ଆତଙ୍କୀ ଆକ୍ରମଣ ପାଇଁ କେବେ, କେଉଁଠି ବନ୍ଦ ହୋଇଛି ଖେଳ

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡର କ୍ରାଏଷ୍ଟଚର୍ଚ୍ଚରେ ଅଲ୍ ନୁର୍ ମସଜିଦରେ ହୋଇଥିବା ଆତଙ୍କୀ ଆକ୍ରମଣ ସମୟରେ ବାଂଲାଦେଶ କ୍ରିକେଟ୍ ଟିମ୍ ସେଠାରେ ଉପସ୍ଥିତ ଥିଲା। ତେବେ କୌଣସି ଖେଳାଳିଙ୍କର ଏଥିରେ କିଛି କ୍ଷତି ହୋଇନି। କିନ୍ତୁ ଏହି ଆକ୍ରମଣ ପରେ ଏବେ ପୂରା କ୍ରୀଡ଼ା ଜଗତ ଦୋହଲି ଯାଇଛି। କ୍ରୀଡ଼ା ଜଗତ ଉପରେ ଆତଙ୍କୀ ହମଲା ଓ ନରସଂହାର ଘଟଣା ପ୍ରଥମଥର ଘଟିନାହିଁ। ଏହା ପୂର୍ବରୁ ମଧ୍ୟ ଆତଙ୍କୀଙ୍କ ଟାର୍ଗେଟରେ ରହିଆସିଛି କ୍ରୀଡ଼ା ଜଗତ। ୧୯୭୨ରେ ମ୍ୟୁନିକ୍ ଅଲିମ୍ପିକ୍ସ ଉପରେ […]

Untitled-1

Untitled-1

Ranjit Kumar Jena
  • Published: Friday, 15 March 2019
  • Updated: 15 March 2019, 06:00 PM IST

Sports

Latest News

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡର କ୍ରାଏଷ୍ଟଚର୍ଚ୍ଚରେ ଅଲ୍ ନୁର୍ ମସଜିଦରେ ହୋଇଥିବା ଆତଙ୍କୀ ଆକ୍ରମଣ ସମୟରେ ବାଂଲାଦେଶ କ୍ରିକେଟ୍ ଟିମ୍ ସେଠାରେ ଉପସ୍ଥିତ ଥିଲା। ତେବେ କୌଣସି ଖେଳାଳିଙ୍କର ଏଥିରେ କିଛି କ୍ଷତି ହୋଇନି। କିନ୍ତୁ ଏହି ଆକ୍ରମଣ ପରେ ଏବେ ପୂରା କ୍ରୀଡ଼ା ଜଗତ ଦୋହଲି ଯାଇଛି। କ୍ରୀଡ଼ା ଜଗତ ଉପରେ ଆତଙ୍କୀ ହମଲା ଓ ନରସଂହାର ଘଟଣା ପ୍ରଥମଥର ଘଟିନାହିଁ। ଏହା ପୂର୍ବରୁ ମଧ୍ୟ ଆତଙ୍କୀଙ୍କ ଟାର୍ଗେଟରେ ରହିଆସିଛି କ୍ରୀଡ଼ା ଜଗତ। ୧୯୭୨ରେ ମ୍ୟୁନିକ୍ ଅଲିମ୍ପିକ୍ସ ଉପରେ ଆତଙ୍କୀ ଆକ୍ରମଣ ଓ ୨୦୦୯ରେ ଶ୍ରୀଲଙ୍କା କ୍ରିକେଟରଙ୍କ ଉପରେ ଆକ୍ରମଣ ଭଳି ଘଟଣା କେହି ଭୁଲିନାହାନ୍ତି। ସେହିପରି ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କୀ ଆକ୍ରମଣ ଦ୍ୱାରା କ୍ରୀଡ଼ା ଜଗତ ପ୍ରଭାବିତ ହୋଇଥିଲା। ଆତଙ୍କୀ ଆକ୍ରମଣରେ ପ୍ରଭାବତି ହୋଇଥିବା ଖେଳ ଉପରେ ଆସନ୍ତୁ ନଜର ପକାଇବା।

