ପ୍ରତିପକ୍ଷ ଅଧାରୁ ଖେଳ ଛାଡ଼ିବାରୁ ସେମିରେ ଜୋକୋଭିଚ୍‌

ମେଲବର୍ଣ୍ଣ: ବିଶ୍ୱର ନଂ୧ ପୁରୁଷ ଟେନିସ୍‌ ତାରକା ନୋଭାକ ଜୋକୋଭିଚ୍‌ ଅଷ୍ଟ୍ରେଲିଆନ ଓପନ୍‌ର ସେମି ଫାଇନାଲ୍‌ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୩୪ ଥର ପାଇଁ ସେ ଏଭଳି କୌଣସି ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ୍‌ ମ୍ୟାଚ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଜି କ୍ୱାର୍ଟର ଫାଇନାଲ୍‌ରେ ଜୋକୋଭିଚ୍‌ ଓ କେଇ ନିଶିକୋରୀ ମୁହାଁମୁହିଁ ହୋଇଥିଲେ। ତେବେ ଦୁଇଟି ସେଟ୍‌ ପରେ ନିଶିକୋରୀ ଆହତ ହୋଇଥିବା କାରଣରୁ ମ୍ୟାଚ୍‌ ଖେଳି ପାରି ନଥିଲେ। ଏହି ସମୟରେ ଜୋକଭିଚ୍‌ ୬-୧ […]

nz

Hemant Lenka
  • Published: Wednesday, 23 January 2019
  • , Updated: 23 January 2019, 07:43 PM IST

ମେଲବର୍ଣ୍ଣ: ବିଶ୍ୱର ନଂ୧ ପୁରୁଷ ଟେନିସ୍‌ ତାରକା ନୋଭାକ ଜୋକୋଭିଚ୍‌ ଅଷ୍ଟ୍ରେଲିଆନ ଓପନ୍‌ର ସେମି ଫାଇନାଲ୍‌ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୩୪ ଥର ପାଇଁ ସେ ଏଭଳି କୌଣସି ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ୍‌ ମ୍ୟାଚ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଜି କ୍ୱାର୍ଟର ଫାଇନାଲ୍‌ରେ ଜୋକୋଭିଚ୍‌ ଓ କେଇ ନିଶିକୋରୀ ମୁହାଁମୁହିଁ ହୋଇଥିଲେ।

ତେବେ ଦୁଇଟି ସେଟ୍‌ ପରେ ନିଶିକୋରୀ ଆହତ ହୋଇଥିବା କାରଣରୁ ମ୍ୟାଚ୍‌ ଖେଳି ପାରି ନଥିଲେ। ଏହି ସମୟରେ ଜୋକଭିଚ୍‌ ୬-୧ ଓ ୪-୧ ସେଟ୍‌ରେ ଆଗୁଆ ଥିଲେ। ଏହି କାରଣରୁ ଅମ୍ପାୟାର ଜୋକୋଭିଚ୍‌ଙ୍କୁ ବିଜୟୀ ଘୋଷଣା କରିଥିଲେ। ଜୋକୋଭିଚ୍‌ ୬ଥର ଅଷ୍ଟ୍ରେଲିଆ ଓପନ୍‌ ଜିତିଛନ୍ତି। ଚଳିତ ବର୍ଷ ଅଷ୍ଟ୍ରେଲିଆ ଓପନ୍‌ ସେମିରେ ଜୋକଭିଚ୍‌ ପ୍ରତିପକ୍ଷ ଲୁକାସ ପାଉଲେଙ୍କୁ ଭେଟିବେ।

Related story