୮ ରନ୍‌ରେ ଅଲଆଉଟ୍‌ ହେଲା ଦଳ, ଖାତା ଖୋଲି ପାରିଲେନି ୯ ଖେଳାଳି

ପୋଖାରା: ଏଠାରେ ଚାଲିଥିବା ୧୩ତମ ଏସିଆନ ଗେମ୍ସରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଘରୋଇ ନେପାଳ ମହିଳା ଦଳ ପ୍ରତିପକ୍ଷ ମାଳଦ୍ୱୀପ ଟିମ୍‌କୁ ମାତ୍ର ୮ ରନ୍‌ରେ ଅଲଆଉଟ କରି ଦେଇଛି। ଏହା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଦ୍ୱିତୀୟ ସବୁଠାରୁ କମ ସ୍କୋର। ଏହାପୂର୍ବରୁ ଗତ ଜୁନ୍‌ ମାସରେ ଏହି ମାଳଦ୍ୱୀପ ମହିଳା ଟିମ୍‌ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୬ ରନ୍‌ କରି ଅଲଆଉଟ ହୋଇଥିଲା। ଏହା ଟି-୨୦ରେ ସବୁଠାରୁ ନିମ୍ନତମ ସ୍କୋର ଥିଲା। ଟସ୍‌ […]

dc

Hemant Lenka
  • Published: Saturday, 07 December 2019
  • , Updated: 07 December 2019, 08:27 PM IST

ପୋଖାରା: ଏଠାରେ ଚାଲିଥିବା ୧୩ତମ ଏସିଆନ ଗେମ୍ସରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଘରୋଇ ନେପାଳ ମହିଳା ଦଳ ପ୍ରତିପକ୍ଷ ମାଳଦ୍ୱୀପ ଟିମ୍‌କୁ ମାତ୍ର ୮ ରନ୍‌ରେ ଅଲଆଉଟ କରି ଦେଇଛି। ଏହା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଦ୍ୱିତୀୟ ସବୁଠାରୁ କମ ସ୍କୋର।

ଏହାପୂର୍ବରୁ ଗତ ଜୁନ୍‌ ମାସରେ ଏହି ମାଳଦ୍ୱୀପ ମହିଳା ଟିମ୍‌ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୬ ରନ୍‌ କରି ଅଲଆଉଟ ହୋଇଥିଲା। ଏହା ଟି-୨୦ରେ ସବୁଠାରୁ ନିମ୍ନତମ ସ୍କୋର ଥିଲା।

ଟସ୍‌ ଜିତି ଆଜି ପ୍ରଥମେ ବ୍ୟାଟିଂ କରିଥିବା ମାଳଦ୍ୱୀପ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ କରିଥିବା ୮ ରନ୍‌ ମଧ୍ୟରୁ ଅତିରିକ୍ତ ଭାବେ ୭ ରନ୍‌ ମିଳିଥିଲା। ଅର୍ଥାତ ନେପାଳର ବୋଲରମାନେ ହ୍ୱାଇଡ୍‌ରେ ୭ ରନ୍‌ ଦେଇଥିଲେ।

ମାଳଦ୍ୱୀପ ପକ୍ଷରୁ ଓପନର ଅଇମା ଆଇସାଥା କେବଳ ୧ ରନ୍‌ କରିଥିଲେ। ଅନ୍ୟ ୯ ଜଣ ବ୍ୟାଟସମ୍ୟାନ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ପୂରା ଟିମ୍‌ ୧୧.୩ ଓଭରରେ ଅଲଆଉଟ ହୋଇଯାଇଥିଲା। ଏହି ୯ ରନ୍‌ର ଟାର୍ଗେଟକୁ ନେପାଳ ୭ଟି ବଲରେ ହିଁ ହାସଲ କରି ନେଇଥିଲା।

Related story