ଶ୍ରୀଲଙ୍କା କ୍ରିକେଟ ଟିମ ଉପରେ ଆକ୍ରମଣ

୨୦୦୯ରେ ଶ୍ରୀଲଙ୍କା କ୍ରିକେଟ ଟିମ୍ ପାକିସ୍ତାନ ଗସ୍ତରେ ଥିଲା। ଏହି ଗସ୍ତ କାଳରେ ଦୁଇ ଟିମ୍ ମଧ୍ୟରେ ସିରିଜର ଦ୍ୱିତୀୟ ଟେଷ୍ଟ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହୋଇଥିଲା। ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନ କରି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୬୦୬ ରନ୍ କରିଥିଲା। ମ୍ୟାଚର ଦ୍ୱିତୀୟ (୨ ମାର୍ଚ୍ଚ) ଦିନର ଖେଳ ଶେଷ ସୁଦ୍ଧା ପାକିସ୍ତାନ ୧ ୱିକେଟ୍ ହରାଇ ୧୧୦ ରନ୍ କରିଥିଲା। ତୃତୀୟ ଦିବସରେ (୩ ମାର୍ଚ୍ଚ) ଶ୍ରୀଲଙ୍କା କ୍ରିକେଟର ହୋଟେଲରୁ ବାହାରି ବସ ଯୋଗେ ଷ୍ଟାଡିୟମ ଅଭିମୁଖେ ବାହାରିଥିଲେ। ଅଧା ବାଟରେ ପ୍ରାୟ ୧୨ ଆତଙ୍କବାଦୀ ଶ୍ରୀଲଙ୍କା କ୍ରିକେଟର ବସିଥିବା ବସ ଉପରକୁ ଘନଘନ ଗୁଳି ବର୍ଷା କରିଥିଲେ। ଏଥିରେ ଶ୍ରୀଲଙ୍କାର ୬ଜଣ କ୍ରିକେଟର ଆହତ ହୋଇଥିଲେ।

ଆକ୍ରମଣକୁ ବିଫଳ କରିବା ପ୍ରୟାସରେ ସୁରକ୍ଷାକର୍ମୀଙ୍କ ସମେତ ୮ଜଣ ପ୍ରାଣ ହରାଇଥିଲେ। ଆହତ ହୋଇଥିବା ଖେଳାଳିମାନଙ୍କ ମଧ୍ୟରେ ୱିକେଟକିପର ବ୍ୟାଟ୍ସମ୍ୟାନ୍ କୁମାର ସାଙ୍ଗାକାରା, ମାହେଲା ଜୟବର୍ଦ୍ଧନେ, ଥିଲାନ ସମରାବୀରା ଓ ସ୍ପିନର ଅଜନ୍ତା ମେଣ୍ଡିସ ସାମିଲ୍ ଥିଲେ। ସୌଭାଗ୍ୟବଶତଃ ଏଥିରେ କୌଣସି ଖେଳାଳି ଗୁରୁତର ଆହତ ହୋଇନଥିଲେ। ଏହି ମାମଲାରେ ଶ୍ରୀଲଙ୍କା ସରକାର ହସ୍ତକ୍ଷେପ କରି ତୁରନ୍ତ ଗସ୍ତ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଟିମକୁ ସ୍ୱଦେଶ ଫେରି ଆସିବାକୁ କହିଥିଲେ।

