ଟେନିସ ତାରକା ଜୋକୋଭିଚ୍‌ଙ୍କୁ କରୋନା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଏବେ କ୍ରୀଡ଼ାବିତଙ୍କୁ କବଳିତ କରିବାରେ ଲାଗିଛି। ବିଶେଷ କରି ଟେନିସ ଜଗତକୁ କରୋନା ଏବେ ଅଧିକ ପ୍ରଭାବିତ କରିଛି।  ଏହିକ୍ରମରେ ବିଶ୍ୱର ଏକ ନମ୍ବର ଟେନିସ୍ ଖେଳାଳି ନୋଭାକ୍ ଜୋକୋଭିଚ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସେ ନିଜେ ଘୋଷଣା କରିଛନ୍ତି। ଜୋକୋଭିଚଙ୍କ ସହ ତାଙ୍କ ପତ୍ନୀ ଜେଲେନାଙ୍କୁ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଜୋକୋଭିଚ୍ କହିଛନ୍ତି, “ଯେତେବେଳେ ଆମେ ବେଲଗ୍ରେଦରେ ପହଞ୍ଚିଲୁ, […]

sv

Hemant Lenka
  • Published: Tuesday, 23 June 2020
  • , Updated: 23 June 2020, 06:39 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଏବେ କ୍ରୀଡ଼ାବିତଙ୍କୁ କବଳିତ କରିବାରେ ଲାଗିଛି। ବିଶେଷ କରି ଟେନିସ ଜଗତକୁ କରୋନା ଏବେ ଅଧିକ ପ୍ରଭାବିତ କରିଛି।  ଏହିକ୍ରମରେ ବିଶ୍ୱର ଏକ ନମ୍ବର ଟେନିସ୍ ଖେଳାଳି ନୋଭାକ୍ ଜୋକୋଭିଚ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସେ ନିଜେ ଘୋଷଣା କରିଛନ୍ତି। ଜୋକୋଭିଚଙ୍କ ସହ ତାଙ୍କ ପତ୍ନୀ ଜେଲେନାଙ୍କୁ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି।

ଜୋକୋଭିଚ୍ କହିଛନ୍ତି, “ଯେତେବେଳେ ଆମେ ବେଲଗ୍ରେଦରେ ପହଞ୍ଚିଲୁ, ସେଠାରେ ମୁଁ ଏବଂ ମୋର ପୂରା ପରିବାରର କରୋନା ଟେଷ୍ଟ କରାଯାଇଥିଲା। ଏବେ ମୋର ଏବଂ ଜେଲେନାଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ମୋ ପିଲାଙ୍କର ନେଗେଟିଭ୍ ଆସିଛି।”

ସର୍ବିୟାର ଏହି ଷ୍ଟାର୍ ଖେଳାଳି ଜୋକୋଭିଚ୍ ନିକଟରେ ସର୍ବିୟା ଓ କ୍ରୋଏସିଆ ମଧ୍ୟରେ ଆୟୋଜିତ ପ୍ରଦର୍ଶନୀ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ। ଏଠାରେ କିଛି ଖେଳାଳିଙ୍କ ଶରୀରରେ କରୋନା ଭାଇରସ ଚିହ୍ନଟ ହୋଇଥିଲା। ସେମାନଙ୍କ ଠାରୁ ଜୋକୋଭିଚ୍‌ ସଂକ୍ରମିତ ହୋଇଥିବା କୁହାଯାଉଛି।

ଏହା ପୂର୍ବରୁ ପ୍ରତିଯୋଗିତାରେ ଭାଗ ନେଇଥିବା ଭିକ୍ଟର ଟ୍ରୋଇକି ଓ ତାଙ୍କ ଗର୍ଭବତୀ ପତ୍ନୀଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ସେହିପରି ବୁଲଗେରିଆର ଷ୍ଟାର୍ ଖେଳାଳି ତଥା ମାରିଆ ଶାରାପୋଭାଙ୍କର ପୂର୍ବତନ ବୟଫ୍ରେଣ୍ଡ ଗ୍ରିଗୋର ଦିମିତ୍ରୋଭଙ୍କର ମଧ୍ୟ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା।

Related story