ବିଶ୍ଵକପ କ୍ରିକେଟ: ନ୍ୟୁଜିଲ୍ୟାଣ୍ଡର ଏହି ତିନି ଖେଳାଳି ହୋଇପାରନ୍ତି ଘାତକ

ମ୍ୟାଞ୍ଚେଷ୍ଟର: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଚଳିତ ବିଶ୍ୱକପର ସେମିଫାଇନାଲ୍ ମୁକାବିଲା। ପଏଣ୍ଟ ଟେବୁଲର ଏକ ନମ୍ୱର ତାଲିକାରେ ଥିବା ଟିମ୍ ଇଣ୍ଡିଆର ପ୍ରଦର୍ଶନ ଦମଦାର ରହିଛି। ହେଲେ ନ୍ୟୁଜିଲ୍ୟାଣ୍ଡ ଟିମ୍ ବି କିଛି କମ୍ ନୁହେଁ। ଏହି ମ୍ୟାଚରେ ଭାରତକୁ ଜିତିବାକୁ ହେଲେ ନ୍ୟୁଜିଲ୍ୟାଣ୍ଡର ଏହି ଖେଳାଳିଙ୍କୁ ଭଲ ଭାବରେ ସାମ୍ନା କରିବାକୁ ହେବ। ଏହି ତିନି ଖେଳାଳି ହେଲେ ଲକି ଫର୍ଗୁସନ୍, ଟ୍ରେଣ୍ଟ ବୋଲ୍ଟ ଏବଂ ଜିମି ନିଶାମ୍। କିଓ୍ୱି ଟିମର ଏହି ତିନି […]

virat

Subhransu Sekhar
  • Published: Tuesday, 09 July 2019
  • , Updated: 09 July 2019, 10:03 AM IST
ମ୍ୟାଞ୍ଚେଷ୍ଟର: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଚଳିତ ବିଶ୍ୱକପର ସେମିଫାଇନାଲ୍ ମୁକାବିଲା। ପଏଣ୍ଟ ଟେବୁଲର ଏକ ନମ୍ୱର ତାଲିକାରେ ଥିବା ଟିମ୍ ଇଣ୍ଡିଆର ପ୍ରଦର୍ଶନ ଦମଦାର ରହିଛି। ହେଲେ ନ୍ୟୁଜିଲ୍ୟାଣ୍ଡ ଟିମ୍ ବି କିଛି କମ୍ ନୁହେଁ।
ଏହି ମ୍ୟାଚରେ ଭାରତକୁ ଜିତିବାକୁ ହେଲେ ନ୍ୟୁଜିଲ୍ୟାଣ୍ଡର ଏହି ଖେଳାଳିଙ୍କୁ ଭଲ ଭାବରେ ସାମ୍ନା କରିବାକୁ ହେବ। ଏହି ତିନି ଖେଳାଳି ହେଲେ ଲକି ଫର୍ଗୁସନ୍, ଟ୍ରେଣ୍ଟ ବୋଲ୍ଟ ଏବଂ ଜିମି ନିଶାମ୍। କିଓ୍ୱି ଟିମର ଏହି ତିନି ବୋଲର ଚଳିତ ବିଶ୍ୱକପର ସମସ୍ତ ମ୍ୟାଚରେ ପ୍ରତିପକ୍ଷ ଟିମର ବ୍ୟାଟସମ୍ୟାନଙ୍କୁ ଅଡ଼ୁଆରେ ପକାଇ ଆସିଛନ୍ତି। ଚଳିତ ବିଶ୍ୱକପର ଲିଗ ରାଉଣ୍ଡରେ ଭାରତ ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇନାହାନ୍ତି। କାରଣ ଯେଉଁ ମ୍ୟାଚ ହେବାର ଥିଲା ବର୍ଷା କାରଣରୁ ତାହା ବାତିଲ୍ ହୋଇଥିଲା।
ଯଦି ଏହି ବୋଲରଙ୍କୁ ଭାରତୀୟ ବ୍ୟାଟସମ୍ୟାନ ଜଗି ରଖି ଖେଳନ୍ତି, ତା'ହେଲେ ଭାରତ ଫାଇନାଲ୍ ଯିବା ଏକ ପ୍ରକାର ପକ୍କା ବୋଲି କହିହେବ। ଏହି ତିନି ବୋଲର ବାମହାତୀ ବୋଲର। ଏଯାଏ ବୋଲ୍ଟ ଚଳିତ ବିଶ୍ୱକପରେ ୧୫ଟି ଓ୍ୱିକେଟ ନେଇ ସାରିଛନ୍ତି।
ସେହିପରି ଲକି ଫର୍ଗୁସନ୍ ମଧ୍ୟ ଟୁର୍ଣ୍ଣାମେଣ୍ଟର ଘାତକ ବୋଲର ସାଜିଛନ୍ତି । ଏଯାଏ ୧୭ ୱିକେଟ୍ ନେଇଥିବା ଏହି ବୋଲର ଅନ୍ତିମ ଓଭର ବେଳେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥାନ୍ତି। ଅନ୍ୟ ବୋଲରଙ୍କ ତୁଳନାରେ ଅନ୍ତିମ ଓଭର ବେଳେ ଲକି ଫର୍ଗ୍ୟୁସନ୍ ସବୁଠୁ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। ସେହିପରି ଜେମ୍ସ ନିଶାମ୍ ଏଯାଏ ୧୧ ୱିକେଟ୍ ନେଇସାରିଛନ୍ତି। ଇଂଲିଶ୍ ପିଚରେ ଏମାନଙ୍କ ସ୍ପିଡ୍ ଓ ସୁଇଂର ଚମତ୍କାର ପ୍ରଦର୍ଶନ ଲିଗ୍ ମ୍ୟାଚରେ ଦେଖିବାକୁ ମିଳିଛି।
ତେବେ ଗତ ତିନି ମ୍ୟାଚରେ କିଓ୍ୱି ଟିମର ବ୍ୟାଟସମ୍ୟାନ ଭଲ ପ୍ରଦର୍ଶନ କରି ନଥିବାରୁ ପ୍ରତିପକ୍ଷ ଟିମକୁ ଜିତିବା ସହଜ ହୋଇଯାଇଥିଲା। ଯଦି ଏହି ମ୍ୟାଚ ଗୁଡ଼ିକ  ଜିତିଥାନ୍ତେ ତା'ହେଲେ ଭାରତ ଜାଗାରେ ନ୍ୟୁଜିଲ୍ୟାଣ୍ଡ ପଏଣ୍ଟ ଟେବୁଲରେ ୧ ନମ୍ୱର ସ୍ଥାନରେ ରହିଥାନ୍ତା। ଏବେ ୪ ନମ୍ୱର ସ୍ଥାନରେ ରହିଛି ନ୍ୟୁଜିଲ୍ୟାଣ୍ଡ୍।
ଭାରତୀୟ ବ୍ୟାଟସମ୍ୟାନ୍ ପ୍ରଥମ ୩୦ ଓଭରରେ ଜବରଦସ୍ତ ପ୍ରଦର୍ଶନ ଦେଖାଇ ପାରିଲେ ଭଲ, କାରଣ ଏହାପରେ ବୋଲ୍ଟ ଓ ଲକି ଫର୍ଗ୍ୟୁସନଙ୍କ ଭଳି ବୋଲରଙ୍କୁ
 ସାମ୍ନା କରିବା କଷ୍ଟକର ହୋଇପାରେ।

Related story