ସେହୱାଗ ଓ ଭଜିଙ୍କ ପରି ହେବାକୁ ଏହି ଖେଳାଳିଙ୍କୁ ସମୟ ଲାଗିବ: ବେଙ୍ଗଲ ଟାଇଗର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ପୂର୍ବ ଅଧିନାୟକ ତଥା ବେଙ୍ଗଲ ଟାଇଗଲ୍‌ ନାଁରେ ପରିଚିତ ସୌରଭ ଗାଙ୍ଗୁଲି ଟି-ଟ୍ୱେଣ୍ଟି ସପକ୍ଷରେ ମତ ରଖିଛନ୍ତି। ସେ କହିଛନ୍ତି ଟି-ଟ୍ୱେଣ୍ଟି ବିନା କ୍ରିକେଟ୍‌ ଚାଲିବା ସମ୍ଭବ ନୁହେଁ। ଗାଙ୍ଗୁଲି କହିଛନ୍ତି ଦକ୍ଷିଣ ଆଫ୍ରିକା ଗସ୍ତ ଭାରତ ପାଇଁ ଭଲ ରହିଛି। ବିଶେଷ କରି ଦିନିକିଆରେ ଭାରତ ଆକର୍ଷଣୀୟ ପ୍ରଦର୍ଶନ କରିଛି, ଏପର୍ଯ୍ୟନ୍ତ ଏହା ଭାରତର ଜବରଦସ୍ତ ଦକ୍ଷିଣ ଆଫ୍ରିକା ଗସ୍ତ ହୋଇଥିବା ସେ କହିଛନ୍ତି। ଶେଷ ଟି-ଟ୍ୱେଣ୍ଟି ଭାରତ ଜିତିବ […]

bl06_bhaj_veeru_1419325f

Rakesh Mallick
  • Published: Saturday, 24 February 2018
  • , Updated: 24 February 2018, 11:48 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ପୂର୍ବ ଅଧିନାୟକ ତଥା ବେଙ୍ଗଲ ଟାଇଗଲ୍‌ ନାଁରେ ପରିଚିତ ସୌରଭ ଗାଙ୍ଗୁଲି ଟି-ଟ୍ୱେଣ୍ଟି ସପକ୍ଷରେ ମତ ରଖିଛନ୍ତି। ସେ କହିଛନ୍ତି ଟି-ଟ୍ୱେଣ୍ଟି ବିନା କ୍ରିକେଟ୍‌ ଚାଲିବା ସମ୍ଭବ ନୁହେଁ। ଗାଙ୍ଗୁଲି କହିଛନ୍ତି ଦକ୍ଷିଣ ଆଫ୍ରିକା ଗସ୍ତ ଭାରତ ପାଇଁ ଭଲ ରହିଛି। ବିଶେଷ କରି ଦିନିକିଆରେ ଭାରତ ଆକର୍ଷଣୀୟ ପ୍ରଦର୍ଶନ କରିଛି, ଏପର୍ଯ୍ୟନ୍ତ ଏହା ଭାରତର ଜବରଦସ୍ତ ଦକ୍ଷିଣ ଆଫ୍ରିକା ଗସ୍ତ ହୋଇଥିବା ସେ କହିଛନ୍ତି। ଶେଷ ଟି-ଟ୍ୱେଣ୍ଟି ଭାରତ ଜିତିବ ବୋଲି ସେ ଆଶା ରଖିଛନ୍ତି। ଚୟନ ପ୍ରକ୍ରିୟା ଉପରେ ସେ କହିଛନ୍ତି, ଏହି ପ୍ରକ୍ରିଆ ପୂର୍ବରୁ ମଧ୍ୟ ସଠିକ୍‌ ଥିଲା ଏବଂ ଏବେ ମଧ୍ୟ ଠିକ୍‌ ଅଛି।

ଭାରତୀୟ ଟିମ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା, ମନୀଷ ପାଣ୍ଡେ ଭଳି ଅନେକ ଯୁବ କ୍ରକେଟର୍‌ ଅଛନ୍ତି କିନ୍ତୁ ସେହୱାଗ ଓ ହରଭଜନଙ୍କ ଭଳି ହେବା ପାଇଁ ସେମାନଙ୍କୁ ସମୟ ଲାଗିବ। ଭାରତର ବିପର୍ଯ୍ୟୟ ସମୟରେ ସେହୱାଗ ଓ ଭଜି ଅନେକ ଥର ଦଳକୁ ବଞ୍ଚାଇଛନ୍ତି। ଏହି ଦୁଇ ଖେଳାଳିଙ୍କ କ୍ରିକେଟ୍‌ ଶୈଳୀ ପାଇଁ ଉଭୟ ସର୍ବଦା ଦର୍ଶକଙ୍କ ନିକଟରେ ବେଶ ଲୋକପ୍ରିୟ ରହିଛନ୍ତି।

ଏହାସହ ଧୋନୀକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଧୋନୀ ଜଣେ ଆକର୍ଷଣୀୟ ଖେଳାଳି। ସେ ଟି-ଟ୍ୱେଣ୍ଟି ଓ ଦିନିକିଆରେ ଭଲ ପ୍ରଦର୍ଶନ କରିଥିବା ଗାଙ୍ଗୁଲି କହିଛନ୍ତି। ଧୋନୀ ଏହି ଦୁଇଟି ଫର୍ମାଟରେ ଭାରତକୁ ବିଶ୍ୱବିଜୟୀ କରାଇଥିବା ସେ କହିଛନ୍ତି। କେବଳ ଏତିକି ନୁହେଁ ଭାରତୀୟ ମହିଳା ଟିମ୍‌କୁ ମଧ୍ୟ ଗାଙ୍ଗୁଲି ପ୍ରଶଂସା କରିଛନ୍ତି।

Related story