ହିଟ୍‌ ମ୍ୟାନ୍‌ଙ୍କ ହ୍ୟାଟ୍ରିକ୍‌: ଦିନିକିଆରେ ୩ଟି ଦ୍ୱିଶତକ, ରଚିଲେ ଆଉ ଏକ ଇତିହାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋହାଲି ଦିନିକିଆରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଦ୍ୱିଶତକ। ମାତ୍ର ୧୫୧ ବଲରେ ଦ୍ୱିଶତକ ହାସଲ କରିଛନ୍ତି ଟିମ୍ ଇଣ୍ଡିଆ ହିଟ୍‌ ମ୍ୟାନ୍‌। ଦିନିକିଆ କ୍ୟାରିୟରରେ ରୋହିତଙ୍କ ଏହା ୩ୟ ଦ୍ୱିଶତକ। ଦିନକିଆରେ ତିନି ତିନିଟି ଦ୍ୱିଶତକ ହାସଲ କରିବାର ରେକର୍ଡ ନିଜ ନାଁରେ କରିବାରେ ସେ ହେଉଛନ୍ତି ବିଶ୍ୱର ଏକମାତ୍ର ଖେଳାଳି। ଟିମ୍‌ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ମୋହାଲିରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ରୋହିତ ଏହି  ରେକର୍ଡ କରିଛନ୍ତି। […]

RTX3E52Y-770x433

Rakesh Mallick
  • Published: Wednesday, 13 December 2017
  • , Updated: 13 December 2017, 04:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋହାଲି ଦିନିକିଆରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଦ୍ୱିଶତକ। ମାତ୍ର ୧୫୧ ବଲରେ ଦ୍ୱିଶତକ ହାସଲ କରିଛନ୍ତି ଟିମ୍ ଇଣ୍ଡିଆ ହିଟ୍‌ ମ୍ୟାନ୍‌। ଦିନିକିଆ କ୍ୟାରିୟରରେ ରୋହିତଙ୍କ ଏହା ୩ୟ ଦ୍ୱିଶତକ। ଦିନକିଆରେ ତିନି ତିନିଟି ଦ୍ୱିଶତକ ହାସଲ କରିବାର ରେକର୍ଡ ନିଜ ନାଁରେ କରିବାରେ ସେ ହେଉଛନ୍ତି ବିଶ୍ୱର ଏକମାତ୍ର ଖେଳାଳି। ଟିମ୍‌ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ମୋହାଲିରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ରୋହିତ ଏହି  ରେକର୍ଡ କରିଛନ୍ତି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍‌ ହରାଇ  ୩୯୨ରନର ବିଶାଳ ସ୍କୋର କରିପାରିଛି। ଯେଉଁଥିରେ ଅଧିନାୟକ ରୋହିତ ଶର୍ମାଙ୍କର ରହିଛି ୨୦୮ରନର ବିସ୍ଫୋରକ ପାଳି।

ରୋହିତ ଶର୍ମା ଏହା ପୂର୍ବରୁ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୯ ରନର ଏକ ଦ୍ୱିଶତକୀୟ ପାଳି ଖେଳିଥିବା ବେଳେ ୨୦୧୪ରେ ଏହି ଶ୍ରୀଲଙ୍କା ବିପକ୍ଷରେ ୨୬୪ରନର ଏକ ବିଶାଳ ଦ୍ୱିଶତକୀୟ ପାଳି ଖେଳିଥିଲେ। ଆଉ ଆଜି ପୁଣି ଥରେ ଏହାକୁ ଦୋହରାଇ ଆଉ ଏକ ଦ୍ୱିଶତକୀୟ ପାଳି ଖେଳି ବିଶ୍ୱ କ୍ରୀଡ଼ାଜଗତର ନୂଆ ଇତିହାସ ରଚିଛନ୍ତି। ମାତ୍ର ୧୫୩ ବଲରେ ସେ ଆଜି ୨୦୮ରନର ଏକ ବିଧ୍ୱଂସକାରୀ ପାଳି ଖେଳିଛନ୍ତି। ପୁଣିଥରେ ଆଜି ତାଙ୍କ ବ୍ୟାଟିଂର ଯାଦୁ ଦର୍ଶକ ଦେଖିଲେ। ରୋହିତ ଆଜି ତାଙ୍କ ପ୍ରଥମ ୧୦୦ରନ ପୂରଣ କରିବା ପାଇଁ ୧୧୫ଟି ବଲ୍‌ ଖେଳିଥିବା ବେଳେ ବାକି ୧୦୦ ରନ୍‌ ମାତ୍ର ୩୬ଟି ବଲରେ ପୂରଣ କରିଥିଲେ। ସେ ତାଙ୍କର ଦ୍ୱିଶତକ ଆଜି ୧୫୧ ବଲରେ ପୂର୍ଣ୍ଣ କରିଥିଲେ।

ଧର୍ମଶାଳା ଦିନିକିଆରେ ଦୟନୀୟ ଭାବେ ଟିମ୍ ଇଣ୍ଡିଆ ହାରିବା ପରେ ଆଜି ଟିମ୍‌ ଉପରେ ଚାପ ଥିଲା। ତେଣୁ ସିରିଜରେ ତିଷ୍ଟି ରହିବାକୁ ହେଲେ ଆଜିର ମ୍ୟାଚ୍ ଟିମ୍‌ ଇଣ୍ଡିଆ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଥିଲା। ତେଣୁ ଭାରତର ଦୁଇ ଓପନର ଶିଖର ଧାୱନ ଓ ଅଧିନାୟକ ରୋହିତ ଶର୍ମା ମାପିଚୁପି ବ୍ୟାଟିଂ କରି ଟିମ୍‌କୁ ଏକ ମଜଭୁତ ଷ୍ଟାର୍ଟ୍‌ ଦେଇଥିଲେ। ଆଜିର ମ୍ୟାଚ୍‌ରେ ରୋହିତଙ୍କ ବ୍ୟତୀତ ଯୁବ ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ ଆୟର ଓ ଧାୱନଙ୍କ ବ୍ୟାଟରୁ ଅର୍ଦ୍ଧଶତକୀୟ ପାଳି ଦେଖିବାକୁ ମିଳିଥିଲା।

Related story