ଶ୍ରୀଲଙ୍କା ଟିମର ଆସିଷ୍ଟାଣ୍ଟ କୋଚ୍ ପଲ ଫରବ୍ରେସଙ୍କୁ ମଧ୍ୟ ଏହି ଆକ୍ରମଣରେ ସାମାନ୍ୟ ଆଘାତ ଲାଗିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଆକ୍ରମଣକାରୀଙ୍କ ପାଖରେ ରାଇଫଲ, ଗ୍ରେନେଡ ଏବଂ ରକେଟ୍ ଲଞ୍ଚର ଥିଲା। ଶ୍ରୀଲଙ୍କା ଟିମ୍ ଉପରେ ହୋଇଥିବା ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଅଜମଲକୁ ଆଫଗାନିସ୍ତାନ ସୀମାରେ ଆଫଗାନ୍ ଓ ଆମେରିକୀୟ ସେନା ମାରିବାରେ ସଫଳ ହୋଇଥିଲେ। ଏହି ଆକ୍ରମଣ ପରଠାରୁ ପାକିସ୍ତାନରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇନଥିଲା। ସୁରକ୍ଷା କାରଣରୁ ସବୁ ଦେଶ ସେଠାରେ କ୍ରିକେଟ ଖେଳିବାକୁ ମନା କରିଦେଇଥିଲେ। ତେବେ ୨୦୧୫ରେ ଜିମ୍ବାୱେ ଟିମ୍ ପାକିସ୍ତାନ ଗସ୍ତ କରି ସେଠାରେ ଅନ୍ତର୍ଜାତୀୟ କ୍ରିକେଟର ଶୁଭାରମ୍ଭ କରିଥିଲା। କିନ୍ତୁ ଏବେବି ଅଧିକାଂଶ ଦେଶ ପାକିସ୍ତାନ ଗସ୍ତ କରିବାକୁ ଭୟ କରୁଛନ୍ତି ।

୧୯୭୨, ମ୍ୟୁନିକ୍ ଅଲିମ୍ପିକ୍ସ ବେଳେ ଆତଙ୍କୀ ଆକ୍ରମଣ

୧୯୭୨ରେ ମ୍ୟୁନିକ୍ ଅଲିମ୍ପିକ୍ସରେ ଫିଲିପାଇନ୍ସର ୮ ଜଣ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଦୁଇ ଇସ୍ରାଏଲ ଖେଳାଳିଙ୍କ ମୃତ୍ୟୁ ହୋଇଥିଲା ଏବଂ ୯ଜଣ ଖେଳାଳିଙ୍କୁ ବନ୍ଦୀ କରିଦିଆଯାଇଥିଲା। ପରେ ସମସ୍ତ ୯ଜଣ ଖେଳାଳିଙ୍କୁ ମାରି ଦିଆଯାଇଥିଲା। ୧୯୩୬ ବର୍ଲିନ୍ ଅଲିମ୍ପିକ୍ସ ପରେ ସେପ୍ଟେମ୍ବର, ୧୯୭୨ରେ ପ୍ରଥମଥର ଜର୍ମାନୀରେ ଅଲିମ୍ପିକ୍ସ ଆୟୋଜନ ହେବାର ଥିଲା। ଇସ୍ରାଇଲ ଖେଳାଳିମାନେ ନିଜ ଦେଶର ସ୍ଥିତିକୁ ଦେଖି ବହୁତ ଚିନ୍ତାରେ ପଡ଼ିଯାଇଥିଲେ। ଅଲିମ୍ପିକ୍ସର ପ୍ରଥମ ଦିନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିଲା।

ସେପ୍ଟେମ୍ବର ୪ ତାରିଖ ରାତିରେ ଇସ୍ରାଏଲ ଖେଳାଳି ନିଜ ନିଜ ରୁମକୁ ଫେରି ଯାଇଥିଲେ। ଭୋର ପ୍ରାୟ ୪ଟା ବେଳେ ଫିଲିପାଇନ୍ସର ୮ ଆତଙ୍କବାଦୀ ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମର ୬ ଫୁଟ୍ ଉଚ୍ଚ ପାଚେରୀ ଅତିକ୍ରମ କରି ଇସ୍ରାଇଲ ଖେଳାଳିଙ୍କ ଉପରକୁ ଆକ୍ରମଣ କରିଥିଲେ। ଆକ୍ରମଣକାରୀ ସିଧା ଇସ୍ରାଏଇ ଖେଳାଳିମାନେ ରହୁଥିବା ବିଲ୍ଡିଂରେ ପ୍ରବେଶ କରି ଆକ୍ରମଣ ଆରମ୍ଭ କରିଦେଇଥିଲେ। ଖେଳାଳିମାନେ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏଥିରେ ଦୁଇଜଣ ଖେଳାଳି ମୃତ୍ୟୁବରଣ କରିଥିଲେ। ଦୁଇଜଣ ଖେଳାଳି ଆକ୍ରମଣରୁ ବର୍ତ୍ତିଯାଇଥିବା ବେଳେ ୯ଜଣ ଖେଳାଳିଙ୍କୁ ଆକ୍ରମଣକାରୀ ବନ୍ଦୀ କରିନେଇଥିଲେ।

