ସ୍ତାନାନ୍ତର ହେବ ନାହିଁ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇଟି ଦିନିକିଆ ମ୍ୟାଚ୍

ନୂଆଦିଲ୍ଲୀ: ପୁଲୱାମା ଆତଙ୍କୀ ହମଲା ପରେ ଭାରତୀୟ ସେନା ପାକିସ୍ତାନରେ ପଶି ଯେଉଁଭଳି କାର୍ଯ୍ୟାନୁଷ୍ଠାନ କଲା, ତାହାକୁ ନେଇ ବର୍ତ୍ତମାନ ସୀମାରେ ଉତ୍ତେଜନା ଜାରି ରହିଛି । ଏହାର ପ୍ରଭାବରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ଚତୁର୍ଥ ଓ ପଞ୍ଚମ ମ୍ୟାଚ୍ ନିର୍ଦ୍ଧାରିତ ଭେନ୍ୟୁରୁ ସ୍ତାନାନ୍ତର ହେବା ନେଇ ଆଶଙ୍କା ଦେଖା ଦେଇଥିଲା । କିନ୍ତୁ ଅନ୍ତିମ ଦୁଇଟି ମ୍ୟାଚ୍ ସ୍ତାନାନ୍ତର ହେବ ନାହିଁ ବୋଲି ବିସିସିଆଇର କାର୍ଯ୍ୟକାରୀ ଅଧ୍ୟକ୍ଷ ସିକେ ଖାନ୍ନା ସୂଚନା ଦେଇଛନ୍ତି । […]

ck

Hemant Lenka
  • Published: Friday, 01 March 2019
  • , Updated: 01 March 2019, 09:28 PM IST

ନୂଆଦିଲ୍ଲୀ: ପୁଲୱାମା ଆତଙ୍କୀ ହମଲା ପରେ ଭାରତୀୟ ସେନା ପାକିସ୍ତାନରେ ପଶି ଯେଉଁଭଳି କାର୍ଯ୍ୟାନୁଷ୍ଠାନ କଲା, ତାହାକୁ ନେଇ ବର୍ତ୍ତମାନ ସୀମାରେ ଉତ୍ତେଜନା ଜାରି ରହିଛି । ଏହାର ପ୍ରଭାବରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ଚତୁର୍ଥ ଓ ପଞ୍ଚମ ମ୍ୟାଚ୍ ନିର୍ଦ୍ଧାରିତ ଭେନ୍ୟୁରୁ ସ୍ତାନାନ୍ତର ହେବା ନେଇ ଆଶଙ୍କା ଦେଖା ଦେଇଥିଲା । କିନ୍ତୁ ଅନ୍ତିମ ଦୁଇଟି ମ୍ୟାଚ୍ ସ୍ତାନାନ୍ତର ହେବ ନାହିଁ ବୋଲି ବିସିସିଆଇର କାର୍ଯ୍ୟକାରୀ ଅଧ୍ୟକ୍ଷ ସିକେ ଖାନ୍ନା ସୂଚନା ଦେଇଛନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ, ସୀମାରେ ଚାଲିଥିବା ଉତ୍ତେଜନା କାରଣରୁ ବିସିସିଆଇ ଅନ୍ତିମ ଦୁଇଟି ମ୍ୟାଚ୍ ଉତ୍ତରାଞ୍ଚଳ ବଦଳରେ ଦକ୍ଷିଣାଞ୍ଚଳରେ ଆୟୋଜନ କରିବାକୁ ଚାହୁଁଥିଲା । କିନ୍ତୁ ଏହି ଖବରକୁ ଖାନ୍ନା ଖାରଜ କରିବା ସହ ମ୍ୟାଚ୍ ନିର୍ଦ୍ଧାରିତ ଭେନ୍ୟୁରେ ଖେଳାଯିବ ବୋଲି କହିଛନ୍ତି । ସେ କହିଛନ୍ତି, କୌଣସି ମ୍ୟାଚର ମୂଳ ସ୍ଥାନ ବଦଳିବାର ଯୋଜନା ନାହିଁ । ମୁଁ ସ୍ପଷ୍ଟ କରିଦେବାକୁ ଚାହୁଁଛି ଯେ, ମୋହାଲି ଓ ଦିଲ୍ଲୀରେ ହେବାକୁଥିବା ସିରିଜ୍ ଦୁଇଟି ମ୍ୟାଚ୍ ପୂର୍ବ କାର୍ଯ୍ୟକ୍ରମ ଅନୁଯାୟୀ ହେବ ।

ସୂଚନାଯୋଗ୍ୟ, ସିରିଜର ଚତୁର୍ଥ ମ୍ୟାଚ୍ ମାର୍ଚ୍ଚ ୧୦ ତାରିଖରେ ମୋହାଲିର ପଞ୍ଜାବ କ୍ରିକେଟ ଆସୋସିଏସନର ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଏବଂ ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ୧୩ରେ ଦିଲ୍ଲୀର ଫିରୋଜ ଶାହ କୋଟଲାଠରେ ଖେଳାଯିବ ।

Related story