Advertisment

ସୁଙ୍କି ଘାଟିରେ ତିଆରି ହେଉଛି ରାଜ୍ୟର ପ୍ରଥମ ଟନେଲ୍‌

୧୬ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ଛତିଶଗଡ଼ର ରାୟପୁର ଓ ଆନ୍ଧ୍ରପ୍ରଦେଶର ବିଶାଖାପଟଣା ପର୍ଯ୍ୟନ୍ତ ତିଆରି ହେଉଛି ୬ ଥାକିଆ ବିଶିଷ୍ଟ ୪୬୫ କିଲୋମିଟରର ରାସ୍ତା। ଯାହାର ଓସାର ଜଙ୍ଗଲ ରାସ୍ତାରେ ୩୫ ମିଟର ଓ ଅଣଜଙ୍ଗଲ ରାସ୍ତାରେ ୬୦ ମିଟର ରହିଛି।

Koraput

Koraput

Advertisment

ଦ୍ରୁତ ଗତିରେ ଆଗେଇ ଚାଲିଛି ରାଜ୍ୟର ପ୍ରଥମ ଟନେଲ ବା ସୁଡ଼ଙ୍ଗ ରାସ୍ତା। ‘ଭାରତମାଳା’ ପ୍ରକଳ୍ପରେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ସୀମା ସୁଙ୍କି ଘାଟିରେ ନିର୍ମାଣ ଚାଲିଛି ଦୁଇ ଦୁଇଟି ଟନେଲ। ୨୦୨୫ ମସିହା ସୁଦ୍ଧା ଶେଷ ହେବାକୁ ଥିବା ଏହି ପ୍ରକଳ୍ପ ପର୍ଯ୍ୟଟନପ୍ରେମୀଙ୍କ ପାଇଁ ଖାଲି ରୋମାଞ୍ଚକର ଅନୁଭୂତି ଆଣିବନି, କୋରାପୁଟ ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧିରେ ମାଇଲ ଖୁଣ୍ଟ ସାଜିବ ବୋଲି କୁହାଯାଉଛି।

Advertisment

କୋରାପୁଟ ଜିଲ୍ଲା ସୀମାରେ ରହିଛି ସୁଙ୍କି ଘାଟି। ରାଜାରାଜୁଡ଼ା ଅମଳରୁ ପର୍ବତମାଳାର ଛାତି ଚିରି ତିଆରି ହୋଇଥିଲା ଅଙ୍କାବଙ୍କା, ତୀଖ ଉଠାଣି, ପୁଣି ଗଡ଼ାଣି ଯୁକ୍ତ ଘାଟି ରାସ୍ତା। ସେହି ରାସ୍ତାରେ ଯାତ୍ରା ଯେତେ ଆନନ୍ଦଦାୟକ ସେତେ ବିପଦପୂର୍ଣ୍ଣ। ହେଲେ ଆଗକୁ କିନ୍ତୁ ପ୍ରକୃତିର ଏ ମନୋରମ ଦୃଶ୍ୟକୁ ଉପଭୋଗ କରିବାକୁ ମିଳିବ ନାହିଁ। କାରଣ ତିଆରି ଚାଲିଛି ଓଡ଼ିଶାରେ ପ୍ରଥମ ଟନେଲ ରାସ୍ତା। ତାହା ପୁଣି ଗୋଟିଏ ନୁହେଁ, ଦୁଇଟି। ସମୁଦ୍ର ପତ୍ତନଠାରୁ ୩୦୦୦ ଫୁଟ ଉଚ୍ଚରେ। କେନ୍ଦ୍ର ସରକାରଙ୍କ ଭାରତ ମାଳା ପ୍ରକଳ୍ପ ଅଧିନରେ ଏହି ଟନେଲ୍‌ ନିର୍ମାଣାଧୀନ ରହିଛି। ଗୋଟିକର ଲମ୍ବ 3.42 କିଲୋମିଟର ଓ ଅନ୍ୟଟିର ଲମ୍ବ 2.8 କିଲୋମିଟର।

Koraputସୁଙ୍କି ପାହାଡ଼ ତଳେ ନିର୍ମାଣ ହେଉଛି ଟନେଲ୍‌

୧୬ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ଛତିଶଗଡ଼ର ରାୟପୁର ଓ ଆନ୍ଧ୍ରପ୍ରଦେଶର ବିଶାଖାପଟଣା ପର୍ଯ୍ୟନ୍ତ ତିଆରି ହେଉଛି ୬ ଥାକିଆ ବିଶିଷ୍ଟ ୪୬୫ କିଲୋମିଟରର ରାସ୍ତା। ଯାହାର ଓସାର ଜଙ୍ଗଲ ରାସ୍ତାରେ ୩୫ ମିଟର ଓ ଅଣଜଙ୍ଗଲ ରାସ୍ତାରେ ୬୦ ମିଟର ରହିଛି। ସବୁଠୁ ବଡ଼ କଥା ଏହାର ଅଧିନରେ କୋରାପୁଟ ଜିଲ୍ଲା ଦେଇ ନିର୍ମାଣ ହେବ ଦୁଇଟି ଟନେଲ୍‌ ସମେତ ୧୨୪ କିଲୋମିଟର ରାସ୍ତା। ସେହିପରି ଏନଏଚ୍ଆଇ ଅଧିନରେ ଏହି ରାସ୍ତା ନିର୍ମାଣ ପାଇଁ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ୭୭୩ ହେକ୍ଟର ବେସରକାରୀ, ୩୦୭ ହେକ୍ଟରର ସରକାରୀ ଓ ୩୬୫ ହେକ୍ଟରର ଜଙ୍ଗଲ ଜମି ଅଧିଗ୍ରହଣ କରାଯାଇଛି।

Advertisment
Koraputଦ୍ରୁତ ଗତି ଆଗେଇ ଚାଲିଛି ଟନେଲ୍‌ କାର୍ଯ୍ୟ

ରାୟପୁରରୁ ନବରଙ୍ଗପୁର, ଜୟପୁର ଓ କୋରାପୁଟ ଦେଇ ବିଶାଖାପାଟଣା ଯାଇଥିବା ଏହି ରାସ୍ତା ସ୍ଥାନୀୟ ଅଞ୍ଚଳର ଜୀବନ ରେଖା। ତେଣୁ ଭାରତମାଳା ପରିଯୋଜନାରେ ନିର୍ମାଣାଧୀନ ଏ ନୂଆ ୬ ଥାକିଆ ରାସ୍ତା ଓ ସେଥିରେ ଥିବା ଦୁଇ ଦୁଇଟି ଟନେଲ, ଖାଲି ଯାତ୍ରାରେ ରୋମାଞ୍ଚକର ଅନୁଭୂତି ଦେବନି, କୋରାପୁଟର ପର୍ଯ୍ୟଟନକୁ ନୂଆ ଦିଶା ଦେବା ସହ, ଶିକ୍ଷା ବିକାଶଠୁ ନେଇ ଆର୍ଥିକ ଅଭିବୃଦ୍ଧିରେ ମଧ୍ୟ ମାଇଲଖୁଣ୍ଟ ସାଜିବ ବୋଲି ପର୍ଯ୍ୟଟକ ଓ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।

ରିପୋର୍ଟ-କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା

Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe