ପାକିସ୍ତାନୀ ଖେଳାଳିଙ୍କୁ ଏହି ଟିମରେ ମିଳିବନି ସ୍ଥାନ

ନୂଆଦିଲ୍ଲୀ: ଭାରତକୁ ସମାଲୋଚନା କରିବା ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)କୁ ମହଙ୍ଗା ପଡ଼ିଛି। ଆସନ୍ତାବର୍ଷ ମାର୍ଚ୍ଚରେ ବାଂଲାଦେଶରେ ଏସିଆ ଏକାଦଶ ଓ ବିଶ୍ୱ ଏକାଦଶ ମଧ୍ୟରେ ହେବାକୁଥିବା ମ୍ୟାଚ୍ ପୂର୍ବରୁ ପାକିସ୍ତାନକୁ ବିସିସିଆଇ ବଡ଼ ଝଟକା ଦେଇଛି। ପାକିସ୍ତାନ ଟିମର କୌଣସି ଖେଳାଳି ଏସିଆ ଏକାଦଶ ଟିମରେ ସାମିଲ୍ ହେବେ ନାହିଁ। ବିସିସିଆଇର ଯୁଗ୍ମସମ୍ପାଦକ ଜୟେଶ ଜର୍ଜ ଆଇଏଏନଏସକୁ ସାକ୍ଷାତ ଦେଇ ସ୍ପଷ୍ଟ କରିଛନ୍ତି ଯେ “ଏସିଆ ଏକାଦଶରେ କୌଣସି ପାକିସ୍ତାନ ଖେଳାଳି ଭାଗ ନେବେ ନାହିଁ। […]

pak

Ranjit Kumar Jena
  • Published: Thursday, 26 December 2019
  • , Updated: 26 December 2019, 07:25 PM IST

ନୂଆଦିଲ୍ଲୀ: ଭାରତକୁ ସମାଲୋଚନା କରିବା ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)କୁ ମହଙ୍ଗା ପଡ଼ିଛି। ଆସନ୍ତାବର୍ଷ ମାର୍ଚ୍ଚରେ ବାଂଲାଦେଶରେ ଏସିଆ ଏକାଦଶ ଓ ବିଶ୍ୱ ଏକାଦଶ ମଧ୍ୟରେ ହେବାକୁଥିବା ମ୍ୟାଚ୍ ପୂର୍ବରୁ ପାକିସ୍ତାନକୁ ବିସିସିଆଇ ବଡ଼ ଝଟକା ଦେଇଛି। ପାକିସ୍ତାନ ଟିମର କୌଣସି ଖେଳାଳି ଏସିଆ ଏକାଦଶ ଟିମରେ ସାମିଲ୍ ହେବେ ନାହିଁ।

ବିସିସିଆଇର ଯୁଗ୍ମସମ୍ପାଦକ ଜୟେଶ ଜର୍ଜ ଆଇଏଏନଏସକୁ ସାକ୍ଷାତ ଦେଇ ସ୍ପଷ୍ଟ କରିଛନ୍ତି ଯେ "ଏସିଆ ଏକାଦଶରେ କୌଣସି ପାକିସ୍ତାନ ଖେଳାଳି ଭାଗ ନେବେ ନାହିଁ। ଉଭୟ ଭାରତ ଓ ପାକିସ୍ତାନ ଏକାଠି ଗୋଟିଏ ମ୍ୟାଚରେ ଆଦୌ ଖେଳିପାରିବେ ନାହିଁ। ଏସିଆ ଏକାଦଶରେ କେଉଁ ପାଞ୍ଚ ଖେଳାଳି ସାମିଲ୍ ହେବେ, ତାହା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନିଷ୍ପତ୍ତି ନେବେ।"

ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)ର ସଂସ୍ଥାପକ ଏବଂ ବଙ୍ଗବନ୍ଧୁ ନାମରେ ପରିଚିତ ଶେଖ୍ ମୁଜୀବୁର୍ ରେହମାନଙ୍କ ଜନ୍ମ ଶତବାର୍ଷିକୀ ପାଳନ କରିବାକୁ ଯାଉଛି ଏବଂ ଏହି ଅବସରରେ ଆସନ୍ତାବର୍ଷ ମାର୍ଚ୍ଚ ମାସରେ ଏସିଆ ଏକାଦଶ ଓ ବିଶ୍ୱ ଏକାଦଶ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟି-୨୦ ମ୍ୟାଚର ଆୟୋଜନ କରାଯିବ। ଏହି ଦୁଇଟି ମ୍ୟାଚକୁ ମଧ୍ୟ ଆଇସିସିର ମାନତ୍ୟ ମିଳିସାରିଛି।

ସୂଚନାଯୋଗ୍ୟ, କିଛିଦିନ ତଳେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ମୁଖ୍ୟ ଏହସାନ ମନି କହିଥିଲେ ଯେ, ପାକିସ୍ତାନଠାରୁ ଭାରତରେ ସୁରକ୍ଷା ସ୍ଥିତି ବହୁତ ଖରାପ। ମନିଙ୍କ ଏହି ବିବାଦୀୟ ମନ୍ତବ୍ୟ ପରେ ଭାରତ ଓ ପାକିସ୍ତାନ କ୍ରିକେଟ୍ ସମ୍ପର୍କରେ ଆହୁରି ତିକ୍ତତା ଦେଖିବାକୁ ମିଳିଛି। ସେହିପରି ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ଓ ୱିକେଟକିପର ରଶିଦ୍ ଲତିଫ ଚତୁର୍ଦ୍ଦେଶୀୟ ଟୁର୍ଣ୍ଣାମେଣ୍ଟ ପ୍ରସ୍ତାବକୁ ନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିକୁ ସିଧା ଟାର୍ଗେଟ୍ କରିଛନ୍ତି। ସେ ଗାଙ୍ଗୁଲିଙ୍କର ଏହି ପ୍ରସ୍ତାବକୁ ବକବାସ୍ ବୋଲି କହିଛନ୍ତି।

Related story