ନୀତୀଶ ରାଣାଙ୍କ ବିସ୍ଫୋରକ ବ୍ୟାଟିଂ, ୧୭୪ ରନ୍‌ରେ ଅଟକିଲା କୋଲକାତା

ଦୁବାଇ: ନୀତୀଶ ରାଣାଙ୍କ ବିସ୍ଫୋରକ ୮୭ ରନ୍‌ ବଳରେ କୋଲକାତା ନାଇଟ ରାଇଡର୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ୧୭୪ ରନ୍‌ କରିଛି। ଫଳରେ ଚେନ୍ନାଇ ସୁପର କିଙ୍ଗସକୁ ଜିତିବା ପାଇଁ ୧୭୫ ରନ୍‌ର ଟାର୍ଗେଟ ମିଳିଛି। ଚେନ୍ନାଇ ଅପେକ୍ଷା କୋଲାକତାକୁ ଏହି ମ୍ୟାଚ୍‌ ଜିତିବା ଜରୁରୀ। କାରଣ ଚେନ୍ନାଇ ପ୍ଲେ-ଅଫରୁ ବାଦ ପଡ଼ିଥିବା ବେଳେ କୋଲକାତା ଏହି ମ୍ୟାଚ୍‌ ଜିତଲେ ପ୍ଲେ-ଅଫ ଦୌଡ଼ରେ ରହିବ। ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ଚେନ୍ନାଇ ଅଧିନାୟକ ମହେନ୍ଦ୍ର […]

hhj

Hemant Lenka
  • Published: Thursday, 29 October 2020
  • , Updated: 29 October 2020, 09:14 PM IST

ଦୁବାଇ: ନୀତୀଶ ରାଣାଙ୍କ ବିସ୍ଫୋରକ ୮୭ ରନ୍‌ ବଳରେ କୋଲକାତା ନାଇଟ ରାଇଡର୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ୧୭୪ ରନ୍‌ କରିଛି। ଫଳରେ ଚେନ୍ନାଇ ସୁପର କିଙ୍ଗସକୁ ଜିତିବା ପାଇଁ ୧୭୫ ରନ୍‌ର ଟାର୍ଗେଟ ମିଳିଛି। ଚେନ୍ନାଇ ଅପେକ୍ଷା କୋଲାକତାକୁ ଏହି ମ୍ୟାଚ୍‌ ଜିତିବା ଜରୁରୀ। କାରଣ ଚେନ୍ନାଇ ପ୍ଲେ-ଅଫରୁ ବାଦ ପଡ଼ିଥିବା ବେଳେ କୋଲକାତା ଏହି ମ୍ୟାଚ୍‌ ଜିତଲେ ପ୍ଲେ-ଅଫ ଦୌଡ଼ରେ ରହିବ।

ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତେବେ କୋଲକାତାର ଦୁଇ ଓପନର ନୀତୀଶ ରାଣା ଓ ଶୁବମନ ଗିଲ୍‌ ଜବରଦସ୍ତ ଆରମ୍ଭ କରିଥିଲେ। ଉଭୟ ବଡ଼ ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ୬ ଓଭର ସୁଦ୍ଧା ୪୮ ରନ୍‌ରେ ପହଞ୍ଚାଇଥିଲେ। ଦଳୀୟ ସ୍କୋର ୫୩ ରନ୍‌ ଥିବା ବେଳେ ଗିଲ୍‌ ୨୬ ରନ୍‌ କରି କରନ ଶର୍ମାଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ପ୍ରମୋସନ ପାଇ ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ସୁନୀଲ ନାରିନ ମାତ୍ର ୭ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ରିଙ୍କୁ ସିଂହ(୧୧) ବେଶୀ ସମୟ କ୍ରିଜ୍‌ରେ ରହିପାରି ନଥିଲେ।

ତେବେ ନୀତୀଶ ରାଣା ଏକାକୀ ଲଢ଼େଇ କରି ପ୍ରଥମେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଅର୍ଦ୍ଧ ଶତକ ପରେ ସେ ଆହୁରି ଆକ୍ରମଣାତ୍ମକ ରୂପ ଧାରଣ କରିଥିଲେ। ବଡ଼ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ୧୩୭ରେ ପହଞ୍ଚାଇଥିଲେ। ଏହି ସମୟରେ ୬୧ ବଲରେ ୮୭ ରନ୍‌ କରିଥିବା ରାଣାଙ୍କୁ ଲୁଙ୍ଗି ଏନଗିଡି ଆଉଟ କରି କୋଲକାତାର ରନ ସଂଗ୍ରହ ହାରରେ ବ୍ରେକ ଲଗାଇଥିଲା। ରାଣା ତାଙ୍କ ୮୭ ରନ୍‌ର ଇନିଂସରେ ୧୦ଟି ଚୌକା ଓ ୪ଟି ଛକା ମାରିଛନ୍ତି।

ଶେଷ ଭାଗରେ ଦୀନେଶ କାର୍ତ୍ତିକଙ୍କ ୧୦ ବଲରେ ୨୧ ଓ ମୋର୍ଗାନ ୧୨ ବଲରେ ୧୫ ରନ୍‌ କରିବାରୁ ଦଳୀୟ ସ୍କୋର ୧୭୦ ପାର ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରାହୁଲ ତ୍ରିପାଠୀ ୨ ବଲରେ ୩ ରନ୍‌ କରି ଶେଷ ଯାଏ ଅପରାଜିତ ରହିଥିଲେ।

ଚେନ୍ନାଇ ପକ୍ଷରୁ ଏନଗିଡି ୨ଟି ୱିକେଟ ନେଇଥିବା ବେଳେ ଜାଡେଜା, ସାଣ୍ଟନର ଓ କରନ ଶର୍ମା ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

Related story