ଯୁବରାଜଙ୍କ ଛକା ରେକର୍ଡ ଭାଙ୍ଗିପାରନ୍ତି ରୋହିତ: ଧୋନୀଙ୍କ ଟାର୍ଗେଟ୍‌ ବିଶ୍ୱରେକର୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ୩ ଟିକିଆ ଟି-ଟ୍ୱେଣ୍ଟି ସିରିଜର ଆଜି ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚରେ କିଛି ରେକର୍ଡ ଭାଙ୍ଗିବା ସହ ଅନେକ ରେକର୍ଡ ସ୍ଥାପନ ହେବାର ସମ୍ଭାବନା ରହିଛି। ଏହି ମ୍ୟାଚ୍ ଧୋନୀଙ୍କ ପାଇଁ ବିଶ୍ୱ ରେକର୍ଡ କରିବାର ସୁଯୋଗ ଆଣିଥିବା ବେଳେ ରୋହିତ ଶର୍ମା ମଧ୍ୟ ଯୁବରାଜଙ୍କ ରେକର୍ଡ ଭାଙ୍ଗିପାରନ୍ତି। ଭାରତ ଲଗାତାର ୫ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଜିତିସାରିଥିବା ବେଳେ ଆଜିର ମ୍ୟାଚ୍‌ ଯଦି ଜିତିବ […]

ssssss

Rakesh Mallick
  • Published: Wednesday, 21 February 2018
  • , Updated: 21 February 2018, 01:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ୩ ଟିକିଆ ଟି-ଟ୍ୱେଣ୍ଟି ସିରିଜର ଆଜି ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚରେ କିଛି ରେକର୍ଡ ଭାଙ୍ଗିବା ସହ ଅନେକ ରେକର୍ଡ ସ୍ଥାପନ ହେବାର ସମ୍ଭାବନା ରହିଛି। ଏହି ମ୍ୟାଚ୍ ଧୋନୀଙ୍କ ପାଇଁ ବିଶ୍ୱ ରେକର୍ଡ କରିବାର ସୁଯୋଗ ଆଣିଥିବା ବେଳେ ରୋହିତ ଶର୍ମା ମଧ୍ୟ ଯୁବରାଜଙ୍କ ରେକର୍ଡ ଭାଙ୍ଗିପାରନ୍ତି।

ଭାରତ ଲଗାତାର ୫ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଜିତିସାରିଥିବା ବେଳେ ଆଜିର ମ୍ୟାଚ୍‌ ଯଦି ଜିତିବ ତେବେ ଲଗାତାର ୬ଟି ମ୍ୟାଚ୍‌ ଜିତିବାର ରେକର୍ଡ ଭାରତ ନାଁରେ ହେବ। ଧୋନୀ ଏପର୍ଯ୍ୟନ୍ତ ଟି-ଟ୍ୱେଣ୍ଟିରେ ୩୨ଟି ଷ୍ଟପିଂ କରିସାରିଲେଣି। ଯଦି ସେ ଆଉ ୪ଟି ଷ୍ଟପିଂ କରିପାରନ୍ତି ତେବେ ପାକିସ୍ତାନର କାମରାନ୍‌ ଆକମଲଙ୍କୁ ପଛରେ ପକାଇଦେବେ। ଅନ୍ୟପଟେ ଭାରତ ପକ୍ଷରୁ ଟି-ଟ୍ୱଣ୍ଟିରେ ସବୁଠୁ ଅଧିକ ଛକା ଯୁବରାଜଙ୍କ ନାଁରେ ରହିଛି। ଯୁବରାଜ ଟି-ଟ୍ୱେଣ୍ଟିରେ ୭୪ ଛକା ମାରିଥିବା ବେଳେ ରୋହିତ ୬୯ ଛକା ମାରିଛନ୍ତି। ରୋହିତ ଏହି ମ୍ୟାଚରେ ଯଦି ୬ଟି ଛକା ମାରିପାରନ୍ତି ତେବେ ସେ ଯୁବିଙ୍କ ରେକର୍ଡ ଭାଙ୍ଗିପାରିବେ।

Related story