ଏବେ କୌଣସି ବଦଳ ଖେଳାଳି ଯିବେନି: ବିସିସିଆଇ

ନୂଆଦିଲ୍ଲୀ: ଆହତ ଥିବା କାରଣରୁ ୩ ସପ୍ତାହ ପାଇଁ ଟିମ୍‌ ଇଣ୍ଡିଆର ଓପନର ଶିଖର ଧୱନ ବିଶ୍ୱକପ୍‌ ମ୍ୟାଚ୍‌ ଖେଳିପାରିବେ ନାହିଁ ବୋଲି ରିପୋର୍ଟ ପ୍ରକାଶ ପାଇଛି। ଧୱନଙ୍କ ବଦଳରେ କିଏ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ ହେବ, ତା’କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଏହିଁ ଚର୍ଚ୍ଚା ଉପରେ ବିସିସିଆଇ ପୂର୍ଣ୍ଣଚ୍ଛେଦ ଟାଣିଛି। ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, “ଟିମ୍‌ ଇଣ୍ଡିଆର ଓପନର ଶିଖର ଧୱନ ଏବେ ବିସିସିଆଇ ମେଡିକାଲ ଟିମ୍‌ର ଅବର୍ଜଭେସନରେ ଅଛନ୍ତି। ଟିମ୍‌ […]

u

Hemant Lenka
  • Published: Tuesday, 11 June 2019
  • , Updated: 11 June 2019, 09:04 PM IST

ନୂଆଦିଲ୍ଲୀ: ଆହତ ଥିବା କାରଣରୁ ୩ ସପ୍ତାହ ପାଇଁ ଟିମ୍‌ ଇଣ୍ଡିଆର ଓପନର ଶିଖର ଧୱନ ବିଶ୍ୱକପ୍‌ ମ୍ୟାଚ୍‌ ଖେଳିପାରିବେ ନାହିଁ ବୋଲି ରିପୋର୍ଟ ପ୍ରକାଶ ପାଇଛି। ଧୱନଙ୍କ ବଦଳରେ କିଏ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ ହେବ, ତା’କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଏହିଁ ଚର୍ଚ୍ଚା ଉପରେ ବିସିସିଆଇ ପୂର୍ଣ୍ଣଚ୍ଛେଦ ଟାଣିଛି।

ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, “ଟିମ୍‌ ଇଣ୍ଡିଆର ଓପନର ଶିଖର ଧୱନ ଏବେ ବିସିସିଆଇ ମେଡିକାଲ ଟିମ୍‌ର ଅବର୍ଜଭେସନରେ ଅଛନ୍ତି। ଟିମ୍‌ ମ୍ୟାନେଜମେଣ୍ଟ ଚାହୁଁଛି ଯେ ଧୱନ ଇଂଲଣ୍ଡରେ ରହିବେ ଏବଂ ତାଙ୍କ ସ୍ୱାସ୍ଥ୍ୟ ଉପରେ ନିୟମିତ ନଜର ରଖାଯିବ। ତେଣୁ ବର୍ତ୍ତମାନ ସ୍ଥିତିରେ କୌଣସି ବଦଳ ଖେଳାଳିଙ୍କୁ ଇଂଲଣ୍ଡ ପଠାଯିବ ନାହିଁ। ଧୱନଙ୍କ ବୁଢ଼ା ଅଙ୍ଗୁଳିରେ ସାମାନ୍ୟ ଫ୍ରାକଚର୍‌ ହୋଇଛି। ତେଣୁ ସେ ଦୁଇ ସପ୍ତାହ ମଧ୍ୟରେ ଠିକ୍‌ ହୋଇଯିବେ ବୋଲି ଆଶା କରାଯାଉଛି।”

ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ବେଳେ ଧୱନଙ୍କ ହାତରେ ବଲ ମାଡ଼ ହୋଇଥିଲା। ଏଥିରେ ତାଙ୍କ ବୁଢ଼ା ଅଙ୍ଗୁଳି ହାଡ଼ରେ ଫ୍ରାକଚର ହୋଇଥିବା ସ୍କାନ୍‌ ରିପୋର୍ଟରୁ ଜଣା ପଡ଼ିଛି। ଏହି କାରଣରୁ ସେ ୩ ସପ୍ତାହ ପାଇଁ କୌଣସି ବିଶ୍ୱକପ୍‌ ମ୍ୟାଚ୍‌ ଖେଳିପାରିବେ ନାହିଁ ବୋଲି କୁହାଯାଉଛି।

Related story