ନାଇକ୍‌ର ଏହି ବିଜ୍ଞାପନକୁ ନେଇ ଆମେରିକାରେ ସବୁଠି ଜଳାପୋଡ଼ା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ବିବାଦରେ ଆମେରିକୀୟ ଫୁବ୍‌ବଲ୍‌ ତାରକା କଲିନ୍‌ କାପେରିନିକ୍‌। କଲିନ୍‌ଙ୍କୁ ସ୍ପୋର୍ଟସ୍‌ ୱେର୍‌ କମ୍ପାନୀ ନାଇକ୍‌ ପକ୍ଷରୁ ବ୍ରାଣ୍ଡ୍ ଆମ୍ବାସାଡର୍‌ କରାଯିବା ନେଇ ଆମେରିକାରେ ଝଡ଼ ସୃଷ୍ଟି ହୋଇଛି। ଏହି କମ୍ପାନୀ ପାଇଁ କଲିନ୍‌ ବିଜ୍ଞାପନ କରିଥିବା ବେଳେ ଏହାକୁ ନେଇ ଆମେରିକାରେ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଛି। ଆମେରିକାର କେତେକ ସ୍ଥାନରେ ନାଇକ୍‌ ପ୍ରଡକ୍ଟ ତଥା ଜୋତା ଓ କପଡ଼ାକୁ ଲୋକେ ପୋଡ଼ାଜଳା କରିଛନ୍ତି। ଏହି ଅଭିଯାନର ନାଁ ରହିଛି #JustBernet.। ସେହିପରି ଟ୍ୱିଟରରେ #BoycottNike ନାମରେ […]

2_555_090518063614

Tapas Behera
  • Published: Thursday, 06 September 2018
  • , Updated: 06 September 2018, 07:04 AM IST

ନୂଆଦିଲ୍ଲୀ: ବିବାଦରେ ଆମେରିକୀୟ ଫୁବ୍‌ବଲ୍‌ ତାରକା କଲିନ୍‌ କାପେରିନିକ୍‌। କଲିନ୍‌ଙ୍କୁ ସ୍ପୋର୍ଟସ୍‌ ୱେର୍‌ କମ୍ପାନୀ ନାଇକ୍‌ ପକ୍ଷରୁ ବ୍ରାଣ୍ଡ୍ ଆମ୍ବାସାଡର୍‌ କରାଯିବା ନେଇ ଆମେରିକାରେ ଝଡ଼ ସୃଷ୍ଟି ହୋଇଛି।

ଏହି କମ୍ପାନୀ ପାଇଁ କଲିନ୍‌ ବିଜ୍ଞାପନ କରିଥିବା ବେଳେ ଏହାକୁ ନେଇ ଆମେରିକାରେ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଛି। ଆମେରିକାର କେତେକ ସ୍ଥାନରେ ନାଇକ୍‌ ପ୍ରଡକ୍ଟ ତଥା ଜୋତା ଓ କପଡ଼ାକୁ ଲୋକେ ପୋଡ଼ାଜଳା କରିଛନ୍ତି। ଏହି ଅଭିଯାନର ନାଁ ରହିଛି #JustBernet.। ସେହିପରି ଟ୍ୱିଟରରେ #BoycottNike ନାମରେ ଏହାକୁ ଭାଇରାଲ୍‌ କରାଯାଉଛି। ଏମିତିକି ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ୍ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ, ଆମେରିକାର ସ୍ୱାଧୀନତା ଅଛି ବୋଲି ଯିଏ ଯାହା ଚାହିଁବ କରୁଛନ୍ତି। କିନ୍ତୁ ତାହା ଅନ୍ୟ ରାଷ୍ଟ୍ରରେ ସେତେ ସହଜ ନୁହେଁ। ଏଠାରେ ସୂଚନାଯୋଗ୍ୟ, କଲିନ୍‌ ଆମେରିକାର ମୂଳ ଅଧିବାସୀ ହୋଇଥିବା ବେଳେ ପୁଲିସ୍ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ।

ଆମେରିକାରେ ଏବେ ବି ବର୍ଣ୍ଣବୈଷମ୍ୟକୁ ନେଇ ବିଭେଦ ରହିବା ଏବଂ ପୁଲିସ କଳା ଲୋକମାନଙ୍କୁ ଆକ୍ରମଣ କରୁଥିବାରୁ ଏହାକୁ ବିରୋଧ କରିଥିଲେ କଲିନ୍‌। ୨୦୧୬ରେ ଏକ ଫୁବ୍‌ବଲ୍‌ ଟୁର୍ଣ୍ଣାମେଣ୍ଟରେ ଆମେରିକାର ଜାତୀୟ ସଙ୍ଗୀତ ଗାନ ହେଉଥିବା ବେଳେ ସେ ସମ୍ମାନ ଜଣାଇ ନଥିଲେ। ସେଠାରେ ସମସ୍ତେ ଠିଆ ହୋଇ ସମ୍ମାନ ଜଣାଇଥିଲା ବେଳେ ସେ ବସି ରହିଥିଲେ।

ଏହାକୁ ନେଇ କଲିନ୍‌ଙ୍କ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଅସନ୍ତୋଷ ରହି ଆସିଥିଲା। ଏବେ ନାଇକ୍‌ କମ୍ପାନୀ ପକ୍ଷରୁ ତାଙ୍କୁ ବ୍ରାଣ୍ଡ ଆମ୍ବାସାଡର୍‌ କରାଯିବା ପରେ ଦେଶବ୍ୟାପୀ ବିରୋଧର ସ୍ୱର ଉଠିଛି। ତେବେ କଲିନ୍‌ଙ୍କୁ କେହି କେହି ସମର୍ଥନ ମଧ୍ୟ କରିଛନ୍ତି।

ପ୍ରକାଶଯୋଗ୍ୟ ଯେ, ନାଇକ୍‌ ହେଉଛି ଆମେରିକାର ଏକ ମଲ୍‌ଟି ନ୍ୟାଶ୍‌ନାଲ୍‌ କମ୍ପାନୀ।

Related story