ବାରବାଟୀରେ ୩ ଭାରତୀୟ କ୍ରିକେଟର୍‌ଙ୍କ ପାଇଁ ସହଜ ସୁଯୋଗ: କରିପାରନ୍ତି ଏହି ନୂଆ ରେକର୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚଳିତ ସିରିଜ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଆଜି କଟକ ବାରାବାଟୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‌ ସଂନ୍ଧ୍ୟା ୭ଟା ବେଳେ ଖେଳାଯିବ। ରୋହିତଙ୍କ ଅଧିନାୟକତ୍ୱରେ ଦିନିକିଆ ସିରିଜ ଜିତିବା ପରେ ଏବେ ନଜର ଟି-ଟ୍ୱେଣ୍ଟି ଉପରେ ନଜର। ଏହାପୂର୍ବରୁ ଶ୍ରୀଲଙ୍କାରେ ଖେଳାଯାଇଥିବା ଏକମାତ୍ର ଟି-ଟ୍ୱେଣ୍ଟିରେ ଭାରତ ସିଂହଳ ଟିମ୍‌କୁ ପରାସ୍ତ କରିଥିଲା। । ବାରବାଟୀରେ ଏପର୍ଯ୍ୟନ୍ତ ମାତ୍ର ଗୋଟିଏ ଟି-ଟ୍ୱେଣ୍ଟି ଖେଳାଯାଇଛି। ୨୦୧୫ ଅକ୍ଟୋବର ୫ରେ ଦକ୍ଷିଣ ଆଫ୍ରିକା […]

sharma-bumrah-dhoni

Ordigital Desk
  • Published: Wednesday, 20 December 2017
  • , Updated: 20 December 2017, 09:11 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚଳିତ ସିରିଜ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଆଜି କଟକ ବାରାବାଟୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‌ ସଂନ୍ଧ୍ୟା ୭ଟା ବେଳେ ଖେଳାଯିବ। ରୋହିତଙ୍କ ଅଧିନାୟକତ୍ୱରେ ଦିନିକିଆ ସିରିଜ ଜିତିବା ପରେ ଏବେ ନଜର ଟି-ଟ୍ୱେଣ୍ଟି ଉପରେ ନଜର। ଏହାପୂର୍ବରୁ ଶ୍ରୀଲଙ୍କାରେ ଖେଳାଯାଇଥିବା ଏକମାତ୍ର ଟି-ଟ୍ୱେଣ୍ଟିରେ ଭାରତ ସିଂହଳ ଟିମ୍‌କୁ ପରାସ୍ତ କରିଥିଲା। ।

ବାରବାଟୀରେ ଏପର୍ଯ୍ୟନ୍ତ ମାତ୍ର ଗୋଟିଏ ଟି-ଟ୍ୱେଣ୍ଟି ଖେଳାଯାଇଛି। ୨୦୧୫ ଅକ୍ଟୋବର ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଏଠାରେ ଏକମାତ୍ର ଟି-ଟ୍ୱେଣ୍ଟି ଖେଳିଛି। ଏବଂ ଏହି ମ୍ୟାଚ୍‌ରେ ଭାରତ ୬ ୱକେଟରେ ଦକ୍ଷିଣ ଆପ୍ରିକା ଠାରୁ ପରାସ୍ତ ହୋଇଥିଲା। ଟେଷ୍ଟ ଓ ଦିନିକିଆ ସିରିଜ ଜିତି ଟିମ୍‌ ଇଣ୍ଡିଆର ମନୋବଳ ଏବେ ଦୃଢ ରହିଛି। ଟି-ଟ୍ୱେଣ୍ଟି ଫର୍ମାଟରେ ଏପର୍ଯ୍ୟନ୍ତ ଶ୍ରୀଲଙ୍କା ଭାରତ ବିପକ୍ଷରେ କୌଣସି ସିରିଜ ଜିତିନାହିଁ।

ଏହି ମ୍ୟାଚରେ ଧୋନୀ, ରୋହିତ ଶର୍ମା ଓ ସ୍ପିନ୍ ବୋଲର ଚହଲଙ୍କ ପାଖରେ ନୂଆ ରେକର୍ଡ କରିବାର ସୁଯୋଗ ରହିଛି। ଆଜିର ମ୍ୟାଚରେ ଯଦି ରୋହିତ ଶର୍ମା ୧୫ରନ୍‌ କରୁଛନ୍ତି ତେବେ ଟି-ଟ୍ୱେଣ୍ଟିରେ ସେ ୧୫୦୦ରନ୍‌ ପୂରଣ କରିବେ। ଏହା ପୂର୍ବରୁ କେବଳ ବିରାଟ କୋହଲି ହିଁ ଟି-ଟ୍ୱେଣ୍ଟିରେ ୧୫୦୦ରନ ପୂରଣ କରିଛନ୍ତି। ଧୋନୀଙ୍କ ପାଖରେ ମଧ୍ୟ ଏହି ଫର୍ମାଟରେ ବିରାଟ, ରୋହିତଙ୍କ ପରେ ସର୍ବାଧିକ ସ୍କୋର କରିବାର ସୁଯୋଗ ରହିଛି। ଆଉ ୨୭ରନ ନିଜ ଖାତାରେ ଯୋଡ଼ିଲେ ସେ ସୁରେଶ ରାଇନାଙ୍କୁ ପଛରେ ପକାଇ ବେଷ୍ଟ ୩ନମ୍ବର ଖେଳାଳି ହେବେ। ଧୋନୀ ଏପର୍ଯ୍ୟନ୍ତ ଟି-ଟ୍ୱେଣ୍ଟିରେ ୧୨୮୧ ରନ କରିଛନ୍ତି। ସେହିପରେ ସ୍ପିନ୍‌ ବୋଲର ଚହଲଙ୍କ ପାଖରେ ମଧ୍ୟ ନୂଆ ରେକର୍ଡ ତିଆରି କରିବାର ସୁଯୋଗ ରହିଛି। ଚହଲ ଏହି ଫର୍ମାଟରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୫ଟି ୱିକେଟ୍‌ ନେଇସାରିଲେଣି। ଯଦି ଆଜି ସେ ଆଉ ୩ଟି ୱିକେଟ୍‌ ନିଅନ୍ତି ତେବେ ସେ ଅଫଗାନସ୍ଥାନ ବୋଲର ରସିଦ ଖାନଙ୍କୁ ପଛରେ ପକାଇ ଚଳିତ ବର୍ଷ ସର୍ବାଧିକ ୱିକେଟ୍‌ ନେବାର ରେକର୍ଡ ନିଜ ନାଁରେ କରିବେ।

https://youtu.be/krqefld_KV0

Related story