୨୬/୧୧ ମୁମ୍ବାଇ ଆକ୍ରମଣ

୨୦୦୮ରେ ୨୬/୧୧ ଆକ୍ରମଣ ଘଟଣା ଏବେବି ମନରେ ଭୟ ସଂଚାର କରେ। ଏହି ସମୟରେ ଇଂଲଣ୍ଡ କ୍ରିକେଟ ଟିମ୍ ଭାରତ ଗସ୍ତରେ ଥିଲା। ଏହି ଆକ୍ରମଣ ବେଳେ ଇଂଲଣ୍ଡ କ୍ରିକେଟ୍ ଟିମ୍ କଟକରେ ମ୍ୟାଚ୍ ଖେଳୁଥିଲା। ସାତ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପଞ୍ଚମ ମ୍ୟାଚ୍ କଟକରେ ଚାଲିଥିବା ବେଳେ ମୁମ୍ବାଇର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ଚଳାଇଥିଲେ, ଯେଉଁଥିରେ ୧୫୦ରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିଲେ। ଶେଷ ଦୁଇଟି ମ୍ୟାଚ୍ ଗୌହାଟୀ ଓ ଦିଲ୍ଲୀରେ ଖେଳାଯିବାକୁ ସ୍ଥିର ହୋଇଥିଲା। କିନ୍ତୁ ଏହି ଆକ୍ରମଣ ପରେ ଇଂଲଣ୍ଡ ଟିମ ଗସ୍ତ ଅଧାରୁ ବାତିଲ କରି ସ୍ୱଦେଶ ଫେରିଯାଇଥିଲା।

୧୯୮୭, କଲମ୍ବୋ: ୧୯୮୭ରେ ନ୍ୟୁଜିଲ୍ୟାଣ୍ଡ ଶ୍ରୀଲଙ୍କା ଗସ୍ତରେ ଥିଲା। ଏହି ଗସ୍ତରେ ଦୁଇ ଦେଶ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବାକୁ ସ୍ଥିର ହୋଇଥିଲା। କଲମ୍ବୋରେ ନ୍ୟୁଜିଲ୍ୟାଣ୍ଡ ଟିମ୍ ରହୁଥିବା ହୋଟେଲ ବାହାରେ ଘଟିଥିବା ବିସ୍ଫୋରଣରେ ୧୧୩ଜଣ ସାଧାରଣ ଲୋକ ମୃତ୍ୟୁବରଣ କରିଥିଲା। ଏହାର ପ୍ରଭାବରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଟିମ୍ ପ୍ରଥମ ଟେଷ୍ଟ ପରେ ଗସ୍ତ ବାତିଲ କରି ସ୍ୱଦେଶ ଫେରିଯାଇଥିଲା।

୨୦୦୨, କରାଚୀ: ୨୦୦୨ରେ ପାକିସ୍ତାନ ଗସ୍ତ କରିଥିବା ନ୍ୟୁଜିଲ୍ୟାଣ୍ଡ ଟିମର ହୋଟେଲ ବାହାରେ ହୋଇଥିବା ବିସ୍ଫୋରଣରେ ୧୨ଜଣ ଲୋକ ପ୍ରାଣ ହରାଇଥିଲେ। ଏହା ପରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ବୋର୍ଡ ତା’ର ଖେଳାଳିଙ୍କୁ ସ୍ୱଦେଶ ଫେରିଆସିବାକୁ ନିର୍ଦ୍ଦେଶ ଦେଇଥିଲା। ଏହାର ବର୍ଷକ ପୂର୍ବରୁ ୧୧, ସେପ୍ଟେମ୍ବରରେ ଆମେରିକାରେ ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story