ଟିକେଟ୍‌ରେ ସିଟ୍ ନମ୍ବର ନାହିଁ; କେଉଁଠି ବସିବେ ଦର୍ଶକ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ଅଳ୍ପ ସମୟ ପରେ କଟକ ବାରବାଟୀ ଷ୍ଟାଡିୟମରେ ଦେଖିବାକୁ ମିଳିବ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି-ଟ୍ୱେଣ୍ଟି ଟକ୍କର। ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ବାରବାଟୀ ମ୍ୟାଚ୍ ପାଇଁ ଏଥର ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏହାସହ ପ୍ରତିଷେଧମୂଳକ ଭାବେ ଦର୍ଶକଙ୍କ ପାଇଁ ପାଣି ବୋତଲ ଏବଂ ପାଣି ପାଉଚ୍ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି।  ତେବେ ଆଜିର ମ୍ୟାଚ୍ ପାଇଁ ପୂର୍ବରୁ ଦିଆଯାଇଥିବା ଅନଲାଇନ୍ ଟିକଟରେ ସିଟ୍ ନମ୍ବର ଏବଂ […]

bARABATI-TICKET-720x430

Ordigital Desk
  • Published: Wednesday, 20 December 2017
  • , Updated: 20 December 2017, 10:52 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ଅଳ୍ପ ସମୟ ପରେ କଟକ ବାରବାଟୀ ଷ୍ଟାଡିୟମରେ ଦେଖିବାକୁ ମିଳିବ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି-ଟ୍ୱେଣ୍ଟି ଟକ୍କର। ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ବାରବାଟୀ ମ୍ୟାଚ୍ ପାଇଁ ଏଥର ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏହାସହ ପ୍ରତିଷେଧମୂଳକ ଭାବେ ଦର୍ଶକଙ୍କ ପାଇଁ ପାଣି ବୋତଲ ଏବଂ ପାଣି ପାଉଚ୍ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି। 

ତେବେ ଆଜିର ମ୍ୟାଚ୍ ପାଇଁ ପୂର୍ବରୁ ଦିଆଯାଇଥିବା ଅନଲାଇନ୍ ଟିକଟରେ ସିଟ୍ ନମ୍ବର ଏବଂ କର୍ତ୍ତୃପକ୍ଷଙ୍କ ଦସ୍ତଖତ ନଥିବାରୁ ଏହାକୁ ନେଇ କିଛି ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଜି କଟକ ବାରବାଟୀରେ ସନ୍ଧ୍ୟା ୭ଟାରେ ୩ଟିକିଆ ସିରଜର ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ। ଏହା ହେଉଛି ବାରବାଟୀରେ ୨ୟ ଆନ୍ତର୍ଜାତିକ ଟି-ଟ୍ୱେଣ୍ଟି ମ୍ୟାଚ୍।  ପୂର୍ବରୁ ୨୦୧୫ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯାଇଥିଲା। ଯେଉଁ ମ୍ୟାଚରେ ଭାରତର ପରାଜୟରେ ଦର୍ଶକ ପଡିଆ ମଧ୍ୟକୁ ବୋତଲ ଫିଙ୍ଗା ଫୋପଡା କରିଥିଲେ।

https://www.youtube.com/watch?v=-7GAHDOSMYM

 

Related story