଣ୍ଣ: ଚଳିତ ଟି-୨୦ ବିଶ୍ୱକପରେ ଗୋଟିଏ ହେଲେ ମ୍ୟାଚ୍‌ ହାରି ନଥିବା ଭାରତୀୟ ମହିଳା ଦଳ ଫାଇନାଲରେ ପରାସ୍ତ ହୋଇଛି। ପ୍ରଥମଥର ପାଇଁ ଟି-୨୦ ଫାଇନାଲ ଖେଳୁଥିବା ଟିମ୍‌ ଇଣ୍ଡିଆ ୧୦୦ ରନ୍‌ ମଧ୍ୟ କରି ନପାରି ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପରାଜୟ ପରେ ଦୁଃଖରେ ଭାଙ୍ଗି ପଡ଼ିଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ହରମନପ୍ରୀତ କୌର ନିଜର ବୟାନ ରଖିଛନ୍ତି।

ସେ କହିଛନ୍ତି, “ଦଳ ଠିକ୍ ଦିଗରେ ଚାଲିଛି। କିନ୍ତୁ ବଡ଼ ମ୍ୟାଚ୍‌ ପାଇଁ କେମିତି ଆଭିମୁଖ୍ୟ ରଖିବାକୁ ହେବ, ତା’ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଆମେ ଲିଗ୍‌ ପର୍ଯ୍ୟାୟରେ ଯେମିତି ଖେଳିଲୁ, ତାହା ଅତୁଳନୀୟ। ଆଜି ମ୍ୟାଚ୍‌ ହାରିବା ପ୍ରମୁଖ କାରଣ ହେଉଛି କ୍ୟାଚ୍‌ ଛାଡ଼ିବା। ଦୁର୍ଭାଗ୍ୟବଶତଃ କ୍ୟାଚ୍‌ ମିସ ହୋଇଛି।

ଏବେ ବି ମୋ ଟିମ୍‌ ଉପରେ ମୋର ଦୃଢ଼ ବିଶ୍ୱାସ ଓ ଭରସା ରହିଛି। ଆଗାମୀ ଦେଢ଼ ବର୍ଷ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହି ସମୟସୀମା ମଧ୍ୟରେ ଆମକୁ ଶାନ୍ତ ଓ ଧୀର ରହି ଆମ ଭୁଲ ଗୁଡ଼ିକୁ ସୁଧାରିବାକୁ ପଡ଼ିବ। ବିଶେଷ କରି ଫିଲ୍ଡିଂ ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି। ଆମେ ଜାଣିଛୁ ଯେ ଆମେ ଆମ ଫିଲ୍ଡଂ ପାଇଁ ମ୍ୟାଚ୍‌ ହାରିଛୁ। ଆମକୁ ଏକଥା ମୁଣ୍ଡରେ ରଖିବାକୁ ପଡ଼ିବ।

ବଡ଼ ମ୍ୟାଚ୍‌ରେ ଆମକୁ କେମିତି ପ୍ରଦର୍ଶନ କରିବାକୁ ହେବ, ତା’ ଉପରେ ଫୋକସ କରାଯିବ। କାରଣ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଆମେ ବେଷ୍ଟ ପ୍ରଦର୍ଶନ କରିପାରୁନାହୁଁ। ମୋର ଆଶା ପରବର୍ତ୍ତୀ ବର୍ଷ ଗୁଡ଼ିକ ଆମକୁ ଅନେକ ସଫଳତା ଦେବ।

ଆଜି ମ୍ୟାଚ୍‌ରେ ଶେଫାଳି ବର୍ମା କ୍ୟାଚ୍‌ ଛାଡ଼ିଥିଲେ। ଏହି କ୍ୟାଚ୍‌ ଛାଡ଼ିବା ପରେ ସେ ପୂରା ଚାପରେ ରହିଥିଲେ। ହେଲେ ବିଶ୍ୱକପ ହାରିବା ପାଇଁ ତାଙ୍କୁ ଦୋଷ ଦିଆଯାଇ ପାରିବ ନାହିଁ। ତାଙ୍କ ବୟସ ମାତ୍ର ୧୬। ସେ ତାଙ୍କର ପ୍ରଥମ ବିଶ୍ୱକପ ଖେଳୁଥିଲେ। ସେ ପୂରା ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଛନ୍ତି।

ଜଣେ ୧୬ ବର୍ଷୀୟ କିଡ୍‌ ପାଇଁ ଏଭଳି କ୍ୟାଚ୍‌ ଛାଡ଼ିବା ପରେ ସକରାତ୍ମକ ଭାବେ ପଡ଼ିଆରେ ରହିବା ଅସମ୍ଭବ। ତେଣୁ ଏହା ତାଙ୍କ ବ୍ୟାଟିଂରେ ମଧ୍ୟ ଦେଖିବାକୁ ମିଳିଲା। ଏହା ତାଙ୍କ ପାଇଁ ଏକ ନୀତିଶିକ୍ଷା। କେବଳ ଶେଫାଳି ନୁହନ୍ତି, ସମସ୍ତଙ୍କ କ୍ଷେତ୍ରରେ ଏଭଳି ଘଟିପାରେ। ତେଣୁ ଆମେ ଶେଫାଳିଙ୍କୁ ଦୋଷ ଦେଇ ପାରିବା ନାହିଁ।”

Related story